ଏହି ହନିମୁନ୍ ଡେଷ୍ଟିନେସନକୁ ବାଛି ପାରନ୍ତି ବିଧାୟକ ଡ୍ୟାନିଙ୍କ ପତ୍ନୀ ଝିଲିକ୍!

ଏହି ହନିମୁନ୍ ଡେଷ୍ଟିନେସନକୁ ବାଛି ପାରନ୍ତି ବିଧାୟକ ଡ୍ୟାନିଙ୍କ ପତ୍ନୀ ଝିଲିକ୍!
ଏହି ହନିମୁନ୍ ଡେଷ୍ଟିନେସନକୁ ବାଛି ପାରନ୍ତି ବିଧାୟକ ଡ୍ୟାନିଙ୍କ ପତ୍ନୀ ଝିଲିକ୍!

ଓଡ଼ିଆ ଗସିପ୍ ବ୍ୟୁରୋ: ଚୋରା ପ୍ରେମ ଏବେ ବିବାହର ରୂପ ନେଲା । ଲିଭ୍ ଇନ୍ କପୁଲରୁ ସ୍ୱାମୀ-ସ୍ତ୍ରୀର ସମ୍ପର୍କରେ ବାନ୍ଧି ହେଲେ । ଏବେ ଏହି କପୁଲଙ୍କ ହନିମୁନ୍ ପ୍ଲାନକୁ ନେଇ ସୋସିଆଲ ମିଡିଆରେ ପୁଣି ଚର୍ଚ୍ଚା ସରଗରମ । କିଏ କହୁଛି ଏମାନେ ରାମୋଜୀ ଫିଲ୍ମ ସିଟିକୁ ବାଛି ପାରନ୍ତି ତ ପୁଣି କିଏ କହୁଛି ଏମାନେ କୁଲୁ-ମନାଲୀ କୁ ବାଛି ପାରନ୍ତି । ସେମାନଙ୍କ ନିକଟତର ଲୋକଙ୍କ କହିବା କଥା ପୁଣି ସେମାନେ ସ୍ୱିଇଜରଲାଣ୍ଡକୁ ବାଛି ପାରନ୍ତି । ତେବେ ବର୍ତ୍ତମାନ କରୋନା ଭୟ ଥିବାରୁ ଦୁହେଁ ଏଥିରୁ ବିରତ ରହିବେ ରହି କେଉଁ ଏକ ଦେଶୀ ହନିମୁନ୍ ଡେଷ୍ଟିନେସନ ହିଁ ବାଛିବେ ବୋଲି ଚର୍ଚ୍ଚା ହେଉଛି ।

ଏବେ ଆପଣଙ୍କୁ କିଛି ସୂଚନା ଗତକାଲି ନିର୍ବନ୍ଧ ସରୁ ସରୁ ବିଧାୟକ ପ୍ରୀତିରଞ୍ଜନଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଝିଲିକ୍ । ହଁ ଆମେ କହୁଛୁ ବଙ୍ଗୀୟ ନାୟିକା ଝିଲିକ ଭଟ୍ଟାଚାର୍ଯ୍ୟଙ୍କ ସହ ଓଡ଼ିଆ ବିଧାୟକ ପୁଅ ପ୍ରୀତିରଞ୍ଜନଙ୍କ ନୂଆ ସଂସାରର କଥା । ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡାଇ ଓରଫ୍ ଡ୍ୟାନିଙ୍କ ସହ ଝିଲିକଙ୍କ ନିର୍ବନ୍ଧ, ବାହାଘର ବେଳର ଫଟୋ ଏବେ ସୋସିଆଲ ମିଡିଆରେ ଘୁରିବୁଲୁଥିବା ବେଳେ ଏବେ ସବୁଠି ଚର୍ଚ୍ଚା ଯେ, ଯୋଡ଼ି ହେବ ତ ଏମିତି । ଏପରିକି ସେମାନେ ମଧ୍ୟ କହୁଛନ୍ତି ତୋର ମୋର ଯୋଡ଼ି ସୁନ୍ଦର ।

ସୂଚନା ଥାଉ କି ଗତକାଲି ରାତିରେ ଉଭୟଙ୍କ ଫଟୋ ଭାଇରାଲ ହୋଇଥିଲା । କୁହାଯାଉଥିଲା ଏହା ସେମାନଙ୍କ ନର୍ବନ୍ଧ ବେଳେର । ଏହାର କିଛି ସମୟ ପରେ ଆଉ କିଛି ଫଟୋ ମଧ୍ୟ ବିଜୁଳି ବେଗରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଆଉ ଶୁଣିବାକୁ ମିଳିଥିଲା ଯେ, ସେମାନଙ୍କ ବିବାହ ସମ୍ପନ୍ନ ହୋଇଛି ।

Share this story