ଅନୁଭବ ନା ପକାଇଲେ ଆଉ ସବ୍ୟ ଭଗବାନ ସାଜିଲେ


ଓଡ଼ିଆ ଗସିପ୍ ବ୍ୟୁରୋ: କଥାରେ ଅଛି ଇଛା ଥିଲେ ଉପାୟ ଅଛି । ଆଉ ଆଗ୍ରହ ଥିଲେ ସବୁ ଅସମ୍ଭବକୁ ସମ୍ଭବ କରିବାର ଶକ୍ତି ବି ମିଳିଯିବ । ପ୍ରଥମରୁ ସକରାତ୍ମକ ଖବର ଆରମ୍ଭ କରିବା । ଯେମିତି କି ଆପଣ ଜାଣିଛନ୍ତି ବଲିଉଡ୍ ଅଭିନେତା ସୋନୁ ସୁଦ୍ ଏବେ ପ୍ରବାସୀ ଶ୍ରମିକ, ଛାତ୍ରଛାତ୍ରୀଙ୍କ ପାଇଁ ଭଗବାନଙ୍କ ଦ୍ୱିତୀୟ ଅବତାର ସାଜିଛନ୍ତି ।

ଆମ ଓଡ଼ିଆ ଅଭିନେତା ସବ୍ୟସାଚୀ ମଧ୍ୟ କୌଣସି ଗୁଣରେ କମ୍ ନୁହନ୍ତି । ସେ ମଧ୍ୟ ବିଭିନ୍ନ ରାଜ୍ୟରେ ଫସି ରହିଥିବା ପ୍ରବାସୀ ଶ୍ରମିକଙ୍କ ସମେତ ପ୍ରବାସୀ ଓଡ଼ିଆଙ୍କୁ ରାଜ୍ୟକୁ ଫେରାଇ ଆଣିବା ପାଇଁ ଦିନ ରାତି ପରିଶ୍ରମ କରୁଛନ୍ତି, ଆର୍ଥିକ ସହଯୋଗ କରୁଛନ୍ତି । ଏପରିକି ନେଜ ନଜ ଘରେ ଏକ କଣ୍ଟ୍ରୋଲ ରୁମ୍ ଖୋଲି ସମସ୍ତଙ୍କୁ ଯଥା ସମ୍ଭବ ସାହାଯ୍ୟ କରୁଛନ୍ତି ।

ପୂର୍ବରୁ ଅନେକ ଓଡ଼ିଆଙ୍କୁ ଓଡ଼ିଶା ଫେରାଇ ଆଣିଥିବା ସବ୍ୟସାଚୀ ଗତକାଲି ମଧ୍ୟ ଆନ୍ଧ୍ର ପ୍ରଦେଶରୁ ସେଠାରେ ଫସି ରହିଥିବା ବହୁ ଯୁବକ ଯୁବତୀ ଓ ଶ୍ରମିକଙ୍କୁ ଉଦ୍ଧାର କରି ବସ୍ ଯୋଗେ ଓଡ଼ିଶା ଆଣିଛନ୍ତି । ଆଉ ଏହାକୁ ନେଇ ସୋସିଆଲ ମିଡିଆରେ ଅଭିନେତା ସବ୍ୟଙ୍କୁ ବେଶ୍ ପ୍ରଶଂସା କରାଯାଉଛି ।

ସେପଟେ କିନ୍ତୁ ଲକ୍ ଡାଉନ ବାହାନା ଦେଖାଇ ଦିଲ୍ଲୀରେ ଦୁଇ ମାସରୁ ଅଧିକ ସମୟ ରହି ଓଡ଼ିଶା ଫେରିଥିବା ଏବଂ ନିଜକୁ ନିଜେ ନମ୍ବର ୱାନ୍ ହିରୋ କହୁଥିବା ଅନୁଭବ ମହାନ୍ତି ତଥା କେନ୍ଦ୍ରାପଡ଼ା ସାଂସଦଙ୍କୁ ଲୋକେ ନନ୍ଦା କରିବା ସହ ସେ ଚାହିଁଥିଲେ କାର୍ ଯୋଗେ ବିପତ୍ତି ସମୟରେ ଆସି ଲୋକଙ୍କ ସମସ୍ୟା ବୁଝିପାରିଥାନ୍ତେ ବୋଲି ଗସିପ୍ କରୁଛନ୍ତି ।