ପରକୀୟା ପ୍ରୀତିକୁ ନେଇ ମିଆଁ-ବିବି ତୁତୁ ମେଁ ମେଁ

ପରକୀୟା ପ୍ରୀତିକୁ ନେଇ ମିଆଁ-ବିବି ତୁତୁ ମେଁ ମେଁ
 

ଓଡ଼ିଆ ଗସିପ୍ ବ୍ୟୁରୋ:  କଥାରେ ଅଛି ତୁତ ମୁତୁରୀ ମୁଁ ତ ମୁତୁରି......କହିବାର ଅର୍ଥ ହେଲା ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିଜ୍ ର ଦୁଇ ପ୍ରମୁଖ ତାରକା ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ଯେଉଁ ତୁତୁ ମେଁ ମେଁ ଚାଲିଛି ତାହା ଥମିବାର ନା ନେଉନି ।

ପାରିବାରିକ ଝଗଡ଼ାର ଗୋଟି ଗୋଟି କଟୁ ସତ୍ୟ ଏବେ ପଦାରେ ପଡ଼ି ହାଟରେ ଗଡ଼ିଲାଣି । କଥା ଏବେ ଆଉ ଆପୋଷ ସମାଧାନରେ ନୁହେଁ ବରଂ ଛାଡ଼ ପତ୍ର ଆଡକୁ ହିଁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି । ଲାଗୁଛି ଏଥର ବିଚ୍ଛଦ ହୋଇକି ହିଁ ରହିବ । କାହିଁକିନ ଏବେ ଉଊୟ ଅନୁଭବ ଓ ବର୍ଷା ଦୁହେଁ ଦୁହିଁଙ୍କ ଚରିତ୍ରକୁ ନେଇ ଆକ୍ଷେପ କରିବା ଆରମ୍ଭ କରିସାରିଛନ୍ତି ।

ଭାଇରାଲ ହେଉଥିବା ଏକ ଭିଡିଓରେ ଉଭୟ ପରସ୍ପରର ଚରିତ୍ର ଉପରେ ଦୋଷାରୋପ କରୁଥିବା ଦେଖାଯାଇଥିଲା । ଏହି ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ବେଶ୍ ଚର୍ଚ୍ଚାରେ ରହିଛି ।

ଉଲ୍ଲେଖଯୋଗ୍ୟ, ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତିଙ୍କ ବିରୋଧରେ ବୁଧବାର ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ରାଜ୍ୟ ମହିଳା ଆୟୋଗଙ୍କ ଦ୍ବାରସ୍ଥ ହେବା ପରେ ଏ ନେଇ ଖୁବଶୀଘ୍ର ଅନୁଭବଙ୍କୁ ନୋଟିସ୍ କରାଯିବ ବୋଲି ଜଣାପଡ଼ିଛି ।

Share this story