ଓ-ଟାଉନରେ ଚର୍ଚ୍ଚା: ଆକ୍ଟର ବବି ମିଶ୍ର ତମେ ବଦମାସ ଭାରି ବେକାରିଆ

ଓଡ଼ିଆ ଗସିପ୍ ବ୍ୟୁରୋ: ଅନୁଭବ-ବର୍ଷା ବିବାହ ବିଛେଦ ହେବାକୁ ଯାଉଥିବା ଖବର ମଧ୍ୟରେ ଓଲିଉଡର ଆଉ ଏକ ରୋମାଣ୍ଟିକ କପୁଲ୍ ଙ୍କ ବିଚ୍ଛେଦର ଖବର ଓଡ଼ିଆ ପ୍ରେମୀଙ୍କୁ ଆଘାତ ଦେଇଛି । ପରଦାରେ ଅଭିନୟରେ ମାହିର କଳାକାରମାନେ ମଧ୍ୟ ରିଲ୍ ଲାଇଫରେ ଅଭିନୟ କରିବାରେ ଯେ, ସିଦ୍ଧହସ୍ତ ତାହା ପୁଣି ଥରେ ପ୍ରମାଣିତ ହୋଇଛି ।
ଏବେ ଏବେ ସବୁ ସମ୍ପର୍କ ଛିନ୍ନ କରି ଅଲଗା ଅଲଗା ରହୁଛନ୍ତି ଅଭିନେତା ବବି ମିଶ୍ର ଏବଂ ତାଙ୍କ ଅଭିନେତ୍ରୀ ପତ୍ନୀ କୋଏଲ ବାନାର୍ଜୀ । ବବି ମିଶ୍ର ଏ ସମ୍ପର୍କରେ କିଛି କହିନଥିଲେ ମଧ୍ୟ କୋଏଲଙ୍କ ପକ୍ଷରୁ ସ୍ପଷ୍ଟୀକରଣ ଆସିଛି । ସେ କହିଛନ୍ତି ଯେ...
ଆମ ବିବାହ ତିଷ୍ଠି ପାରିଲା ନାହିଁ ଏବଂ ଆମେ ଆଇନତ ଅଲଗା ରହୁଛୁ । ଆମେ 2018 ନଭେମ୍ବର ଠାରୁ ପୃଥକ ଭାବରେ ବାସ କରୁଥିଲୁ ଯେହେତୁ ମୁଁ କୋଲକାତାରେ ମୋର ବଙ୍ଗାଳୀ ସିରିଏଲ୍ କରୁଥିଲି । ହଁ, ମୁଁ 'ବୋହୁ ଆମର NRI' କରିବା ପାଇଁ ମଝିରେ ତିନିମାସ ଓଡିଶାରେ ଥିଲି କିନ୍ତୁ ସେହି ସମୟରେ ମଧ୍ୟ ଆମେ ଅଲଗା ରହିଥିଲୁ ଏବଂ ମୁଁ ସ୍ଥାୟୀ ଭାବରେ କୋଲକାତାକୁ ଫେରି ଆସିଥିଲି ଗତ ବର୍ଷ ଲକଡାଉନ୍ ପୂର୍ବରୁ । କିଛି ବ୍ୟକ୍ତିଗତ କାରଣ ଯୋଗୁଁ ମୋତେ 'ବୋହୁ ଆମର NRI' ଛାଡିବାକୁ ପଡିଲା ।
ଓଡିଆ ଲୋକମାନେ ମୋତେ ବହୁତ ଭଲପାଇବା ଦେଇଛନ୍ତି ଏବଂ ମୁଁ ସେଠାରେ ଜୀବନ ର ବହୁତ କିଛି ପାଇଛି । ତେଣୁ ମୁଁ ଆପଣମାନଙ୍କୁ ବହୁତ ଧନ୍ୟବାଦ ଜଣାଉଛି ଏବଂ ଏସବୁ ବିଷୟରେ ଜଣାଇବା ମୋର କର୍ତ୍ତବ୍ୟ ମନେକଲି ।
ବର୍ତ୍ତମାନ ମୋର ରାସ୍ତା ଅଲଗା ଏବଂ ମୁଁ ଆଶା କରୁଛି ଆଗକୁ ଏକ ଶାନ୍ତିପୂର୍ଣ୍ଣ ଜୀବନଯାପନ କରିବି ।