ବଡ ଭୁଲ କରିଦେଲେ ବିଗ୍ ବି, ଜଣେ ଫ୍ୟାନ୍ ସୁଧାରିବାରୁ... କହିଦେଲେ ଏମିତି କିଛି
ଓଡ଼ିଆ ଗସିପ ବ୍ୟୁରୋ: ବଲିଉଡର ବିଗ୍ ବି ଅମିତାଭ ବଚ୍ଚନ । ସବୁବେଳେ କିଛିନା କିଛି କାରଣରୁ ଚର୍ଚ୍ଚାରେ ଥାଆନ୍ତି । ଆଉ ସେ ଏମିତି ଜଣେ ନାୟକ ଯିଏକି ସବୁବେଳେ ପ୍ରଶଂସକଙ୍କ ସହ ଜଡିତ ହୋଇ ରୁହନ୍ତି ।
ସେ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ୍ ରୁହନ୍ତି । ଆଉ ପ୍ରତିଦିନ ସେ ନିଜର ଭାବନାକୁ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରନ୍ତି । ନିକଟରେ ସେ ଏକ ପୋଷ୍ଟ କରିଛନ୍ତି ଯେଉଁଥିରେ ସେ କିଛି ଭୁଲ କରିଦେଇଛନ୍ତି, ଏହି ପୋଷ୍ଟରେ ତାଙ୍କ ପ୍ରଶଂସକ ତାଙ୍କୁ ତାଙ୍କ ଭୁଲ୍ ବିଷୟରେ ଜଣେଇଛନ୍ତି । ଆଉ ବିଗ୍ ବି ତାଙ୍କୁ ଏମିତି କିଛି ପ୍ରତିକ୍ରିୟା ଦେଇଛନ୍ତି ।
ସୂଚନା ଅନୁଯାୟୀ, ବିଗ୍ ବି ଫେସବୁକରେ ଏକ ପୋଷ୍ଟ କରିଛନ୍ତି, ଯେଉଁଥିରେ ସେ ଭୁଲ ଇଂରାଜୀ ଲେଖିଛନ୍ତି । ଏହି ଭୁଲ ଉପରେ ତାଙ୍କର ଜଣେ ପ୍ରଶଂସକଙ୍କ ଦେଖି ଅମିତାଭଙ୍କୁ କମେଣ୍ଟ ଦେଇ ସେହି ଭୁଲକୁ ସଂଶୋଧନ କରିବାକୁ କହିଛନ୍ତି ।
ଅମିତାଭ ମଧ୍ୟ ଏହି ଭୁଲକୁ ଅତି ସୁନ୍ଦରତାର ସହିତ ଗ୍ରହଣ କରି ତୁରନ୍ତ ଏହାକୁ ସଂଶୋଧନ କରିଛନ୍ତି । କେବଳ ଏତିକି ନୁହେଁ ସେ ସେହି ପ୍ରଶଂସକଙ୍କୁ ଧନ୍ୟବାଦ ବି ଜଣାଇଛନ୍ତି ।
ଅମିତାଭ ବଚ୍ଚନ ଫେସବୁକରେ ପ୍ରସିଦ୍ଧ ଲେଖକ ଯୋଡ଼ି ସଲିମ-ଜାଭେଦଙ୍କ ପାଇଁ ଇଂରାଜୀରେ ‘ଡୁଓ’ ବଦଳରେ ‘ଡୁଆ’ ଲେଖିଥିଲେ । ରାଜେଶ ଅମିତାଭଙ୍କୁ ଏହା ଡୁଓ ନୁହେଁ ଡୁଆ ବୋଲି କହିଛନ୍ତି । ଯାହାକୁ ଅମିତାଭ ଅତି ସହଜରେ ଗ୍ରହଣ କରି ସଂଶୋଧନ କରିଛନ୍ତି । ଏହା ପୂର୍ବରୁ ରାଜେଶ କୁମାର ଏକ ହିନ୍ଦୀ ଶବ୍ଦ ‘ଦଶହରା’ର ବନାନ ଉପରେ ମଧ୍ୟ ଅମିତାଭଙ୍କୁ କହିଥିଲେ । ସେହି ପୋଷ୍ଟ ମଧ୍ୟ ଖୁବ୍ ଭାଇରାଲ ହୋଇଥିଲା ।