ବିଗିଡ଼ିଲା ବଲିଉଡର ବେଙ୍ଗଲ ଦାଦା ମିଥୁନ ଚକ୍ରବର୍ତ୍ତୀଙ୍କ ସ୍ୱାସ୍ଥ୍ୟବସ୍ଥା; ଚିନ୍ତା ପ୍ରକଟ କଲେ ଦର୍ଶକ
ଓଡ଼ିଆ ଗସିପ୍ ବ୍ୟୁରୋ: ମନୋରଞ୍ଜନ ଦୁନିଆରୁ ଆସିଲା ବଡ଼ ଗୁରୁତ୍ୱପୂର୍ଣ୍ଣ ଖବର । ଭଲ ନାହିଁ ମିଥୁନ୍ ଦା’ଙ୍କ ଦେହ । ମେଡିକାଲରେ ଭର୍ତ୍ତି ହୋଇଛନ୍ତି ବଲିଉଡର ଭେଟେରାନ ଅଭିନେତା ମିଥୁନ ଚକ୍ରବର୍ତ୍ତୀ । କିଡନୀରେ ଷ୍ଟୋନ ଯୋଗୁଁ ତାଙ୍କୁ ମେଡିକାଲରେ ଭର୍ତ୍ତି କରିବାକୁ ପଡିଥିଲା। ବାଙ୍ଗାଲୋରରେ ତାଙ୍କର ସଫଳତାର ସହ ଅପରେସନ ହୋଇଥିବା ନେଇ ମିଥୁନଙ୍କ ପୁଅ ମିମୋହ ଚକ୍ରବର୍ତ୍ତୀ ଟ୍ୱିଟରରେ ସୂଚନା ଦେଇଛନ୍ତି। ସୂଚନା ମୁତାବକ ମିଥୁନ ଚକ୍ରବର୍ତ୍ତୀ ହସ୍ପିଟାଲରେ ଭର୍ତ୍ତି ହେବାର ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହେବା ମାତ୍ରେ ତାଙ୍କ ପ୍ରଶଂସକମାନେ ଚିନ୍ତିତ ହୋଇଯାଇଥିଲେ ।
#MithunChakraborty discharged from hospital, son #Mahaakshay shares health update
— DNA (@dna) May 2, 2022
Read HERE | https://t.co/wLLaKnnzDD pic.twitter.com/tKnEEYBWnW
#MithunChakraborty discharged from hospital, son #Mahaakshay shares health update
— DNA (@dna) May 2, 2022
Read HERE | https://t.co/wLLaKnnzDD pic.twitter.com/tKnEEYBWnW
କେହି କେହି ଏହାକୁ ନେଇ ଗୁଜବ ସୃଷ୍ଟି କରିଥିବାରୁ ଶେଷରେ ମିଥୁନ ଚକ୍ରବର୍ତ୍ତୀଙ୍କ ପୁଅ ମିମୋହ ଚକ୍ରବର୍ତ୍ତୀ ଟ୍ୱିଟରରେ ସ୍ୱାସ୍ଥ୍ୟବସ୍ଥା ବାବଦରେ ବିସ୍ତୃତ ବିବରଣୀ ଦେଇଛନ୍ତି । ମିମୋହ କହିଛନ୍ତି ଯେ ବାପା (ମିଥୁନ ଚକ୍ରବର୍ତ୍ତୀ)ଙ୍କର ପେଟରେ ଯନ୍ତ୍ରଣା ହେବାରୁ ତାଙ୍କୁ ବାଙ୍ଗାଲୋରର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଆଉ ପରୀକ୍ଷା ପରେ ତାଙ୍କ କିଡନୀରେ ଷ୍ଟୋନ ଥିବାର ଜଣାପଡିଥିଲା ।
ଏହା ପରେ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା । ବର୍ତ୍ତମାନ ସେ ସୁସ୍ଥ ଅଛନ୍ତି ବୋଲି ତାଙ୍କ ପୁଅ କହିଛନ୍ତି । ସୂଚନା ଥାଉ କି ମେଡିକାଲରେ ମିଥୁନ ଚେତାଶୂନ୍ୟ ଅବସ୍ଥାରେ ଥିବାବେଳେ ଏକ ଫଟୋ ଭାଇରାଲ ହୋଇଥିଲା । ଯେଉଁଥିରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାର କୁହାଯାଇଥିଲା । ତେବେ ତାଙ୍କ ପୁଅ ଏହାକୁ ଖଣ୍ଡନ କରିଛନ୍ତି ।