'ଅନୁଭବ ମୋତେ ଛୁଇଁଛନ୍ତି'; ଛୁଇଁନାହାନ୍ତି ବୋଲି କହିବା କେତେ ଦୂର ଠିକ୍ ବୋଲି କଲେ ବର୍ଷା ଛାଡ଼ିଲେ ବାଣ...

ଓଡ଼ିଆ ଗସିପ୍ ବ୍ୟୁରୋ: ଭଲ ପାଇକି 6 ବର୍ଷର ବାହାଘର ପରେ 6 ବର୍ଷର ବୈବାହିକ ସଂପର୍କରେ ରହିଲା ପରେ ବି ସ୍ତ୍ରୀ-ସ୍ବମୀକୁ ଛୁଇଁବାକୁ ବି ଦେଲାନି ? ଏହା କେତେ ବିଶ୍ବାସଯୋଗ୍ୟ ? କେତେ ଗ୍ରହଣୀୟ ? ଠିକ୍ ଏମିତି ଭାବେ କିଛି କହି ଅନୁଭବକୁ କାଉଣ୍ଟର କରିଛନ୍ତି କେନ୍ଦ୍ରାପଡ଼ା ସାଂସଦଙ୍କ ଅଭିନେତ୍ରୀ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ । ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଏକ ଲମ୍ବା ଚଉଡ଼ାର ପୋଷ୍ଟ କରି ବର୍ଷା ଲେଖିଛନ୍ତି ଯେ, ଯେଉଁ ଭାଇ-ଭଉଣୀ ମାନ୍ୟବରଙ୍କୁ ସମର୍ଥନ କରୁଛନ୍ତି ସେମାନେ ଥରେ ଭାବି ଦେଖନ୍ତୁ ଏଇଟା ପ୍ରାକଟିକାଲି ପସିବଲ କି, ସ୍ବାମୀ-ସ୍ତ୍ରୀଙ୍କ 6 ବର୍ଷର ବୈବାହିକ ଜୀବନରେ ଶାରିରୀକ ସଂପର୍କ ନାହିଁ ? ଏହା କଣ ବାସ୍ତବରେ କେବେ ସମ୍ଭବ ? ଜଣେ ପୁରୁଷ ଏମିତି ରହିପାରିବ ନା ଜଣେ ନାରୀ ଏମିତି ରହିପାରିବ ?
କୋର୍ଟରେ କେସ ଚାଲିଥିବା ବେଳେ ଏଭଳି ଭିଡିଓ କରି ଲୋକଙ୍କ ଆଗରେ ନିଜର ଇମେଜ୍ ସଜାଡି ତାଙ୍କ ଚରିତ୍ର, ମାନ ସମ୍ନାନ, ନାରୀତ୍ବରେ କଳଙ୍କ ଲଗାଇବା କେତେ ଦୂର ଗ୍ରହଣୀୟ ? ଭଲପାଇ ଯାହାର ହାତ ଧରି ବାହା ହେଲେ ସ୍ବାମୀ ତା ସ୍ତ୍ରୀ ଚରିତ୍ର ଓ ନାରୀତ୍ବରେ କଳଙ୍କ ଲଗେଇବା କେତେଦୂର ଗ୍ରହଣୀୟ ? ଗୋଟେ ବାପା ଛେଉଣ୍ଡ ଝିଅ ଯାହାର ଭାଇ ନାହିଁ, ଯିଏ ତା ବିଧବା ମାଙ୍କୁ ନେଇ ବିବାହ ବିଚ୍ଛେଦର ଲଢେଇ କୋର୍ଟରେ ନୀରବତାର ସହ ଲଢୁଛି ତାକୁ ସମାଜରେ ବଦନାମ କରି ମିଥ୍ୟା ଆରୋପ ଲଗାଇ ବରବାଦ କରିବାର ଷଡଯନ୍ତ୍ର କେତେଦୂର ଗ୍ରହଣୀୟ ? ନିଜକୁ ନିର୍ଦ୍ଦୋଷ କହୁଥିବା ମଣିଷ କୋର୍ଟରେ ନିଜ ବୟାନ ଓ ପ୍ରମାଣ ରଖି ନ୍ୟାୟିକ ଲଢେଇ ଲଢେ ନା ସୋସିଆଲ ମିଡିଆରେ ?କୋର୍ଟ ନ୍ୟାୟ ଦିଏ ନା ସୋସିଆଲ ମିଡିଆ ?
ସ୍ତ୍ରୀ ଯଦି ଏତେ ମାନସିକ ନିର୍ଯାତନା ଦେଉଥିଲା ତେବେ ତାଙ୍କ ସ୍ବାମୀ ପ୍ରଡ୍ୟୁସର ହେବା ପରେ ତାଙ୍କ ସ୍ତ୍ରୀ ତାଙ୍କୁ ସହଯୋଗ କଲେ କେମିତି ? ପ୍ରଚାର ମୈଦାନରେ ସେ ତାଙ୍କ ପାଇଁ ପ୍ରଚାର କରି ସହଯୋଗ କରିଲେ କେମିତି ? ତାଙ୍କ ଗୋଡ ଭାଙ୍ଗିବା ପରେ ରାତି ଦିନ ତାଙ୍କ ସେବା କରି ତାଙ୍କୁ ସୁସ୍ଥ କରି ତାଙ୍କ ହାତ ଧରି ଚାଲିଲେ କେମିତି ?
ସ୍ବାମୀ ଯଦି କହୁଛନ୍ତି ସେ ଏତେ ଖରାପ ତାହା ହେଲେ ତାଙ୍କ ସ୍ତ୍ରୀ ଡିଭୋର୍ସ ନ ଦେଇ ରହିବାକୁ ଚାହୁଁଛନ୍ତି କାହିଁକି ?
କାରଣ ସେ ଜଣେ ହିନ୍ଦୁ ନାରୀ। ବିବାହ ବିଚ୍ଛେଦ ନୁହେଁ ବରଂ ତାଙ୍କୁ ବାଟକୁ ଆଣି ଏକାଠି ରହିବାକୁ ଚାହିଁଥିଲେ। ଆଜି ସେ ଡିଭୋର୍ସ କେସ ଲଢୁଛନ୍ତି କାରଣ ତାଙ୍କ ନାଁରେ ତାଙ୍କ ସ୍ବାମୀ ମିଥ୍ୟା ଆରୋପ ଆଣିଛନ୍ତି। ସେଥିପାଇଁ ସେ ଲଢୁଛନ୍ତି କୋର୍ଟରେ । କଣ ଗୋଟେ ନାରୀର ଅଧିକାର ନାହିଁ ନିଜ ପାଇଁ ନ୍ୟାୟର ଲଢେଇ ଲଢିବାକୁ ? ସୋସିଆଲ ମିଡିଆକୁ ଅପବ୍ୟବହାର କରି ଇର୍ଷାପରାୟଣ ହୋଇ, ନିନ୍ଦା ଅପମାନ କରି ଗୋଟେ ଝିଅ ଓ ତା ପରିବାରକୁ କଳଙ୍କିତ କରି କେହି କେବେ ବଡ଼ ହେଇପାରିନି, ମା ଲକ୍ଷ୍ମୀ କେବେ ବି କ୍ଷମା ଦେବେନି ।
ଯାହା ସବୁ ସୋସିଆଲ ମିଡିଆରେ ନିଜ ସ୍ତ୍ରୀକୁ ବଦନାମ କରିବା ପାଇଁ କହୁଛନ୍ତି ତାହା କଣ ସେ ବାସ୍ତବରେ ତାଙ୍କ ସ୍ତ୍ରୀ ସହ ଦେଖା କରି କଥା ହୋଇ ଭଲରେ ସମାଧାନ କରିବାକୁ ଚେଷ୍ଟା କରୁଛନ୍ତି ? କରିବେ କେମିତି, ତାଙ୍କୁ ଏକା କରି ଘରେ ଛାଡି ସମସ୍ତେ ପଳେଇଛନ୍ତି। ତାଙ୍କ ସ୍ତ୍ରୀର ମୋବାଇଲ ନମ୍ବରକୁ ବ୍ଲକ କରିଦେଇଛନ୍ତି। ଏ ସବୁ କେତେଦୂର ଗ୍ରହଣୀୟ ? ଏକ ତରଫା କଥା ଶୁଣି, ତାକୁ ବିଶ୍ବାସ କରି ଆମେ ମନ୍ତବ୍ୟ ଦେବା କଣ ଠିକ୍ ? ସ୍ତ୍ରୀ ତରଫରୁ କିଛି କଥା ନ ଶୁଣି , କୌଣସି ସତ୍ୟତା ନ ଜାଣି ଆମେ ମନ୍ତବ୍ୟ ଦେବା କେତେଦୂର ଗ୍ରହଣୀୟ ବୋଲି ପ୍ରଶ୍ନ କରିଛନ୍ତି ବର୍ଷା ପ୍ରିୟଦର୍ଶିନୀ ।.....