ଓଲିଉଡ଼ ହିରୋଇନ ରିୟା ଦେ'ଙ୍କୁ ବିବାହ କଲେ ଏହି ପୁଅ, କିଛି ଏପରି ଥିଲା ତାଙ୍କ ନିର୍ବନ୍ଧ ଠାରୁ ଧରି ବିବାହ, ଦେଖନ୍ତୁ ଭିଡ଼ିଓ...

Ollywood actress Riya Dey married with this man

ଓଡ଼ିଆ ଗସିପ ବ୍ୟୁରୋ: ଗତ ନଭେମ୍ବର ୧୧ ତାରିଖରେ ତାଙ୍କର ନିର୍ବନ୍ଧ ଶେଷ ହୋଇଥିଲା । ବିବାହ କାର୍ଯ୍ୟକ୍ରମରେ ଉଭୟ ପକ୍ଷର ପରିବାର ଲୋକେ, ବନ୍ଧୁ ଓ ଓଲିଉଡ ସେଲିବ୍ରିଟି ଯୋଗ ଦେଇଥିଲେ ।

ହଁ ଆଜ୍ଞା, ଓଡିଆ ଚଳଚିତ୍ର ଜଗତର ଚକୋଲେଟ କୁଇନ ରିୟା ଦେ' ବର୍ତ୍ତମାନ ହାତକୁ ଦୁଇହାତ ହୋଇଛନ୍ତି । ବାଲେଶ୍ଵର ମାଟିର ସୁକନ୍ୟା ରିୟା ଦେ’ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ନିଜ ପ୍ରେମୀ ତଥା ସ୍ଵାମୀ ସୁନିଲ ଙ୍କ ହାତଧରି ରିୟା ବର୍ତ୍ତମାନ ତାଙ୍କ ଶାଶୁଘରକୁ ଯାଇଛନ୍ତି ।

ବର୍ତ୍ତମାନ ସେ ତାଙ୍କର ନୂଆ ଏକ ଜୀବନ ଆରମ୍ଭ କରିଛନ୍ତି । ଗତକାଲି ବାଲେଶ୍ଵର ସ୍ଥିତ ହରି ପ୍ଲାଜା ଠାରେ ଆୟୋଜିତ ଏକ ଭବ୍ୟ ଉତ୍ସବରେ ସୁନୀଲ କୁମାର ନାମକ ଏକ ଯୁବକଙ୍କ ସହିତ ତାଙ୍କର ବିବାହ ସମ୍ପର୍ଣ୍ଣ ହୋଇଛି ।

ଅଭିନେତ୍ରୀ ରିୟାଙ୍କ ଘର ବାଲେଶ୍ୱରରେ ହୋଇଥିବା ବେଳେ ସେହିଠାରେ ହିଁ ତାଙ୍କର ବିବାହ ସମ୍ପନ୍ନ ହୋଇଥିବା ଜଣାପଡ଼ିଛି । ଏହା ପୂର୍ବରୁ ରିୟା ଦେ' ତାଙ୍କର ମେହେନ୍ଦି ଓ ହଲଦି ସେରିମନିର କିଛି ଫୋଟୋ ଓ ଭିଡ଼ିଓ ନିଜ ସୋସିଆଲ ମିଡିଆ ଅକାଉଣ୍ଟରେ ସେୟାର କରିଥିଲେ ।

ରିୟା ଓଡ଼ିଆ ସିନେମା ଜଗତରେ କ୍ରିମିନାଲ, ଏମିତି ବି ପ୍ରେମ ହୁଏ, ତୁମେ ମୋ ଦେହର ଛାଇ, ପାଗଳ କରିଛୁ ତୁ, ଏମିତି ବି ପ୍ରେମ ହୁଏ, ଗୋଲାପୀ ଗୋଲାପୀ, ରଘୁପତି ରାଘବ ରାଜାରାମ, କଳକୀ, ହରି ଓମ୍‌ ହରି, ଦିଓ୍ଵାନା ହେଲି ତୋ ପାଇଁ ଓ ପ୍ରେମ ପାଇଁ ମହାଭାରତ ଭଳି ଅନେକ ଚଳଚିତ୍ରରେ କାମ କରି ସାରିଛନ୍ତି ।

ଦେଖନ୍ତୁ ଭିଡ଼ିଓ :

୧୯୯୧ ମସିହା ଅକ୍ଟୋବର ୧୨ ତାରିଖରେ ବାଲେଶ୍ଵରରେ ଜନ୍ମ ଗ୍ରହଣ କରିଥିଲେ ରିୟା । ଆଉ ୨୦୧୦ ମସିହାରେ ଓଡିଆ ଚଳଚିତ୍ର ଜଗତରେ ପାଦ ଥାପିଥିଲେ । ସେ ସର୍ବ ପ୍ରଥମେ ସୁପରଷ୍ଟାର ବାବୁସାନ ଙ୍କ ସହିତ ପ୍ରେମ ଅଢେଇ ଅକ୍ଷର ଚଳଚିତ୍ରରେ ନଜର ଆସିଥିଲେ । ଆଉ ସେ ନିଖୁଣ ଅଭିନୟ ପାଇଁ ସେ ସମସ୍ତଙ୍କ ପାଖରେ ବେସ ପରିଚୟ ଲାଭ କରିଥିଲେ ।

Share this story

World Odia Language Conferene