ଅଳ୍ପକେ ବର୍ତ୍ତିଲା ସୁପରଷ୍ଟାର ଅଭିନେତ୍ରୀଙ୍କ ଜୀବନ, କାର୍ ଦୁର୍ଘଟଣାରେ ଆହତ ଝିଅ ସହ ହସ୍ପିଟାଲରେ ଭର୍ତ୍ତି
Nov 3, 2022, 17:32 IST

ଓଡ଼ିଆ ଗସିପ ବ୍ୟୁରୋ : ବଲିଉଡ୍ ଅଭିନେତ୍ରୀ ରମ୍ଭାଙ୍କୁ ନେଇ ଦୁଃଖଦ ଖବର ସିନି ଜଗତରେ ସମସ୍ତଙ୍କୁ ଦୁଃଖ ଦେଇଛି । କାର ଦୁର୍ଘଟଣାରେ ରମ୍ଭା ଓ ତାଙ୍କ ଝିଅ ଆହତ ହୋଇଛନ୍ତି ।
କାର ଭିତରେ ତାଙ୍କର ଜଣେ ସମ୍ପର୍କୀୟା ମହିଳା ଓ ପିଲାମାନେ ଥିବାବେଳେ ବଡ ଝିଅ ମଧ୍ୟ ଆହତ ହୋଇ ହସ୍ପିଟାଲରେ ଚିକିତ୍ସାଧିନ ଥିବା ଜଣାପଡିଛି ।
ଦୁର୍ଘଟଣାରେ ତାଙ୍କ କାର୍ ଭାଙ୍ଗିରୁଜି ଯାଇଥିବା ବେଳେ ଅଳ୍ପକେ ବଞ୍ଚିଯାଇଛି ରମ୍ଭା ଓ ତାଙ୍କ ପିଲାଙ୍କ ଜୀବନ ।
ସ୍କୁଲରୁ ପିଲାମାନଙ୍କୁ ନେଇ ଘରକୁ ଫେରୁଥିବାବେଳେ ତାଙ୍କ କାର୍ ଆଉ ଏକ କାର୍ ସହ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ରମ୍ଭା ନିଜେ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।
ସେପଟେ ଝିଅ ଶାଶାର ସ୍ୱାସ୍ଥ୍ୟାବସ୍ଥାକୁ ନେଇ ବେଶ୍ ଚିନ୍ତିତ ବୋଲି ଇନଷ୍ଟାରେ ପୋଷ୍ଟ କରିଛନ୍ତି । ତାଙ୍କ ଝିଅ ଯେପରି ଯଥାଶୀଘ୍ର ଭଲ ହୋଇଯାଉ ଏଥିପାଇଁ ପ୍ରାର୍ଥନା କରିବାକୁ ଅନୁରୋଧ କରିଛନ୍ତି ରମ୍ଭା ।