ଆସନ୍ତାକାଲି ବିବାହ ବନ୍ଧନରେ ବାନ୍ଧି ହେବେ ଆଲିଆ-ରଣବୀର; ତା ପରେ ରୋମାଣ୍ଟିକ ଲାଇଭର ଉଠାଇବେ ଆନନ୍ଦ

alia bhat

ଓଡ଼ିଆ ଗସିପ ବ୍ୟୁରୋ:  ଆସନ୍ତାକାଲି ଅଗ୍ନିକୁ ସାକ୍ଷୀ ରଖି ସାତ ଜନ୍ମର ସାଥୀ ହେବାକୁ ଯାଉଛନ୍ତି ବଲିଉଡର ହଟ କପୁଲ ରଣବୀର କପୁର ଏବଂ ଆଲିଆ ଭଟ୍ଟ । ଏଥିପାଇଁ ଉଭୟ ପରିବାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପ୍ରସ୍ତୁତି ସରିଛି । ଦୁଇ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ପ୍ରି-ୱେଡିଙ୍ଗ୍ ସେରମୋନି ଖୁବ୍ ଧୁମଧାମରେ ଆୟୋଜିତ ହୋଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି । ଆଲିଆଙ୍କୁ ବିବାହ ପରେ ରଣବୀରଙ୍କ ସିକ୍ରେଟ୍ ପ୍ଲାନ୍ ସମ୍ପର୍କରେ ଏବେ ଢେର ସାରା ଗସିପ ବି-ଟାଉନରେ ଚର୍ଚ୍ଚା ହେଉଛି।


 ସେପଟେ ରଣବୀର-ଆଲିଆଙ୍କ ସବୁ ସମ୍ପର୍କୀୟ ଓ ସାଙ୍ଗସାଥୀମାନେ ବିବାହ ଉତ୍ସବରେ ଯୋଗଦେବା ନେଇ ମୁମ୍ବାଇ ଆସିବାକୁ ଲାଗିଲେଣି। ରଣବୀର କପୁରଙ୍କ ଭଉଣୀ ରିଦ୍ଧିମା କପୁର ସାହାନୀ ତାଙ୍କ ସ୍ୱାମୀ ଭରତ ସାହାନୀ ଓ ଝିଅ ସମାୟରାଙ୍କ ସହ ମୁମ୍ବାଇରେ ପହଞ୍ଚିଗଲେଣି।

ତେବେ ସେମାନଙ୍କ ବିବାହକୁ ନେଇ ସେମିତି କିଛି ବ୍ୟକ୍ତିଗତ ସୂଚନା ସାମ୍ନାକୁ ଆସିନି। କିନ୍ତୁ ବିବାହ ପରେ ରଣବୀର ଓ ଆଲିଆ ଛୁଟି ନେବେ। ନିଜ ଜୀବନସାଥୀ ସହିତ କିଛି ଦିନ ଏକାନ୍ତ ଓ ନିରୋଳାରେ କାଟିବା ନେଇ ରଣବୀର ଯୋଜନା ମଧ୍ୟ କରିନେଇଛନ୍ତି।

Share this story