ଚର୍ମ ତତ୍ୱାବଧାନକୁ ନେଇ ସୋଆ ଏସପିଏସ ପକ୍ଷରୁ ଆର୍ନ୍ତଜାତିକ ସମ୍ମିଳନୀ ଆୟୋଜିତ

Researchers from south east Asian countries attend seminar on latest developments in Transdermal Care at SOA

ଓଡ଼ିଆ ଗସିପ ବ୍ୟୁରୋ (ଭୁବନେଶ୍ୱର): ଚର୍ମ ର ତତ୍ୱାବଧାନ ଏବଂ ଅତ୍ୟାଧୁନିକ ପ୍ରକ୍ରିୟାରେ କ୍ଷତ ପରିଚାଳନା କ୍ଷେତ୍ରରେ ସ୍ମାର୍ଟ ବାୟୋମ୍ୟାଟେରିଆଲ୍ସ, ନାନୋ ଟେକ୍ନୋଲୋଜି ଏବଂ ଡ଼ିଜିଟାଲ୍ ସେନସିଂରେ ବିକାଶକୁ ନେଇ ବିଭିନ୍ନ ଦକ୍ଷିଣ ପୂର୍ବ ଏସିଆ ଦେଶ ଗୁଡିକର ବିଶେଷଜ୍ଞ ମାନେ ଏକତ୍ରିତ ହୋଇ ବୁଧବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ଆୟୋଜିତ ଏକ ଦିବସୀୟ ସମ୍ମିଳନୀରେ ଆଲୋଚନା କରିଛନ୍ତି ।

ସୋଆ ପରିଚାଳିତ ସ୍କୁଲ୍ ଅଫ ଫାର୍ମାସ୍ୟୁଟିକାଲ ସାଇନ୍ସେସ୍ (ଏସପିଏସ) ପକ୍ଷରୁ "ଦ ଇଣ୍ଡୋ-ଏସିଆନ୍ ଇଂଟରନ୍ୟାସନାଲ ସେମିନାର' (ଆଇଏଆଇଏସ-୨୦୨୬) ଆୟୋଜିତ ହୋଇଯାଇଥିବା ବେଳେ ଏହାର ପ୍ରସଙ୍ଗ ରହିଥିଲା "ଇଞ୍ଜିନିୟରିଂ ଦ ନେକ୍ସଟ୍ ଜେନେରେସନ ଅଫ ଟ୍ରାଂସଡରମାଲ୍ କେୟାର' ।

ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସ୍ମାର୍ଟ ଟ୍ରାଂସଡରମାଲ୍ ସିଷ୍ଟମ୍‌କୁ ଭିତି କରି ଆଲୋଚନା କରାଯାଇଥିଲା । ଏହି ଅବସରରେ ସମ୍ମିଳନୀର ଆବାହକ ପ୍ରଫେସର ଏ. ବୋଷ କହିଥିଲେ ଯେ ବର୍ତମାନ ସମୟରେ ଆମେ ଚିରାଚରିତ କ୍ଷତ ସ୍ଥାନର ଚିକିତ୍ସା ଏବଂ ସାଧାରଣ ଔଷଧ ପ୍ରଦାନ ପ୍ରକ୍ରିୟାରୁ ଆଗକୁ ଯାଇ ବୁଦ୍ଧିସମ୍ପନ୍ନ, ପ୍ରତିକ୍ରିୟାଶୀଳ ଏବଂ ବହୁବିଧ ପ୍ରକ୍ରିୟା ବାୟୋମ୍ୟାଟେରିଆଲ ଉପରେ କାର୍ଯ୍ୟ କରୁଛୁ ।

ଏହି ଅତ୍ୟାଧୁନିକ ବ୍ୟବସ୍ଥା କ୍ଷତ ତ୍ୱରିତ ଭଲ ହେବାରେ ସାହାଯ୍ୟ କରିବା ସହ ସଂକ୍ରମଣକୁ ପ୍ରତିରୋଧ କରୁଛି ଏବଂ ଶରୀରର କଷ୍ଟକୁ ମଧ୍ୟ ହ୍ରାସ କରାଇବାରେ ସହାୟକ ହେଉଛି ବୋଲି ସେ କହିଥିଲେ ।

ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମାଲେସିଆ, ଥାଇଲାଣ୍ଡ, ସିଙ୍ଗାପୁର ଏବଂ ବ୍ରୁନେଇ ଭଳି ବିଭିନ୍ନ ଦକ୍ଷିଣ ପୂର୍ବ ଏସିଆ ଦେଶରୁ ଗବେଷକ ଓ ବିଶେଷଜ୍ଞମାନେ ଏହି ସମ୍ମିଳନୀରେ ଯୋଗ ଦେଇଥିଲେ ।

ଆଇଆଇଟି ଖଡ଼ଗପୁରର ସ୍କୁଲ ଅଫ ମେଡିକାଲ ସାଇନ୍ସ ଆଣ୍ଡ ଟେକ୍ନୋଲୋଜିର ପ୍ରଫେସର ସାନ୍ତନୁ ଧର ଓ ଥାଇଲାଣ୍ଡର ଚିଆଙ୍ଗରାଏ ସ୍ଥିତ ମେ ଫା ଲୁଆଙ୍ଗ ୟୁନିଭର୍ସିଟିର ଆସୋସିଏଟ୍ ପ୍ରଫେସର ଡକ୍ଟର ଓରାଓ୍ୟାନ ସୁଆନଟୋଙ୍ଗ ଦୁଇଟି ବୈଜ୍ଞାନିକ ଅଧିବେସନରେ ବକ୍ତବ୍ୟ ରଖିଥିଲେ । ପ୍ରଫେସର ଧର "ଏଥିକାଲି ସୋର୍ସେସ୍ ବାୟୋମ୍ୟାଟେରିଆଲସ୍ ଥ୍ରୁ ଇନୋଭେଟିଭ ପ୍ରସେସିଂ ଫର ଉଣ୍ଡ୍ ମ୍ୟାନେଜମେଂଟ' ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଡକ୍ଟର ସୁଆନଟୋଙ୍ଗ ‘ୟୁଟିଲାଇଜେସନ୍ ଅଫ ବାୟୋପଲିମର ବେସଡ୍ ଉଣ୍ଡ୍ ଡ୍ରେସିଂସ୍ ଇନକର୍ପୋରେଟେଡ ଉଇଥ ନ୍ୟାଚୁରାଲ ପ୍ରଡକ୍ଟ ଏକ୍ସଟ୍ରାକ୍ଟସ୍ ଫର ଡାଇଭର୍ସ ଉଣ୍ଡ୍ ମ୍ୟାନେଜମେଂଟ’ ଉପରେ ଆଲୋକପାତ କରିଥିଲେ ।

ପ୍ରଫେସର ଧର କହିଥିଲେ ଯେ ଡାକ୍ତରୀ ଗବେଷଣା ଏବଂ ଫାର୍ମାସୀ ଓତଃପ୍ରତ ଭାବେ ଜଡ଼ିତ ଯେଉଁଥିରେ ଡାକ୍ତର, ଇଞ୍ଜିନିୟର ଓ ଔଷଧୀୟ ବୈଜ୍ଞାନିକ ମାନେ ସମାଜର ହିତ ପାଇଁ ଏକତ୍ରିତ ହୋଇ କାର୍ଯ୍ୟ କରିଥାନ୍ତି । ସେ କହିଥିଲେ ଯେ ବୈଜ୍ଞାନିକ ମାନେ ୧୯୯୧ରେ ହିଁ ଷ୍ଟେମ ସେଲ୍ ସମ୍ପର୍କରେ ଜାଣିବାକୁ ପାଇଥିବା ବେଳେ ୨୦୨୪ ମସିହାରେ ୟୁଏସଏର ଫୁଡ ଆଣ୍ଡ ଡ୍ରଗ ଆଡମିନିଷ୍ଟେସନ୍ ପକ୍ଷରୁ ଷ୍ଟେମ ସେଲ୍ସ ଥେରାପୀ ନିମନ୍ତେ ସ୍ୱୀକୃତି ମିଳିଥିଲା । ଏହାକୁ ୨୦୨୫ ମସିହାରେ ଭାରତ ଗ୍ରହଣ କରିଥିଲା ।

ସମ୍ମିଳନୀର ବିଭିନ୍ନ ପର୍ଯ୍ୟାୟରେ ୟୁନିଭର୍ସିଟି ବ୍ରୁନେଇ ଦାରୁସଲାମର ଆସିଷ୍ଟାଂଟ ପ୍ରଫେସର ଡକ୍ଟର ରଜନ ରାଜାବାଲାୟ, ଏନଆଇଟି ରାଉରକେଲାର ଆସିଷ୍ଟାଂଟ ପ୍ରଫେସର ଡକ୍ଟର ଅଞ୍ଜୁ ଆର ବାବୁ, ଇନଷ୍ଟିଚ୍ୟୁଟ୍ ଅଫ ନାନୋ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ମୋହାଲିର ସାଇନ୍‌ଟିଷ୍ଟ-ଇ ଡକ୍ଟର ରେହାନ ଖାନ ଏବଂ ମାଲେସିଆର ୟୁନିଭର୍ସିଟି ପୁଟ୍ରାର ଆସୋସିଏଟ୍ ପ୍ରଫେସର ଡକ୍ଟର ସିଟି ଏଫଲିଜା ବିନ୍‌ତି ଆଶାରି ବକ୍ତବ୍ୟ ରଖିଥିଲେ ।

ଏସପିଏସର ଡିନ୍ ପ୍ରଫେସର ଦେବଜ୍ୟୋତି ଦାସ ଅତିଥି ଏବଂ ପ୍ରତିନିଧିମାନଙ୍କୁ ସ୍ୱାଗତ କରିଥିବା ବେଳେ ଶିକ୍ଷାନୁଷ୍ଠାନର ଫାର୍ମାସ୍ୟୁଟିକାଲ ଆନାଲିସିସ୍ ବିଭାଗର ପ୍ରଫେସର ବି.ବି.ସୁବୁଦ୍ଧି ଏବଂ ଫାର୍ମାସ୍ୟୁଟିକ୍ସ ବିଭାଗର ମୁଖ୍ୟ  ପ୍ରଫେସର ଗୌତମ ରଥ ନିଜର ମତ ରଖିଥିଲେ । ଉଦ୍‌ଘାଟନୀ କାର୍ଯ୍ୟକ୍ରମ ଶେଷରେ ଏସପିଏସ କ୍ୟାମ୍ପସ୍ ୨ର ଡିନ୍ ପ୍ରଫେସର ଦୁର୍ଗାମାଧବ କର ଧନ୍ୟବାଦ ଅର୍ପଣ କରିଥିଲେ ।

ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ଉପକୁଳପତି ପ୍ରଫେସର ଅନୁପ ସାମନ୍ତରାୟ ବକ୍ତବ୍ୟ ରଖିଥିଲେ । ଇଣ୍ଡଷ୍ଟ୍ରିଆଲ୍ ଫାର୍ମାସୀ ବିଭାଗର ମୁଖ୍ୟ ପ୍ରଫେସର ସ୍ନିଗ୍ଧା ପଟ୍ଟନାୟକ, ଫାର୍ମାକୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ପ୍ରତାପ କୁମାର ସାହୁ, ଫାର୍ମାସ୍ୟୁଟିକାଲ କେମେଷ୍ଟ୍ରି ବିଭାଗର ମୁଖ୍ୟ ପ୍ରଫେସର ପି. ସୁଧିର କୁମାର, ଡକ୍ଟର ସୁବ୍ରତା ମଲ୍ଲିକ ଏବଂ ଆସୋସିଏଟ୍ ପ୍ରଫେସର ଡକ୍ଟର ଶକ୍ତିକେତନ ପୃଷ୍ଟି ବିଭିନ୍ନ ବୈଜ୍ଞାନିକ ଅଧିବେଶନକୁ ପରିଚାଳନା କରିଥିଲେ । ଏସପିଏସର ପ୍ରଫେସର ଲକ୍ଷ୍ମୀଧର ମହାରଣା ସମ୍ମିଳନୀକୁ ପରିଚାଳନା କରିଥିଲେ ।

Share this story