ଅସୁରକ୍ଷିତ ରାଜଧାନୀ... ସଙ୍କଟରେ ରହିଛି ୟୁଟ୍ୟୁବରଙ୍କ ଭବିଷ୍ୟତ; ୟୁଟ୍ୟୁବରଙ୍କୁ ଛୁରୀ ଭୁସି ହତ୍ୟା...

Youtuber stabbed to death by miscreants in Bhubaneswar

ଓଡ଼ିଆ ଗସିପ ବ୍ୟୁରୋ (ଭୁବନେଶ୍ୱର କ୍ରାଇମ ପ୍ରତିନିଧି): ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ ଅସାମାଜିକ ବ୍ୟକ୍ତିଙ୍କ ଆତଙ୍କରାଜ ବଢ଼ିବାରେ ଲାଗିଛି । ଏଠି କୌଣସି ବର୍ଗ ର ବ୍ୟକ୍ତି ବିଶେଷ ସୁରକ୍ଷିତ ନାହାନ୍ତି । ଯାହା ଆଜିର ଏକ ଘଟଣା ଖୋଲାଖୋଲି ବୟାନ କରୁଛି ଏହି ଚିତ୍ର । କାହିଁକି ନା ଏଠି ସୋସିଆଲ ମିଡ଼ିଆରେ ଚର୍ଚ୍ଚା କୁ ଆସିଥିବା ବହୁ ୟୁଟ୍ୟୁବର ଏବେ ସୁରକ୍ଷିତ ମନେ କରୁନାହାନ୍ତି । ଯାହାକୁ ନେଇ ସଙ୍କଟରେ ରହିଛି ୟୁଟ୍ୟୁବରଙ୍କ ଭବିଷ୍ୟତ ନେଇ ଫ୍ୟାନ ମତ ଦେଲେଣି । ରାଜଧାନୀରେ ଜଣେ ୟୁଟ୍ୟୁବରଙ୍କୁ ଅତି ବର୍ବର ଭାବେ ହତ୍ୟା କରିବା ତାହା ସମସ୍ତ ୟୁଟ୍ୟୁବରଙ୍କ ମନରେ ଆତଙ୍କିତ ବାତାବରଣ ସୃଷ୍ଟି କରିଛି ।

ୟୁଟ୍ୟୁବର ମର୍ଡର ଘଟଣାରେ ୩ ଜଣଙ୍କୁ କମିଶନରେଟ ପୋଲିସ କାବୁ କରିବା ପରେ ଆରମ୍ଭ ହୋଇଛି ସର୍ଜମିନ ତଦନ୍ତ । ଜିଜିପି କଲୋନୀରେ ରହୁଥିବା ୟୁଟ୍ୟୁବର ରାହୁଲ କୁମାର ମହାରଣାଙ୍କ ହତ୍ୟା ପରେ କ୍ରାଇମ ସ୍ପଟରେ ପହଁଚିଛି ସ୍ପେଶାଲ ସ୍କ୍ବାଡ ଓ ସାଇଣ୍ଟିଫିକ ଟିମ । ପୁଙ୍ଖାନୁପୁଙ୍ଖ ତଦନ୍ତ ମଧ୍ୟ ଚଳାଇଛି । ତେବେ ପୂର୍ଵ ଶତ୍ରୁତାରୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।

୩ ରୁ ୪ ମାସ ତଳେ ବିବାହ କରିଥିଲେ ରାହୁଲ । ସେପଟେ ମୃତଦେହ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲରେ ଚାଲିଥିବା ବେଳେ ସେଠାରେ ଶୋକର ଛାୟା ଖେଳିଯାଇଛି । ଏତେ କମ୍ ବୟସରେ ରାହୁଲଙ୍କ ମୃତ୍ୟୁ ଘଟଣାକୁ କେହି ସହଜରେ ଗ୍ରହଣ କରିପାରୁନାହାନ୍ତି ।

ରସୁଲଗଡ଼ ପଡ଼ିଆରେ ବସିଥିବା ବେଳେ କିଛି ଦୁର୍ବୁର୍ତ୍ତ ତାଙ୍କୁ ଛୁରୀ ମାଡ଼ କରି ଲହୁଲୁହାଣ କରିଥିଲେ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଏକ ଘରୋଇ ହସ୍ପିଟାଲ ନିଆଯାଇଥିଲା । ସେଠାରେ ତାଙ୍କ ଅବସ୍ଥା ଅତି ଗୁରୁତର ହେବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ଅଣାଯାଇଥିଲା । କିନ୍ତୁ ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ତେବେ ପ୍ରକୃତରେ ପୂର୍ବ ଶତ୍ରୁତାର କାରଣ କଣ ? କାହିଁକି ରାଜଧାନୀର ଛାତି ଉପରେ ଘଟିଲା ଏଭଳି ଅଘଟଣ ? ସେ ନେଇ ଅଧିକ ଖୋଳତାଡ଼ କରୁଛି କମିଶନରେଟ ପୋଲିସ ।

Share this story