ଅସୁରକ୍ଷିତ ଭୁବନେଶ୍ୱର: ଧରମ ଭାଇର ପାପ ନଜର, ଏକାଧିକ ଥର ବନ୍ଦ ଘରେ ମହିଳାଙ୍କ ସହ କରିଥିଲା ଏଭଳି ହୀନ କାମ...

women raped

ଓଡ଼ିଆ ଗସିପ ବ୍ୟୁରୋ: ଭୁବନେଶ୍ୱରରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ଯାହା ବୟାନ କରୁଛି ଏଠି ମହିଳା କେତେ ସୁରକ୍ଷିତ । କହିବାକୁ ଗଲେ ରାଜଧାନୀ ଭୁବନେଶ୍ୱର ଲୋକଙ୍କ ନଜରରେ ସମ୍ପୂର୍ଣ୍ଣ ଅସୁରକ୍ଷିତ । କାରଣ ଖୋଦ ରାଜଧାନୀରେ ଜଣେ ମହିଳା ଦୁଷ୍କର୍ମର ଶିକାର ହୋଇଛନ୍ତି । ଯାହା ଶୁଣିଲେ ଆପଣଙ୍କ ରକ୍ତ ବି ଗରମ ହୋଇ ଉଠିବ ।

ଚାକିରୀ ଦେବାକୁ କହି ମହିଳାଙ୍କୁ ଦୁଷ୍କର୍ମ କରାଯାଇଥିବା ଘଟଣା ଏବେ ଥାନାରେ ଅଭିଯୋଗ ଫର୍ଦ ହୋଇ ରହିଛି । ଯାହାକୁ ନେଇ ପୋଲିସ ଅଭିଯୁକ୍ତକୁ ଧରିବା ପାଇଁ ଆକ୍ସନ ମୋଡ଼ ରେ ଆସିଛି । ଖାଲି ଏତିକି ନୁହେଁ ଅଭିଯୁକ୍ତ ଜଣଙ୍କ ମହିଳା ଜଣଙ୍କୁ ରାଜଧାନୀରୁ ନେଇ ବ୍ରହ୍ମପୁରରେ ଦୁଷ୍କର୍ମ କରିଥିଲା । ତାହା ପୁଣି ଅନେକ ଥର ।

ଅଭିଯୋଗ ରୁ ଜଣାପଡିଛି କି ଅଭିଯୁକ୍ତ ଜଣକ ମହିଳାଙ୍କର କୁଆଡେ ଧରମ ଭାଇ ହେବ । ସେ ପୀଡ଼ିତାଙ୍କୁ ଏକ ବନ୍ଦ ଘରେ ରଖି ଦୁଷ୍କର୍ମ କରିଚାଲିଥିଲା । ୫ ଦିନ ରଖିବା ପରେ କଳେ ବଳେ କୌଶଳେ ସେଠାରୁ ଖସି ଆସିବା ପରେ ନିଜର ଦୁଃଖ ବଖାଣିଛନ୍ତି ମହିଳା ଜଣଙ୍କ ।

ପରେ ପରିବାର ସଦସ୍ୟଙ୍କୁ ଘଟଣା ସମ୍ପର୍କରେ ଜଣାଇବା ପରେ ସ୍ୱାମୀଙ୍କ ଉପସ୍ଥିତିରେ ସହିଦନଗର ଥାନାରେ ଏତଲା ଦେଇଛନ୍ତି । ପାପି ଜଣଙ୍କ ମଦ ପିଇ ଶାରୀରିକ ସମ୍ପର୍କ ରଖୁଥିଲା ବୋଲି ଅଭିଯୋଗ ରେ ଦର୍ଶାଯାଇଛି । ସେପଟେ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ମହିଳାଙ୍କ ପରିବାର ଲୋକେ ।

ପୀଡ଼ିତାଙ୍କ କହିବା ଅନୁସାରେ, ଅଭିଯୁକ୍ତ ଜଣଙ୍କ ମହିଳାଙ୍କ ସହ ସହିଦନଗର ଥାନା ଅଧୀନରେ ଆସୁଥିବା ଭିଏସଏସ ନଗର ସ୍ଥିତ ପ୍ରଧାନ ଇଣ୍ଡଷ୍ଟ୍ରି ରେ କାମ କରୁଥିବା ବେଳେ ଦେଖାସାକ୍ଷାତ ହୋଇଥିଲା । କିଛି ଦିନ କାମ କରିବା ଭିତରେ ଅଭିଯୁକ୍ତ ଜଣଙ୍କ ମହିଳାଙ୍କ ସହ ଭଉଣୀ ସମ୍ପର୍କ ରଖି ତାଙ୍କୁ ବ୍ରହ୍ମପୁର ରେ ଚାକିରୀ ରେ ରଖିଦେବେ କହି ମିଛ ପ୍ରତିସ୍ତୃତି ଦେଇଥିଲେ । ପରେ ମହିଳାଙ୍କୁ ଟ୍ରେନ ଯୋଗେ ବ୍ରହ୍ମପୁର ନେଇ ଏଭଳି ପାପ କାମ ଭିଆଇ ଥିଲେ ।

Share this story