ତ୍ରିକୋଣୀୟ ପ୍ରେମର କରୁଣା ପରିଣତି: ପ୍ରେମିକା ସମ୍ମୁଖରେ ମୁହାଁମୁହିଁ ହେଲେ ଦୁଇ ପ୍ରେମିକ

ditched lover

ଓଡ଼ିଆ ଗସିପ ବ୍ୟୁରୋ: ଯୁବତୀଙ୍କ ଡବଲ ପ୍ରେମ । ଏକାସାଙ୍ଗରେ ଦୁଇ ଜଣ ଯୁବକକୁ ସମୟ ବାହାର କରି ଭଲ ପାଉଥିଲେ ଯୁବତୀ । ଉଭୟ ପ୍ରେମିକ ଏହାର ଟେର୍ ବି ପାଉନଥିଲେ । କିନ୍ତୁ ଯୁବତୀଙ୍କ ଏହି ଚାଲାକ୍ ପଣିଆ ବେଶିଦିନ ତିଷ୍ଟି ପାରିଲା ନାହିଁ । ହଠାତ ଦିନେ ଧରା ପଡିଲେ ଯୁବତୀ । କାରଣ ପୂର୍ବରୁ ପୁରୁଣା ପ୍ରେମିକ ସନ୍ଦେହ କରୁଥିଲେ ଯେ, ତାଙ୍କ ପ୍ରେମିକା ଆଉ କାହାକୁ ମନ ଦେଇସାରିଛି । ଆଉ ଯୁବକଙ୍କ ସନ୍ଦେହ ସତ ହେଲା । ଦିନେ ନୂଆ ପ୍ରେମିକ ପାଖରେ ବସିଥିବା ବେଳେ ଯୁବତୀଙ୍କୁ ଧରି ନିସ୍ତୁକ ଛେଚିଲେ ପୁରୁଣା ପ୍ରେମିକ । ତେବେ ନୂଆ ପ୍ରେମିକ ଏହାକୁ ଦେଖି ରାଗିଯାଇ ପୁରୁଣା ପ୍ରେମିକକୁ ମାଡ଼ ମାରିଥିଲେ ।

ଏହାପରେ ପ୍ରେମିକାକୁ କେନ୍ଦ୍ର କରି ଉଭୟ ପ୍ରେମିକ ହାତାହାତି ହୋଇଗଲେ । ଆଉ ଯୁବତୀ ପାଖରେ ଠିଆ ହୋଇ ରୁହ ରୁହ କହୁଥିଲେ । କିନ୍ତୁ ଉଭୟ ରୋମିଓ ଯୁବକ କାହା କଥା ଶୁଣୁନଥିଲେ । ମାତ୍ର କଥା ଯେତେବେଳେ ଥାନା ପର୍ଯ୍ୟନ୍ତ ଗଲା । ସେମାନେ ସେହି ସମୟରେ ଚୁପ ରହିଲେ । ଶେଷରେ ଆପୋଷ ବୁଝାମଣାରେ ୩ଜଣ ଥାନାରୁ ମୁକୁଳିଲେ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱରର ଇନ୍‌ଫୋସିଟି ଥାନା ଅଞ୍ଚଳରେ ।

ଭୁବନେଶ୍ୱରର ଶୈଳଶ୍ରୀ ବିହାର ଅଞ୍ଚଳରେ ରହି ସଂପୃକ୍ତ ଯୁବତୀ ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ପାଠ ପଢୁଥିଲେ । ସେ ତାଙ୍କ କଲେଜର ଜଣେ ସହପାଠୀକୁ ଦେଖା କରିବାକୁ ଇନଫୋସିଟି ପାଖକୁ ଡାକିଥିଲେ । ଦୁହେଁ ଦୀର୍ଘ ସମୟ ଯାଏଁ କଥା ହେଉଥିବା ବେଳେ ହଠାତ୍‌ ସେଠାରେ ତାଙ୍କର ପୁରୁଣା ପ୍ରେମିକ ପହଞ୍ଚିଥିଲେ । ଆଉ ଯୁବତୀଙ୍କୁ ପଚାରିଥିଲେ ଏ ପୁଅ ସହ ଏଠାରେ କାହିଁକି ଗପୁଛ । ଏହାର ଉତ୍ତରରେ ଯୁବତୀ କହିଥିଲେ ଏ ମୋ ସାଙ୍ଗ । କିନ୍ତୁ ସଂଗେ ସଂଗେ ନୂଆ ପ୍ରେମିକ ଯୁବତୀଙ୍କୁ କହିଥିଲେ ତୁମେ ମୋତେ ପ୍ରେମ କରୁଛ ପୁଣି ଏ ପିଲାକୁ ବି ପ୍ରେମ କରୁଛ । ଦୁହିଁଙ୍କ ଭିତରେ ବଚସା ହେବାରୁ ଯୁବତୀଙ୍କ ଗାଲରେ ଦୁଇ ଚାପୁଡ଼ା ମାରିଥିଲେ ପୁରୁଣା ପ୍ରେମିକ ।

ଏହା ଦେଖି ନୂଆ ପ୍ରେମିକ କହିଥିଲେ ମୁଁ ୟାଙ୍କୁ ୨ ବର୍ଷ ହେବ ଭଲ ପାଉଛି । ଏହାର ଜବାବ୍ ରେ ପୁରୁଣା ପ୍ରେମିକ କହିଥିଲେ ମୁଁ ୫ ବର୍ଷ ହେଲା ୟାକୁ ପ୍ରେମ କରୁଛି । କିନ୍ତୁ ନୂଆ ପ୍ରେମିକ ଜଣକ ପୁରୁଣା ପ୍ରେମିକକୁ କହିଲା ତୁ କାହିଁକି ମୋ ପ୍ରେମିକାକୁ ମାଡ଼ ମାରିଲୁ ।

ଏହା ପରେ ଦୁଇ ଯୁବକଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଥିଲା ବଚସା । ଏହା ଦେଖି ସ୍ଥାନୀୟ ଲୋକେ ସଂଗେ ସଂଗେ ପିସିଆର ଭ୍ୟାନକୁ ଫୋନ କରି ଡକାଇଥିଲେ । ପୁଲିସ ପହଞ୍ଚି ସମସ୍ତଙ୍କୁ ଥାନାକୁ ନେଇଥିଲା । ଏହା ପରେ ଥାନା ସେମାନଙ୍କୁ ବୁଝାସୁଝା କରି ଘରକୁ ପଠାଇଥିଲା ।

ମାତ୍ର ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଯୁବତୀ ପଇସା ପାଇଁ ଦୁଇ ଜଣ ଯୁବକକୁ ପ୍ରେମ କରୁଥିଲେ । ଆଉ ଦୁଇ ଜଣ ଯୁବକ ଧନୀକ ଶ୍ରେଣୀର ଥିଲେ । ଆଉ ଯାହାର ଫାଇଦା ଉଠାଉଥିଲେ ଯୁବତୀ ।

Share this story