ଆତ୍ମହତ୍ୟା ଉଦ୍ୟମ କଲେ ମାନବପ୍ରେମୀଙ୍କ ବିଧବା ପତ୍ନୀ

ଓଡ଼ିଆ ଗସିପ୍ ବ୍ୟୁରୋ: ଦୀର୍ଘ ଦିନ ପରେ ଅନେକ ଅକୁହା କଥା କହି ସୋସିଆଲ ମିଡିଆରେ ନିଆଁ ଲଗାଇ ଦେଇଛନ୍ତି ମାନବ ପ୍ରେମୀ ଆଦିତ୍ୟ ଦାଶଙ୍କ ବିଧବା ପତ୍ନୀ ବିଦ୍ୟାଶ୍ରୀ । ମାନବ ପ୍ରେମୀଙ୍କ ମୃତ୍ୟୁ ରହସ୍ୟରୁ ପରଦା ହଟିନଥିବା ବେଳେ ଏବେ ତାଙ୍କ ବିଧବା ପତ୍ନୀଙ୍କ ଆତ୍ମହତ୍ୟା ପ୍ରସଙ୍ଗ ଏହାକୁ ଅଧିକ ସଙ୍ଗିନ କରି ଦେଉଛି । ୩୦ଟି ନିଦ ବଟିକା ଖାଇ ନିଜ କଟକ ସ୍ଥିତ ଘରେ ବିଦ୍ୟାଶ୍ରୀ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଆତ୍ମହତ୍ୟା ଉଦ୍ୟମ ପରେ ବିଦ୍ୟାଶ୍ରୀଙ୍କୁ ହସ୍ପିଟାଲ ନିଆଯାଇଥିଲା ।
ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଫେସବୁକ ପେଜରେ ଲାଇଭ ଭିଡିଓ କରି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ସ୍ତ୍ରୀ ବିଦ୍ୟାଶ୍ରୀ । ମାନସିକ ଚାପଗ୍ରସ୍ତ କରାଯାଉଥିବାରୁ ଆତ୍ମହତ୍ୟା କରୁଥିବା ସେ ଏହି ଭିଡିଓରେ କହୁଛନ୍ତି । ଭିଡିଓରେ ଏକ ଡାଏରୀ କଥା ମଧ୍ୟ ଉଲ୍ଲେଖ କରିଛନ୍ତି ବିଦ୍ୟାଶ୍ରୀ ।
କହୁଛନ୍ତି, ସେ ଏକ ଡାଏରୀରେ ମାନବପ୍ରେମୀଙ୍କ ମୃତ୍ୟୁ ନେଇ ସବୁକିଛି ଉଲ୍ଲେଖ କରିଛନ୍ତି । ତେବେ ସେ ଆତ୍ମହତ୍ୟା କରୁଛନ୍ତି, ଏବଂ ତାଙ୍କ ମୃତ୍ୟୁ ପାଇଁ ଯେଉଁମାନେ ଦାୟୀ, ସେମାନଙ୍କୁ ମଧ୍ୟ ଉଚିତ୍ ଦଣ୍ଡ ମିଳୁ ବୋଲି ଭିଡିଓରେ କହିଛନ୍ତି ବିଦ୍ୟାଶ୍ରୀ ।
ଫେସବୁକରେ ଲାଇଭ୍ ଭିଡିଓ କରି ଏକାଥରରେ ଗୁଡ଼ାଏ ନିଦ ବଟିକା ଖାଉଥିବାର ଦେଖିବାକୁ ମିଳିଛି । ଏହା ପୂର୍ବରୁ ସେ ୩୦ଟି ସ୍ଲିପିଂ ପିଲ୍ ଖାଇଛନ୍ତି ବୋଲି ଭିଡିଓରେ ପ୍ରକାଶ କରିଛନ୍ତି । ସେ ଏକ ଡାଏରି ଦେଖାଉଛନ୍ତି ଓ ତାଙ୍କ ମୃତ୍ୟୁ ପାଇଁ ଯେଉଁମାନେ ସବୁ ଦାୟୀ ସେ ସେମାନଙ୍କ ନାମ ସେ ଡାଏରିରେ ଲେଖିଛନ୍ତି ବୋଲି କହିଛନ୍ତି ।
ସେ ଆହୁରି ବି କହିଛନ୍ତି କି ଯେପରି ଆଦିତ୍ୟଙ୍କ ମୃତ୍ୟୁ ପଛର କାରଣ ମୁଁ ବୋଲି କିଛି ଲୋକ ଅପବାଦ ରଚୁଛନ୍ତି, ସେହିପରି ମୋ ପରିବାର ଲୋକଙ୍କୁ ମୋ ମୃତ୍ୟୁର କାରଣ ବୋଲି କୁହାନଯାଉ । ସେଥିପାଇଁ ମୁଁ ଏ ଲାଇଭ୍ ଭିଡିଓ ସହ ଡାଏରି ଛାଡ଼ି ଯାଉଛି । ଯେଉଁମାନେ ତାଙ୍କ ମୃତ୍ୟୁ ଲାଗି ଦାୟୀ ସେମାନଙ୍କ ନାମ ସେ କହୁଥିବା ଦେଖିବାକୁ ମିଳିଛି । ଏଥିସହ ସେ କାନ୍ଦି କାନ୍ଦି କହୁଛନ୍ତି – ମତେ ନ୍ୟାୟ ମିଳୁ ।