କାହିଁକି ୩ଥର ମରିବାକୁ ଚାହିଁଲେ ୩୫ ବର୍ଷୀୟ ଯୁବକ! ପ୍ରଥମେ ପ୍ରବଳ ମଦ୍ୟପାନ, ଜହର ସେବନ ଆଉ ତା ପରେ କଲେ ଏହି କାମ...

case

ଓଡ଼ିଆ ଗସିପ୍ ବ୍ୟୁରୋ: ମଧ୍ୟପ୍ରଦେଶର ବୈତୁଲରୁ ଏକ ଅଭାବନୀୟ ଘଟଣାର ଖବର ଆସୁଛି । ଏଠାରେ ଜଣେ ଯୁବକ ନିଜକୁ ଜୀବନରୁ ଶେଷ କରିବା ପାଇଁ ତିନି ତିନି ଥର ଅଜବ ହରକତ କରିଛି । ସେ ମରିବାକୁ ଚାହୁଁଥିବାରୁ ଜଣଙ୍କ କଥାରେ ପଡ଼ି ପ୍ରବଳ ମଦ୍ୟପାନ କଲା  ଏଥିରେ କିନ୍ତୁ ତାକୁ କିଛି ବି ଫାଇଦା ମିଳିଲାନି ।

ଏତେ ମଦ ପିଇଲା ଯେ, ଯଦି ସତରେ ଜଣଙ୍କ ଭାଗ୍ୟ ଆଣ୍ଟ ଥିବ ସେ ହିଁ ବଞ୍ଚିପାରିବ । ଆଉ ବୋଧେ ସେ ଏହି ଯୁବକ ହିଁ ଥିଲା । କାହିଁକିନା ପ୍ରଚୁର ମଦ୍ୟପାନ ପରେ ମଧ୍ୟ ଯୁବକଙ୍କ କିଛି ହେଲା ନାହିଁ ।

ମଦ୍ୟପାନ କରି ମୃତ୍ୟୁ ନ ହେବାରୁ ସଂପୃକ୍ତ ଯୁବକ ଜଣଙ୍କ ଦ୍ୱିତୀୟ ବାର୍ ସାଙ୍ଘାତିକ ପ୍ରୟାସ କରିଥିଲା । ନିଜ ଜୀବନକୁ ଶେଷ କରିବା ପାଇଁ ଏଥର ଏହି ଯୁବକ ଜଣଙ୍କ ଜହର ବା ବିଷ ପିଇଦେଇଥିଲା କିନ୍ତୁ ସୌଭାଗ୍ୟର କଥା ଯେ, ଏଥର ମଧ୍ୟ ଆତ୍ମହତ୍ୟା କରିବାକୁ ଚାହୁଁଥିବା ଯୁବକଙ୍କ କୌଣସି ଅନିଷ୍ଟ ହୋଇନଥିଲା ।

ଏହା ପରେ ସେ ଭାରି ବ୍ୟତିବ୍ୟସ୍ତ ହୋଇ ପଡ଼ିଥିଲା  ଏପରିକି ସେ କଣ କରିବ କଣ ନ କରିବ କିଛି ଭାବି ପାରୁନଥିଲା ।

ଦ୍ୱିତୀୟ ବାର ମଧ୍ୟ ମୃତ୍ୟୁ ନ ହେବାରୁ ତୃତୀୟ ଥର ସେ ନିଜ ବେକରେ ରଶି ଲଗାଇ ମରିବାକୁ ଚାହିଁଲା । ଏଇଠି କିନ୍ତୁ ସ୍ଥିତି ବିଗିଡ଼ଗଲା, ଯୁବକ ଜଣଙ୍କ ଅବସ୍ଥା ଅତି ଗୁରୁତର ହୋଇପଡ଼ିଛି ।

ଗୁରୁତର ସହ ତାଙ୍କୁ ସ୍ଥାନୀୟ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଘଟଣା ବୈତୁଲ ଚିଚୋଲି ଥାନା ଅନ୍ତର୍ଗତ ପାଠାଖେଡ଼ାରେ ଘଟିଛି । ଗୁରୁତର ଯୁବକ ଜଣଙ୍କ ୩୫ ବର୍ଷୀୟ ରବୀନ୍ଦ୍ର କଟାରେ । ତେବେ କାହିଁକି ଯୁବକ ଜଣଙ୍କ ଏମିତି କଲେ ସେ କଥା ସ୍ପଷ୍ଟ ହୋଇପାରିନି । ଯୁବକଙ୍କ ଅବସ୍ଥା ଭଲ ନଥିବାରୁ ପୋଲିସ ମଧ୍ୟ ତାଙ୍କ ବୟାନ ରେକର୍ଡ କରିପାରିନାହିଁ ।

Share this story