ରିଙ୍କି ମୋତେ ଯେତେବେଳେ ବି ଡାକୁଥିଲା ମୁଁ ସେତେବେଳେ ଦୌଡ଼ି ପଳାଉଥିଲି: ଏବେ ମଲାପରେ ଭୂତ ହୋଇ ଡରାଉଛି

/jagannath-ajab-bayan-in-rinki-case

ଓଡ଼ିଆ ଗସିପ ବ୍ୟୁରୋ: ରାଜଧାନୀରେ ଘଟିଥିବା ବହୁ ଚର୍ଚ୍ଚିତ ରିଙ୍କି ହତ୍ୟାକାଣ୍ଡରେ ହତ୍ୟା ଅଭିଯୁକ୍ତ ଜଗନ୍ନାଥ ପ୍ରଧାନ ଜେଲ୍‌ ଯାଇଛି । ବିଷ ପିଇ ହାତ କାଟି ଆତ୍ମହତ୍ୟା ଉଦ୍ୟମ କରିଥିବା ଜଗନ୍ନାଥର ଆଇସିୟୁରେ ଚିକିତ୍ସା ହୋଇଥିଲା । ଏହାପରେ ଭୁବନେଶ୍ୱର ଏମସ୍‌ରେ ତାହାର ହାତରେ ଶିରାର ଅପରେସନ୍‌ ହୋଇଥିଲା । ସେଠାରୁ ଡିସ୍‌ଚାର୍ଜ ହେବାପରେ ପୋଲିସ ତାକୁ ଜେରା କରିଥିଲେ । ଅଭିଯୁକ୍ତ ହତ୍ୟାକାଣ୍ଡ ଘଟାଇବା ପରେ ଏକ ପ୍ରକାର ମାନସିକ ଭାରସାମ୍ୟ ହରାଇ ସାରିଥିବା ଜଣା ପଡିଛି । କି ସେ ଅନ୍ୟ କୌଣସି କାରଣରୁ ଏପରି କରୁଥିବା ସନ୍ଦେହ ବି ଉପୁଜିବା ସ୍ୱାଭାବିକ ।

ଅଭିଯୁକ୍ତ ପୁଲିସ୍‌କୁ କହିଛି, ରାତିରେ ଶୋଇବା ସମୟରେ ରିଙ୍କି ଆସି ତାଙ୍କ ତଣ୍ଟି ଚିପି ଧରୁଛି । ଦିନରେ ଆଖି ବୁଜିଲେ ରିଙ୍କି ମୁହଁ ଦେଖା ଯାଉଛି । ବୁଧବାର ଅଭିଯୁକ୍ତ ସନ୍ଧ୍ୟାରେ କୋର୍ଟ ଚାଲାଣ କରା ଯାଇଥିଲା । ଘଟଣାର ଅଧିକ ତଦନ୍ତ ପାଇଁ ତାଙ୍କୁ ରିମାଣ୍ଡରେ ଅଣାଯିବ ବୋଲି ପୁଲିସ୍‌ କହିଛି । ତେବେ ଚାଲାଣ ପୂର୍ବରୁ ହତ୍ୟା ଘଟଣା ସହ ଏହି ସୁ କଥା ଅଭିଯୁକ୍ତ ପୋଲିସ୍‌କୁ କହିଛି ।

ହାତ୍ୟାକାଣ୍ଡ କରିବା ପରେ ଆତ୍ମହତ୍ୟା ଉଦ୍ୟମ କରି ଅଭିଯକ୍ତ ଜଗନ୍ନାଥ ପ୍ରଧାନ ଗୁରୁତର ହୋଇପଡିଥିଲା । ପୁଲିସ୍‌ ତାକୁ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲା । ସେତେବେଳ ଜଗନ୍ନାଥର ଅବସ୍ଥା ଅତ୍ୟନ୍ତ ଖରାପ ଥିବାରୁ ତାଙ୍କୁ ଆଇସିୟୁରେ ରଖା ଯିବା ସହ ତାର ୨ ହାତରେ ଏକାଧିକ ଷ୍ଟିଚ୍‌ ପଡିଥିଲା । ୧୫ ତାରିଖ ଦିନ ୨ହାତ ଷ୍ଟିଚ୍‌ ଖୋଲା ଯାଇଥିଲା । ଏହି ସମୟରେ ଜଣାପଡିଥିଲା ତା ବାମ ହାତ ଏକ ଶିରା ସମ୍ପୂର୍ଣ୍ଣ କଟି ଯାଇଛି । ଯାହାର ଅପରେସନ୍‌ ନିହାତି ଆବଶ୍ୟକ । ୧୬ ତାରିଖ ଦିନ ଶିରାର ଅସ୍ତ୍ରପୋଚାର ହେବାର ଥିଲା । ହେଲେ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ହୋଇ ପାରିଲା ନାହିଁ । ୧୭ ତାରଖ ଦିନ ଏମ୍ସ୍‌ ହସ୍ପିଟାଲ୍‌ରେ ଅସ୍ତ୍ରପୋଚାର ପରେ ଡିସ୍‌ଚାର୍ଜ କରା ଯାଇଥିଲା । ଏୟାରଫିଲ୍ଡ ଥାନା ପୁଲିସ୍‌ ତାକୁ ଥାନାକୁ ନେଇ ଜେରା କରିଥିଲା । ଜଗନ୍ନାଥ ଘଟଣା ବିଷୟରେ ସବୁ ତଥ୍ୟ ପୁଲିସ୍‌ ଆଗରେ କହିଥିଲା । ସବୁ ଠାରୁ ବଡ଼ କଥା ହେଲା ରିଙ୍କିଙ୍କୁ ମାରିବା ପରେ ଜଗନ୍ନାଥ ଏକ ପ୍ରକାର ମାନସିକ ଭାରସାମ୍ୟ ହରାଇଛି ।

ଏହା ପୂର୍ବରୁ ବିବାହ ପେର ରିଙ୍କି ତା ସହିତ ଦିନକୁ ୫-୬ ଘଣ୍ଟା କଥା ହେଉଥିଲା । ସେ ଯେତେବେଳେ ଡାକୁଥିଲା ମୁଁ ଆସୁଥିଲି । କିନ୍ତୁ କଣ ହେଲା କେଜାଣି ସ ଦୀର୍ଘ ୭ ମାସ କଥା ହେବା ବନ୍ଦ କରିଦେଲା । ମୁଁ ଯେତେ ଫୋନ୍‌ କଲେ ବି ସେ ଉଠାଉ ନଥିଲା । ମତେ ଆଭଏଡ୍‌ କଲା । ରାଗରେ ଭୀମଟାଙ୍ଗି ଘରେ ପହଞ୍ଚିଲି । ତାମଥାରେ ସିନ୍ଦୂର ଲଗାଇଲି । ତାପରେ ଛୁରି ଭୁସି ମାରିଦେଲି । ଭୀମଟାଙ୍ଗି ହାଉସିଂ ବୋର୍ଡରେ ରହୁଥିବା ପ୍ରିୟଙ୍କା ପ୍ରିୟଦର୍ଶିନୀ ଓରଫ୍‌ ରିଙ୍କି ହତ୍ୟା ଘଟଣାରେ ଅଭିଯୁକ୍ତ ଜଗନ୍ନାଥ ପ୍ରଧାନ ପୁଲିସ୍‌ ଆଗରେ ହତ୍ୟାର ରହସ୍ୟ ଟିଖିନିଖି ବଖାଣିଛି । ଯାହା ଶୁଣି ପୁଲିସ୍‌ ଅବାକ ହୋଇଯାଇଛି । ଜଗନ୍ନାଥ ଆଜି ଏମ୍ସ ହସ୍ପିଟାଲ୍‌ରୁ ଭଲ ହୋଇ ବାହାରିବା ପରେ ତାଙ୍କୁ କୋର୍ଟ ଚାଲାଣ କରା ଯାଇଥିଲା । ଜାମିନ୍‌ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।

ଜଗନ୍ନାଥ ଓ ରିଙ୍କିଙ୍କ ପ୍ରେମ ସମ୍ପର୍କ ଦୀର୍ଘ ୧୬ ବର୍ଷର ବୋଲି ସେ କହିଛି । ରିଙ୍କିଙ୍କ ବାହାଘର ପରେ ବି ଉଭୟେ କଥା ହେଉଥିଲେ ।ସ୍ୱାମୀ ଅଫିସ୍‌ ଯିବା ପରେ ୨ ଜଣ ଘଣ୍ଟା ଘଣ୍ଟା ଗପୁଥିଲେ । ଏମିତି କି ଅନେକ ସମୟରେ ଜଗନ୍ନାଥ ଭୀମଟାଙ୍ଗି ଭଡ଼ା ଘରେ ପହଞ୍ଚି ରିଙ୍କିଙ୍କୁ ଦେଖା କରୁଥିଲେ । ସବୁ କିଛି ଠିକ୍‌ ଚାଲିଥିଲା । ହେଲେ କଣ ହେଲା କେଜାଣି ରିଙ୍କି ୨୦୨୦ ଡିସେମ୍ବର ମାସରେ ହଠାତ୍‌ ଜଗନ୍ନାଥ ସହ କଥା ହେବା ବନ୍ଦ କରି ଦେଇଥିଲେ । ଏତିକିରେ ଜଗନ୍ନାଥଙ୍କ ମୁଣ୍ଡରେ ଚଡ଼କ ପଡ଼ିଥିଲା । ବିଭିନ୍ନ ନମ୍ବରରୁ ଫୋନ୍‌ କରି ସେ ରିଙ୍କିକୁ ଗାଳିମନ୍ଦ କରୁଥିଲେ । ହେଲେ ସେ ଯେତେ ନମ୍ବରରୁ ଫୋନ୍‌ କରୁଥିଲେ ରିଙ୍କି ଉକ୍ତ ନମ୍ବରକୁ ବ୍ଲକ୍‌ କରି ଦେଉଥିଲେ । ତେଣୁ ପାଗଳପ୍ରାୟ ହୋଇ ଯାଇଥିଲେ ଜଗନ୍ନାଥ । ପ୍ରତିଶୋଧ ପରାୟଣ ହୋଇ ରିଙ୍କି ଓ ତାଙ୍କ ପୁଅକୁ ଜୀବନରୁମାରିବାକୁ ଯୋଜନା କରିଥିଲେ।

ଚଳିତ ମାସ ୫ ତାରିଖରେ ସେ ରିଙ୍କିଙ୍କୁ ହତ୍ୟା କରିଥିଲା । ହତ୍ୟା କରିବାର ୪ ଦିନ ପୂର୍ବରୁ ସୁଇସାଇଡ୍‌ ନୋଟ୍‌ ଲେଖିଥିଲା ଜଗନ୍ନାଥ । ଘଟଣା ଦିନ କାର୍‌ ବୁକ୍‌ କରି ପହଞ୍ଚିଥିଲା ଭୀମଟାଙ୍ଗି ଘରେ । ସାଙ୍ଗରେ ନେଇଥିଲା ଚକୋଲେଟ, ଥଣ୍ଡା ପାନୀୟ, ଛୁରି, ବିଷ ଓ ସିନ୍ଦୁର । ଘରେ ଥିଲେ କୁନି ପୁଅ ଓ ରିଙ୍କି । ତାଙ୍କ ସ୍ୱାମୀ ଅଫିସ୍‌ ଯାଇଥିଲେ । ତାକୁ ଦେଖି ଡରି ଯାଇଥିଲେ ରିଙ୍କି । କୁନି ପୁଅ ସହ ଜଗନ୍ନାଥ ସେଲ୍ଫି ନେଇଥିଲା । ଏହି ସମୟରେ ଉପରେ ରହୁଥିବା ଘର ମାଲିକ ଦହିବରା ନେଇ ରିଙ୍କିଙ୍କ ପାଖକୁ ଆସିଥିଲେ । ଘର ମାଲିକ ଆସିଯିବାରୁ ରିଙ୍କି କିଛି ଉପାୟ ନ ପାଇ ଜଗନ୍ନାଥକୁ ବାଥରୁମ୍‌ରେ ଲୁଚିବା ଯିବାକୁ କହିଥିଲେ । ଘର ମାଲିକ ରିଙ୍କିଙ୍କୁ ଦହିବରା ଦେଇ କୁନି ପୁଅକୁ ସାଙ୍ଗରେ ନେଇ ଯାଇଥିଲେ । ଘର ମାଲିକ ଚାଲିଯିବା ପରେ ଜଗନ୍ନାଥ ବାଥରୁମରୁ ବାହାରିଥିଲା ।

ତାପରେ କହିଥିଲା, ସ୍ୱାମୀ ଓ ପୁଅକୁ ଛାଡ଼ି ମୋ ସହ ପଳାଇ ଚାଲ । ହେଲେ ରିଙ୍କି ରାଜି ନହେବାରୁ ତାଙ୍କୁ ଗାଳିମନ୍ଦ କରିଥିଲା । କିଛି ସମୟ ଉଭୟଙ୍କ ମଧ୍ୟରେ ଭୀଷଣ ଝଗଡ଼ା ହୋଇଥିଲା । ଏହା ପରେ ଜଗନ୍ନାଥ ଛୁରିରେ ରିଙ୍କିଙ୍କୁ ଆକ୍ରମଣ କରିଥିଲା । ପ୍ରଥମେ ରିଙ୍କିଙ୍କ ପେଟକୁ ଭୁସିଥିଲା । ତାପରେ ବେକ, ପିଠି ହାତକୁ କାଟି ପକାଇଥିଲା । ରିଙ୍କି ଛଟପଟ ହେଉଥିବା ସମୟରେ ତାଙ୍କ ମୁଣ୍ଡରେ ସିନ୍ଦୁ ଲଗାଇଥିଲା ଜଗନ୍ନାଥ । ତାପରେ ନିଜେ ବିଷ ପିଇବା ସହ ନିଜର ୨ହାତ ଶିରା କାଟି ଦେଇଥିଲା ।

Share this story