କେବେ ଲଭ୍ -ସେକ୍ସ- ରୋମାନସର ମାୟା ଜାଲରୁ ମୁକୁଳିବେ ଝରାଫୁଲ ? ପୋଲିସ ହାତରେ ଲାଗିଲା ବଡ଼ ପ୍ରମାଣ

କେବେ ଲଭ୍ -ସେକ୍ସ- ରୋମାନସର ମାୟା ଜାଲରୁ ମୁକୁଳିବେ ଝରାଫୁଲ ? ପୋଲିସ ହାତରେ ଲାଗିଲା ବଡ଼ ପ୍ରମାଣ

ଓଡ଼ିଆ ଗସିପ୍ ବ୍ୟୁରୋ: ଆଉ କେତେ ଫୁଲ ମଉଳିଗଲା ପରେ ସଭ୍ୟ ସମାଜର କାପୁରୁଷମାନେ ନିଜ ହରକତରୁ ଓହରିବେ । କେତେ ଝରାଫୁଲ ଝଡ଼ିଗଲେ ଲଭ୍ -ସେକ୍ସ- ରୋମାନସର ମାୟା ଜାଲରୁ ମୁକୁଳିବେ । ତାହା ତ ସମୟ କହିବ ଏବେ କିନ୍ତୁ ପ୍ରଶ୍ନ ଝରାଫୁଲକୁ କେବେ ମିଳିବ ନ୍ୟାୟ ?

ଝରାଫୁଲ ମୃତ୍ୟୁ ମାମଲାରେ ପୋଲିସ ପାଦେ ଆଗକୁ ଯାଇ ଆଜି ଏକ ବଡ଼ ପ୍ରମାଣ ପାଖରେ ପହଞ୍ଚିଛି । ଭୁବନେଶ୍ୱର ସୁନ୍ଦରପଦା ଅଞ୍ଚଳରୁ ଏକ ସ୍କୁଟିକୁ ଉଦ୍ଧାର କରିଛି ଯାଜପୁର କୁଆଖିଆ ପୋଲିସ । ନାଲି ରଙ୍ଗରର ସ୍କୁଟି ଅଭିଯୁକ୍ତ ରାକେଶ ସ୍ବାଇଁଙ୍କର ବୋଲି ଜଣାପଡିଛି ।

ତିନିଦିନିଆ ରିମାଣ୍ଡରେ ଥିବା ରାକେଶକୁ ଗତକାଲି କୁଆଖିଆ ପୋଲିସ ଭୁବନେଶ୍ୱର ନେଇ ଧର୍ମବିହାର ଗେଷ୍ଟ ହାଉସରେ ସିନ୍ ରିକ୍ରିଏଟ କରିଥିଲା । ଏତିକିବେଳେ ସେ ନିଜ ସ୍କୁଟିକୁ ସୁନ୍ଦରପଦାରେ ପାର୍କିଂ କରିଥିବା କହିଥିଲା । ତା ସୂଚନା ଅନୁସାରେ ପୋଲିସ ସ୍କୁଟିକୁ ଜବତ କରି ଥାନାକୁ ଆଣିଛି । ଏହି ସ୍କୁଟରରେ ଝରାଫୁଲଙ୍କୁ ନେବା ଆଣିବାରେ ବ୍ୟବହାର କରାଯାଇଥିଲା ।

୨୭ ତାରିଖ ସକାଳେ ରାକେଶ ଓ ତାର ସହଯୋଗୀ ଝରାଫୁଲଙ୍କ ମୃତଦେହକୁ ଏହି ସ୍କୁଟିରେ ନେଇ କୁଆଖିଆ ପାଖ ମୁଗପାଳ ଅଞ୍ଚଳରେ ଫିଙ୍ଗିଥିଲେ । ସେପଟେ ଝରାଫୁଲ ମୃତ୍ୟୁ କୁ ୟା ଭିତରେ ପୁରିଛି ୮ ଦିନ । ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ରାକେଶ ଗିରଫ ହେବାର ୬ ଦିନ ବିତିଛି । ତେବେ ରାକେଶ ପୋଲିସ ଆଗରେ ତା ଦୋଷ ସ୍ବୀକାର କରିଛି ନା ସତ ଲୁଚାଇଛି ସେ ସମ୍ପର୍କରେ ଏଯାଏଁ ମୁହଁ ଖୋଲିନି ଯାଜପୁର ପୋଲିସ ।

ଏପଟେ ପୋଲିସ ରାକେଶର ସ୍କୁଟର ପଯର୍ୟନ୍ତ ପହଞ୍ଚିଥିଲେ ବି ଝରାଫୁଲର ମୋବାଇଲ ଫୋନ୍ ସମ୍ପର୍କରେ ସୁରାକ୍ ପାଇନି । ସେହିଭଳି ଝରାଫୁଲ ମୃତଦେହ ଫିଙ୍ଗିବାରେ ସହାୟତା କରିଥିବା ରାକେଶର ବନ୍ଧୁ ଶକ୍ତି ଶେଖର ସ୍ବାଇଁ ଏବେ କେଉଁଠି? ଏ ମାମଲାରେ ଆଉ କଣ ରହଛି ତାର ସମ୍ପୃକ୍ତି? ଏ ସମସ୍ତ ଦିଗ ବି ଏବେ ବି ଅସ୍ପଷ୍ଟ ଥିବାରୁ ପ୍ରମାଣ କେବେ ମିଳିବ ଓ ଦୋଷୀ କେବେ ଧରାପଡ଼ିବେ, ତାକୁ ଅପେକ୍ଷା କରିଛନ୍ତି ଝରାଫୁଲର ପରିବାର, ସାଙ୍ଗସାଥୀ ଓ ପୁରା ବୃନ୍ଦେଇପୋଷୀ ଗାଁ ଲୋକେ ।
 

Share this story