ମନୀଷ ମୃତ୍ଯୁ ମାମଲାର ତନାଘନା: ବିଲ୍ ପେମେଣ୍ଟକୁ ନେଇ ବଚସା!, ସିସିଟିଭି ଫୁଟେଜରେ ଥିବା ଯୁବତୀଙ୍କ କଣ ରହିଛି ସମ୍ପୃକ୍ତି...

Manish anurag

ଓଡ଼ିଆ ଗସିପ ବ୍ୟୁରୋ: ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ବଡ଼ ପୁଅଙ୍କ ମୃତ୍ୟୁ ମାମଲାରେ ଏବେ ବି ସସପେନ୍ସ ଜାରି ରହିଛି । ଏତି ମଧ୍ୟରେ ବହୁ ତଥ୍ୟ ସାମ୍ନାକୁ ଆସିଛି ଯାହା ଉପରେ ପୋଲିସ ତଦନ୍ତ ଚଳାଇଛି । ପୋଲିସ ମନରେ କୌଣସି ଏକ ବଚସାକୁ ନେଇ ଏହି ଘଟଣା ଘଟିଥାଇ ପରେ ବୋଲି ସନ୍ଦେହ ଘନୀଭୂତ ହେଉଥିବା ବେଳେ ସିସିଟିଭି ରେ ଜଣେ ଯୁବତୀଙ୍କୁ ପୋଲିସ ଠାବ କରିଛି । ତେବେ ଏତେ ରାତିରେ ଜଣେ ଯୁବତୀ ସେଠାରେ କଣ କରୁଥିଲେ ବୋଲି ପୋଲିସ ତଦନ୍ତ ଚଳାଇଛି । 

ସିସିଟିଭିରେ ଦେଖାଯାଉଥିବା ଯୁବତୀ ଜଣଙ୍କ ମନୀଷଙ୍କ ଦୁଇ ବନ୍ଧୁଙ୍କ ମଧ୍ୟରୁ ଜଣଙ୍କର ବାନ୍ଧବୀ ବୋଲି କୁହାଯାଉଥିବାବେଳେ ସେ ଏତେ ରାତିରେ କାହିଁକି ସେଠାକୁ ଆସିଥିଲେ? ଏସବୁ ଅସମାହିତ ପ୍ରଶ୍ନର ଉତ୍ତର ଖୋଜିବାକୁ ପୋଲିସ ଅଟକ ୫ ଜଣଙ୍କୁ ଘନ ଘନ ଜେରା କରୁଛି । ତାସହ ମନୀଷଙ୍କ ମୃତଦେହ ମିଳିଥିବା ପୋଖରୀ ଆଡ଼କୁ ଘଟଣା ଦିନ କାହାର ଗାଡ଼ିସବୁ ଯାଇଛି, ସିସିଟିଭି ଫୁଟେଜ ଆଧାରରେ ଘାଣ୍ଟୁଛି ପୋଲିସ ।

ତେବେ ଶନିବାର ରାତିରେ ସାଉଥସିଟି ହୋଟେଲକୁ ଯିବା ପୂର୍ବରୁ ଭୁବନେଶ୍ୱରର ଆଉ ୨ଟି ବାର୍‌କୁ ମଧ୍ୟ ୨ ସାଙ୍ଗଙ୍କ ସହ ମନୀଷ ଯାଇଥିଲେ ବୋଲି ପୋଲିସ ସୂଚନା ପାଇଛି।

ବହୁ ଚର୍ଚ୍ଚିତ ମନୀଷ ଦାସ ମୃତ୍ଯୁ ମାମଲାରେ ନୂଆ ନୂଆ ତଥ୍ଯ ସାମ୍ନାକୁ ଆସୁଛି । ଏହା ସହ ପୋଲିସ ମନୀଷ ମୃତ୍ୟୁ ରହସ୍ଯର ଖିଅ ଖୋଜିବାକୁ ଚେଷ୍ଚା କରୁଛି । ଫୁଲବାଣୀରେ ଆତ୍ମସମର୍ପଣ କରିଥିବା ମନୀଷଙ୍କ ୨ ବନ୍ଧୁଙ୍କ ଠାରୁ ପୋଲିସ କିଛି ଖିଅ ପାଇଛି ।

୯ ତାରିଖ ଦିନ ଗଣ୍ଡଗୋଳ ପରେ ମନୀଷଙ୍କ ସହ ଥିବା ୨ ବନ୍ଧୁ ଘଟଣାସ୍ଥଳରୁ ଚାଲି ଆସିଥିଲେ । ଦୁଇ ସାଙ୍ଗ ମୃତୁ୍ଯଞ୍ଜୟ ଓ ଦୀନେଶ ହୋଟେଲ ସାଉଥ ସିଟିରୁ ବାହାରି ଅନ୍ଯ ଏକ ହୋଟେଲରେ ରହିଥିଲେ । ଏହି ଦୁଇ ଜଣଙ୍କୁ ମନୀଷଙ୍କ ଅନ୍ତରଙ୍ଗ ବନ୍ଧୁ ହିମାଂଶୁ ୟୁନିଟ୍ ୪ ସ୍ଥିତ ଏକ ହୋଟେଲ୍ ରେ ରଖିଥିଲେ । ୧୦ ତାରିଖ ସକାଳ ୫ରୁ ସଂଧ୍ୟା ୫ଟା ଯାଏଁ ୧୨ ଘଣ୍ଟା ରହିଥିଲେ । 

ଏବେ ପ୍ରଶ୍ନ ବଚସା ହେବା ପରେ କଣ ଘଟିଥିଲା? ହିମାଂଶୁ ଙ୍କୁ ଡକାଇ କାହିଁକି ଚାଲିଯାଇଥିଲେ । ସେଠି ପ୍ରକୃତରେ କଣ ଘଟିଥିଲା ଏ ସବୁ ଦିଗରେ ପୋଲିସ ତଦନ୍ତ କରୁଛି ।

ସେପଟେ ଘଟଣା ଦିନ ମନୀଷ ଦାସଙ୍କୁ ଟଙ୍କା ପଠାଇଥିଲେ ପରିବାରଲୋକେ । ରବିବାର ଭୋର୍ ରୁ ଦୁଇଟି ପର୍ଯ୍ୟାୟ ରେ ଅନ୍ଲାଇନ୍ ରେ ଟଙ୍କା ପଠା ଯାଇଥିଲା । ମନୀଷ ଦାସ ମୃତ୍ଯୁ ମାମଲାରେ ତନାଘନା ଭିତରେ ସାମ୍ନାକୁ ଆସିଛି ଆଉ କିଛି ତଥ୍ଯ ।

ରବିବାର ବଢ଼ି ଭୋରରୁ ମନୀଷ ଅସୁବିଧାରେ ପଡ଼ିଥିବା କହି ଘର ଲୋକଙ୍କୁ ଫୋନ୍ କରି ଜଣାଇଥିଲେ । ଏବାବଦକୁ ଟଙ୍କା ମାଗିଥିଲେ ମନୀଷ । କିଛି ଲୋକେ ତାଙ୍କୁ ମାରପିଟ କରିବା ସହ ଟଙ୍କା ମାଗୁଥିବା କହିବା ପରେ ଘର ଲୋକେ ତାଙ୍କୁ ଟଙ୍କା ପଠାଇଥିଲେ । 

ଏହାପରେ ରାତି ୩ଟା ୨୪ ଏବଂ ୩ଟା ୨୭ରେ ଏଭଳି ଦୁଇଟି ପର୍ଯ୍ୟାୟରେ ଟଙ୍କା ପଠାଯାଇଥିଲା । ମନୀଷଙ୍କ ଘର ଲୋକେ ପ୍ରଥମେ ୫ ହଜାର ଓ ପରେ ୩ ହଜାର ଟଙ୍କା ୟୁପିଆଇ ମାଧ୍ଯମରେ ପଠାଇଥିଲେ । ସନ୍ଦେହ କରାଯାଉଛି ଏହି ଟଙ୍କାରେ ହୋଟେଲରେ ବିଲ୍ ପେମେଣ୍ଟ କରାଯାଇଛି ।

ଶନିବାର ରାତିରେ ସାଉଥସିଟି ହୋଟେଲ୍ ଯିବା ପୂର୍ବରୁ ମନିଷ, ମୃତ୍ଯୁଞ୍ଜୟ, ଦିନେଶ ଓ ଆଉ କିଛି ବନ୍ଧୁ ଅନ୍ଯ ଦୁଇଟି ବାର୍ କୁ ବି ଯାଇଥିଲେ । ହୋଟେଲ୍ ରେ ବିଲ୍ ପେମେଣ୍ଟକୁ ନେଇ ବଚସା ପରେ ସେଠୁ ବାହାରିଥିଲେ ମନୀଷ ।

Share this story