ରାତି ଅଧରେ ନିଶା ଚଢ଼ିଲେ କଣ କରନ୍ତି? ଡେଟିଂ ସାଇଟ୍‌ରେ ବାନ୍ଧବୀ ଖୋଜୁଥିଲେ ସାବଧାନ ଥିବେ...

crime

ଓଡ଼ିଆ ଗସିପ୍ ବ୍ୟୁରୋ: ଭରତପୁର ଥାନା ଅନ୍ତର୍ଗତ ଖଣ୍ଡଗିରି ବାରି ଅଞ୍ଚଳର ଜଣେ ଯୁବକ ଡେଟିଂ ସାଇଟ୍‌ରେ ନିଜ ଫୋନ୍ ନମ୍ବର ଦେଇ ସାଇବର ଠକେଇର ଶିକାର ହୋଇଛନ୍ତି। ତେବେ ସେ ବଡ଼ ଧରଣର ଠକାମିରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏନେଇ ସେ ଡିସିପି କାର୍ଯ୍ୟାଳୟର ସାଇବର ହେଲ୍ପ ଡେସ୍କରେ ଅଭିଯୋଗ କରିଛନ୍ତି। ଯୁବକଙ୍କ କହିବାନୁଯାୟୀ, ସେ ଅନ୍‌ଲାଇନ୍‌ରେ ଏକ ଡେଟିଂ ଆପ୍‌ରେ ନିଜ ନମ୍ବର ପଂଜୀକରଣ କରି ବାନ୍ଧବୀ ଖୋଜୁଥିଲେ। ଦୁଇଦିନ ତଳେ ତାଙ୍କୁ ଏକ ନମ୍ବରରୁ ଫୋନ୍ ଆସିଥିଲେ।

ଫୋନ୍ କରିଥିବା ଅଜଣା ବ୍ୟକ୍ତି ଯୁବକଙ୍କୁ କହିଥିଲେ ଯେ ସେ ଖୋଜୁଥିବା ଝିଅର ଯୋଗାଯୋଗ ନମ୍ବର ତାଙ୍କ ପାଖରେ ଅଛି। ଉଭୟଙ୍କର ପର୍ସନାଲିଟି ମିଶୁଥିବାରୁ ସେ ତାଙ୍କ ସହ ସଂପର୍କ ସ୍ଥାପନ କରିବାରେ କୌଣସି ଅସୁବିଧା ନାହିଁ। ତେବେ ଯୁବତୀଙ୍କ ସହ ଯୋଗାଯୋଗ କରିବାକୁ ହେଲେ ତାଙ୍କୁ ସଂସ୍ଥାର ନିୟମାବଳି ହିସାବରେ ୬ଶହ ଟଙ୍କା ଦେବାକୁ ପଡ଼ିବ। ଏହା ପରେ ଯୁବକ ଜଣକ ପେଟିଏମ୍‌ରେ ଉକ୍ତ ସଂସ୍ଥାକୁ ୬ଶହ ଟଙ୍କା ଦେଇଥିଲେ। ପରେ ସଂସ୍ଥା ପକ୍ଷରୁ ଏକ ଯୁବତୀଙ୍କ ନମ୍ବର ଦିଆଯାଇଥିଲା।

ଏହା ପରେ ସେ ଉକ୍ତ ନମ୍ବରରେ ଯୋଗାଯୋଗ କରିବାରୁ ନମ୍ବରଟି ପୁରୀର ଏକ ଯୁବତୀଙ୍କ ପାଖକୁ ଲାଗିଥିଲା। କଥାବାର୍ତ୍ତା ହେବା ପରେ ଯୁବତୀ ଜଣକ ଡେଟିଂ ନାଁରେ ତାଙ୍କୁ ବିଭିନ୍ନ ଆଳ ଦେଖାଇ ୧୨ହଜାର ଟଙ୍କା ମାଗିଥିଲେ। ଟଙ୍କା ନ ଦେଲେ ସେ ଡେଟିଂରେ ଯିବେ ନାହିଁ ବୋଲି ସ୍ପଷ୍ଟ ମନା କରିଥିଲେ।

ଏ ନେଇ ସେ ସଂସ୍ଥା ପାଖରେ ଅଭିଯୋଗ କରିବାରୁ ଜଣାପଡ଼ିଥିଲା, ସଂସ୍ଥା ପକ୍ଷରୁ ସେମିତି କୌଣସି ଯୁବତୀଙ୍କ ଯୋଗାଯୋଗ ନମ୍ବର ଦିଆଯାଏନାହିଁ। କେହି ଅଜଣା ସାଇବର ଠକ ତାଙ୍କୁ ଠକିବା ପାଇଁ ଏହିଭଳି ଯୋଜନା କରିଥିବା କର୍ତ୍ତୃପକ୍ଷ କହିଥିଲେ। ତେଣୁ ଯୁବକ ଜଣକ ସାଇବର ହେଲ୍ପ ଡେସ୍କରେ ଅଭିଯୋଗ କରିଥିଲେ।

ଅବସରପ୍ରାପ୍ତ ଜେଲ୍ ଅଧୀକ୍ଷକଙ୍କୁ ବି ଛାଡ଼ିଲେନି ସାଇବର ଠକ
ଭୁବନେଶ୍ବର: ରାଜ୍ୟରେ ସାଇବର ଠକଙ୍କ ପ୍ରାଦୁର୍ଭାବ କମିବାର ନାଁନେଉନାହିଁ। ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ନେତାଙ୍କ ଯାଏ ପ୍ରତିଦିନ ଶିକ୍ଷିତ ଓ ସଚେତନ ବ୍ୟକ୍ତିମାନେ ମଧ୍ୟ ସାଇବର ଠକାମିର ଶିକାର ହେଉଛନ୍ତି। ଏବେ ଏମିତି ଜଣେ ଅବସରପ୍ରାପ୍ତ ଜେଲ୍ ଅଧୀକ୍ଷକଙ୍କୁ ଚୂନ ଲଗାଇଛନ୍ତି ସାଇବର ଠକ। ଲାଇଫ୍ ଇନ୍ସୁରାନ୍ସ କରାଇବା ବାହାନାରେ ଠକ ତାଙ୍କଠାରୁ ୨୫ହଜାର ଟଙ୍କା ଠକିନେଇଛି। ଏନେଇ ସେ ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି।

ଖବର ଅନୁସାରେ, ଜାଗମରାରେ ରହୁଥିବା ପୁରୀର ଅବସରପ୍ରାପ୍ତ ଜେଲ୍ ଅଧୀକ୍ଷକ ୟୁଏନ୍ ମହାପାତ୍ରଙ୍କୁ ଗତକାଲି ସନ୍ଧ୍ୟାରେ ଏକ ଅଜଣା ନମ୍ବରରୁ ଫୋନ୍ ଆସିଥିଲା। ଫୋନ୍ କଲ୍ ଉଠାଇବା ପରେ ଆରପଟୁ ଜଣେ ବ୍ୟକ୍ତି ଶ୍ରୀ ମହାପାତ୍ରଙ୍କ ବିଷୟରେ ଅନର୍ଗଳ ଗପିଥିଲା। ତାଙ୍କ ବିଷୟରେ ଏତେ ସବୁ ତଥ୍ୟ କେଉଁଠାରୁ ପାଇଲେ ପଚାରିବାରୁ, ଠକ ନିଜକୁ ଏସ୍‌ବିଆଇର ଜଣେ ବରିଷ୍ଠ ପଦାଧିକାରୀ ବୋଲି ପରିଚୟ ଦେଇଥିଲା।

ଏହାପରେ ତାଙ୍କର ଲାଇଫ୍ ଇନ୍ସୁରାନ୍ସ ନଥିବାରୁ ଏହା କରିବାକୁ ପଡ଼ିବ ଏବଂ ସେଥିପାଇଁ କିଛି ତଥ୍ୟ ଦେବାକୁ ପଡ଼ିବ ‌ବୋଲି କହିଥିଲା। ଶ୍ରୀ ମହାପାତ୍ର ଚାଲାକି ବୁଝି ନ ପାରି ସାଇବର ଠକକୁ ବିସ୍ତୃତ ତଥ୍ୟ ସହ ତାଙ୍କ ବ୍ୟାଙ୍କ୍ ଡିଟେଲ୍ସ ମଧ୍ୟ ଦେଇ ଦେଈଥିଲେ। ଫଳରେ ଦୁଇଟି ପର୍ଯ୍ୟାୟରେ ଠକ ଶ୍ରୀ ମହାପାତ୍ରଙ୍କ ଆକାଉଣ୍ଟରୁ ପ୍ରାୟ ୨୫ହଜାର ଉଠାଇ ନେଇଥିଲା। ବ୍ୟାଙ୍କ୍‌ରୁ ଟଙ୍କା କାହିଁକି କଟିଲା ବୋଲି ସେ ଠକକୁ ପଚାରିବାରୁ ଫୋନ୍ କାଟି ଦେଇଥିଲା।

Share this story