ଯୁବକ ଜଣଙ୍କ ଏମିତି କଣ କଲେ କି? ଚଳନ୍ତା ଟ୍ରେନରୁ ଯୁବକଙ୍କୁ ପେଲି ପେଲି ଠେଲି ଦେଲେ ୨ ସୁନ୍ଦରୀ ଯୁବତୀ

ତେବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ ଯୁବକ ମାସ୍କ ନପିନ୍ଧିଥିବା କାରଣରୁ ୨ ଯୁବତୀ ତାଙ୍କୁ ଟ୍ରେନରୁ ଧକ୍କା ଦେଇ ବାହାର କରିଦେଇଛନ୍ତି । ଭାଇରାଲ ଭିଡିଓରେ ଟ୍ରେନରେ ଉପସ୍ଥିତ ଥିବା ଅନ୍ୟଲୋକମାନେ ମଧ୍ୟ ୨ ଯୁବତୀଙ୍କୁ ଏଭଳି କାର୍ଯ୍ୟରେ ସମର୍ଥନ କରୁଥିବା ନଜର ଆସିଛି ।
ଭିଡିଓକୁ ନେଇ ଦାବି ହେଉଛି କି, ଏହି ଭିଡିଓଟି ସ୍ପେନର କୌଣସି ସହରରେ ହୋଇଛି । ଏଥିରେ ଜଣେ ଯୁବକ ନିଜର ଗନ୍ତବ୍ୟସ୍ଥଳକୁ ଯିବା ପାଇଁ ଟ୍ରେନରେ ଚଢ଼ିଥିଲା । କିନ୍ତୁ ବିନା ମାସ୍କରେ ଟ୍ରେନରେ ଏଣ୍ଟ୍ରି କରିଥିବାରୁ ୨ ଯୁବତୀ ସେହି ଯୁବକଙ୍କୁ ବାହାର କରିବାରେ ଲାଗିଲେ ।
ନଯିବାରୁ ଯୁବକଙ୍କୁ ଧକ୍କା ଦେଇ ଦେଇ ଟ୍ରେନରୁ ବାହାର କରିଦେଲେ ଯୁବତୀ । ଅଧିକାଂଶ ଲୋକେ ଯୁବତୀଙ୍କୁ ସପୋର୍ଟ କରିବାରୁ ଆଉ କିଛି ବାଟ ନପାଇ ଟ୍ରେନରୁ ବାହାରି ଯାଇଥିଲା ଯୁବକ । ଏହି ଭିଡିଓଟିକୁ ବର୍ତ୍ତମାନ ସୁଦ୍ଧା ୨.୫୮ ଲକ୍ଷ ଲୋକେ ଦେଖିସାରିଛନ୍ତି । ଯଦି ଆପଣ ବି ବିନା ମାସ୍କରେ ବାହାରକୁ ଯାଉଛନ୍ତି, ତେବେ ଏଭଳି ଘଟଣା ଆପଣ ସହ ବି ହୋଇପାରେ ।