ସ୍ତ୍ରୀ କଣ ଚାବିଦିଆ କଣ୍ଢେଇ ! ମନ ନ ଲାଗିଲେ ଡିଭୋର୍ସ ଦେଇଦବ ?

ସ୍ତ୍ରୀ କଣ ଚାବିଦିଆ କଣ୍ଢେଇ ! ମନ ନ ଲାଗିଲେ ଡିଭୋର୍ସ ଦେଇଦବ ?

ଓଡ଼ିଆ ଗସିପ୍ ବ୍ୟୁରୋ: ବିବାହ ଆମ ସମାଜର ସବୁଠାରୁ ପବିତ୍ର ଭାବେ ଗ୍ରହଣ କରାଯାଉଥିବା ଏକ ପ୍ରଥା । ଯେଉଁଠି କେବଳ ଦୁଇଟା ଶରୀରକୁ ଏକାଠି କରିବା ପାଇଁ ସ୍ୱିକୃତି ଦିଆଯାଇନଥାଏ । ବରଂ ଦୁଇଟି ପରିବାର ଏକ ହୋଇ ବାକି ଜୀବନ ଆନନ୍ଦ ଉଲ୍ଲାସରେ ସମୟ ଅତିବାହିତ କରିବାର ଏକ ମାଧ୍ୟମକୁ ବୁଝାଏ । ସଂସାର ଗାଡ଼ିକୁ ଆଗକୁ ଗଡ଼େଇ ନେଇବାକୁ ସ୍ୱାମୀ-ସ୍ତ୍ରୀ ଯେତିକି ଦାୟିତ୍ୱବାନ ହେବା ଜରୁରୀ ପରିବାରର ଅନ୍ୟସଦସ୍ୟମାନେ ମଧ୍ୟ ସେତିକି ଏଥିପ୍ରତି ଯତ୍ନବାନ ହେବା ଜରୁରୀ ।

ଏବେ କିନ୍ତୁ ଦେଖାଯାଉଛି ଯେଉଁ ମହାନ ଭାରତୀୟ ପରମ୍ପରାରେ ବିବାହ ଓ ଗୃହସ୍ଥ ଜୀବନର ପରିକଳ୍ପନା କରାଯାଇଥିଲା ତାହା ଧିରେ ଧିରେ ନଷ୍ଟ ହେବାକୁ ବସିଲାଣି । ଯୌଥ ପରିବାର ପ୍ରଥା କେବେଠୁ ଲୋପ ପାଇଗଲାଣି ଆମ ସଂସ୍କୃତିରୁ । ପରମ୍ପରା ରକ୍ଷା ପାଇଁ ବିବାହ ହେଉଛି ସତ କିନ୍ତୁ ଦିନ କେଇଟା ପରେ ଅନେକ ବିବାହ ବିଚ୍ଛେଦ ଖବର ଆମ ସଭ୍ୟ ସମାଜକୁ ଲଜ୍ଜିତ କରୁଛି । ତା ଠାରୁ ଅଧିକ ଲଜ୍ୟାଜନକ କଥା ହେଉଛି ସ୍ୱାମୀ-ସ୍ତ୍ରୀ ସମ୍ପର୍କରେ ଯେତେବେଳେ ସେ ନାମକ ଜଣେ ମହିଳା କିମ୍ବା ପୁରୁଷର ଅନଧିକାର ପ୍ରବେଶ ଘଟେ ଏବଂ ସମ୍ପର୍କରେ ପାପ ଲାଗେ । ଠିକ୍ ଏମିତି ଏକ ଘଟଣା ଏବେ ଆମ ଓଡ଼ିଶାରେ ଚହଳ ପକାଇ ଦେଇଛି । ପରକୀୟା ପ୍ରୀତିର ଏକ ଖବର କେବଳ ଓଡ଼ିଶା ପାଇଁ ଲଜ୍ୟାଜନକ ନୁହେଁ ବରଂ ଆରକ୍ଷୀ ବାହିନୀ ପ୍ରତି ଏକ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି ।

ଘଟଣାଟି ଘଟିଛି ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନେଇ । ପଢ଼ନ୍ତୁ ପୁରା ଖବର...

ବର୍ତ୍ତମାନ ଅନୁଗୁଳ ଏସ୍‌ଡିପିଓ ଥିବା ଅଶ୍ବିନୀ କୁମାର ସାହୁଙ୍କ ନାମରେ ତାଙ୍କ ପତ୍ନୀ ମମତା ଆଣିଛନ୍ତି ସଙ୍ଗୀନ ଅଭିଯୋଗ। ସେ ଜଣେ ମହିଳା ଇନ୍ସପେକ୍ଟରଙ୍କ ସହ ଅନୈତିକ ସମ୍ପର୍କ ରଖିଥିବା ନେଇ ଅଭିଯୋଗ କରିଛନ୍ତି ପତ୍ନୀ ମମତା। ଏହି ଅଭିଯୋଗକୁ ପୁଷ୍ଟି କରୁଛି ଅଶ୍ୱିନୀ ଓ ମହିଳା ଆଇଆଇସିଙ୍କ ରୋମନ୍ସର ଏକ ଭାଇରାଲ୍ ଭିଡିଓ। ପ୍ରାୟ ଦେଢ଼ ମିନିଟର ଏହି ଭିଡିଓ ଏବେ ଆଲୋଡ଼ନ ସୃଷ୍ଟି କରିଛି। ତେବେ ଏହି ଭିଡିଓ କିଏ ରେକର୍ଡିଂ କରିଛି ଓ କିଏ ଭାଇରାଲ୍ କରିଛି ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ।

ସୋସିଆଲ ମହିଆରେ ଭିଡିଓ ଭାଇରାଲ ପରେ ଅଶ୍ବିନୀଙ୍କ ପତ୍ନୀ ମମତା ସାହୁ ଗଣମାଧ୍ୟମକୁ କହିଛନ୍ତି ଯେ, ୨୦୦୪ ମସିହାରେ ତାଙ୍କର ବିବାହ ଅଶ୍ବିନୀଙ୍କ ସହ ହୋଇଥିଲା। ବିବାହର ୭ ବର୍ଷ ପର୍ଯ୍ୟନ୍ତ ସବୁକିଛି ଠିକ୍‌ଠାକ୍‌ ଚାଲିଥିଲା। ହେଲେ ୨୦୧୧ ମସିହାରେ ଯାଜପୁର ଟାଉନ ଥାନାରେ ଅଶ୍ୱିନୀଙ୍କ ପୋଷ୍ଟିଂ ପରେ ବୈବାହିକ ସମ୍ପର୍କରେ ତିକ୍ତତା ଆସିଥିଲା। ସେତେବେଳେ ଥାନାରେ କାର୍ଯ୍ୟରତ ତତ୍କାଳୀନ ମହିଳା ସବ୍‌ଇନ୍ସପେକ୍ଟର(ଏବେ ଇନ୍ସପେକ୍ଟର)ଙ୍କ ସହ ଅଶ୍ୱିନୀଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଧୀରେ ଧୀରେ ଏହି ପ୍ରେମ ସମ୍ପର୍କକୁ ନେଇ ପୁଲିସ ମହଲରେ ଆଲୋଚନା ହେବା ପରେ ମମତା ମଧ୍ୟ ଜାଣିବକୁ ପାଇଥିଲେ। ସେ ଏ ନେଇ ଆପତ୍ତି ଉଠାଇବା ସହ ସ୍ବାମୀ ଅଶ୍ବିନୀଙ୍କୁ ଏଥିପାଇଁ ବାରଣ କରିଥିଲେ। ହେଲେ ଏହାକୁ ପ୍ରଫେସନାଲ ସଂପର୍କ କହି ଅଶ୍ବିନୀ କଥାକୁ ଏଡାଇ ଦେଇଥିଲେ ବୋଲି ଅଭିଯୋଗ କରିଛନ୍ତି ମମତା।

ଏପରିକି ଘରେ କେହି ନଥିବା ସମୟରେ ଅଶ୍ବିନୀ ସଂପୃକ୍ତ ମହିଳା ସବ୍‌ ଇନ୍ସପେକ୍ଟରଙ୍କୁ ସରକାରୀ କ୍ବାର୍ଟସ୍‌କୁ ଆଣି ୩-୪ ଦିନ ଯାଏଁ ଏକାଠି ରୁହନ୍ତି। ଏପରିକି ଉଭୟଙ୍କ ରୋମାନ୍ସ ସମୟର ଭିଡିଓ ମଧ୍ୟ କରିଛନ୍ତି। ଏ ସବୁକୁ ବିରୋଧ କରିବାରୁ ବର୍ଦ୍ଦିର ଭୟ ଦେଖାନ୍ତି। ଏପିରିକି ଏକାଧିକ ଥର ମାଡ଼ ମଧ୍ୟ ମାରିଥିବାର ଅଭିଯୋଗ ଆଣିଛନ୍ତି ମମତା।

ମମତା ଆହୁରି କହିଛନ୍ତି ଯେ, ମମତ‌ା କହିଛନ୍ତ, ‌‌’ସେ ମୋ ଅଜାଣତରେ କୋର୍ଟରେ ଛାଡ଼ପତ୍ର ଫାଇଲ କରିଛନ୍ତି। ଏହାକୁ ମୁଁ କେବେ ବି ଚାହୁଁ ନ ଥିଲି। କାରଣ ମୋ ପୁଅ ଏବେ ବଡ଼ ହୋଇଗଲାଣି।ତେଣୁ ଅଶ୍ୱିନୀ ଘରକୁ ଫେରି ଆସନ୍ତୁ ବୋଲି ଅନୁରୋଧ କରିଛନ୍ତି ମମତା । ଏଥିପାଇଁ ସେ ପୋଲିସ ଡିଜି, ମହିଳା କମିସନଙ୍କ ଦ୍ୱାରସ୍ଥ ମଧ୍ୟ ହୋଇଛନ୍ତି। ହେଲେ ଇତିମଧ୍ୟରେ ଗୋଟିଏ ମାସ ବିତି ଯାଇଥିଲେ ବି ଏଯାଏ ତାଙ୍କୁ ନ୍ୟାୟ ମିଳି ନଥିବା ଅଭିଯୋଗ କରିଛନ୍ତି ମମତା।

Share this story