ଆମେ ସବୁ ମର୍ମାହତ: ବିଧା ମାରି ମାରି ଯୌନାଙ୍ଗରେ ବୋତଲ ପୁରାଇଲେ, ଗୋଇଠା ବି ମାରିଲେ, ଭିଡିଓ କରି ଭାଇରାଲ କଲେ

ଓଡ଼ିଆ ଗସିପ୍ ବ୍ୟୁରୋ: ଜଣେ କଣ ସତରେ ଏତେ ଅମଣିଷ ପାଲଟିଯିବ? ଶତ୍ରୁତା କଣ ଏତେ କ୍ରୁରତାର ରୂପ ଧାରଣ କରିବ ଯେ, ଜଣେ ଯୁବତୀଙ୍କୁ ଉଲଗ୍ନ କରି ତା ଯୌନାଙ୍ଗରେ ମଦ ବୋତଲ ପୁରାଇ କ୍ଷତାକ୍ତ କରିବାରେ ମନ ସମ୍ଭାଳିଲାନି ଯେ, ଶେଷରେ ଗୋଡ଼ ବି ଯୌନାଙ୍ଗରେ ପୁରାଇଲେ ପୁଣି ଏତେ ନିଷ୍ଠୁର ଯେ, ଆଙ୍ଗୁଠି ପୁରାଇ ଯମ ଯନ୍ତ୍ରଣା ଦେଲେ । ଛି, ଏହି ଖବର ଲେଖିଲା ବେଳକୁ ହିଁ ଆମ ହାତ ଯାଉନି, କେମିତି ଏତେ ନିଷ୍ଠୁର ହୋଇପାରନ୍ତି ସାଙ୍ଗସାଥୀ ।
ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଚିତ୍ର ଯାହା ବର୍ତ୍ତମାନ ସାରା ଦେଶରେ ନିଆଁ ଭଳି ଘୁରି ବୁଲୁଛି ତାକୁ ନେଇ ଏବେ ପ୍ରତିକ୍ରିୟାଶୀଳ ହୋଇଛନ୍ତି ଆବାଳ ବୃଦ୍ଧ ବନୀତା ।
ଏହି ଭିଡିଓରେ ଦେଖାଯାଉଛି ଯେ, ଜଣେ ଯୁବତୀଙ୍କୁ କିଛି ଯୁବକ ଜୋର ଜବରଦସ୍ତୀ ମାଡ଼ ମାରି ଲହୁ ଲୁହାଣ କରିବା ସହ ଉଲଗ୍ନ କରି ଶାରୀରିକ ନିର୍ଯ୍ୟାତନା ଦେଉଛନ୍ତି ।
ସବୁଠାରୁ ହିନ କଥା ହେଉଛି ଜଣେ ଯୁବତୀ ଏଥିରେ ସେହି ଯୁବକଙ୍କୁ ସବୁଠାରୁ ଅଧିକ ସହଯୋଗ ଦେଉଛନ୍ତି । ଅନ୍ୟମାନେ ଏସବୁ ଦୃଶ୍ୟକୁ ନିଜ ନିଜ କ୍ୟାମେରାରେ କଏଦ କରୁଛନ୍ତି । ଯାହା ପରବର୍ତ୍ତୀ ସମୟରେ ବେଶ୍ ଭାଇରାଲ ହୋଇଛି ।
ଦିଲ୍ଲୀ ନିର୍ଭୟାକାଣ୍ଡ ମନରୁ ନ ଲିଭୁଣୁ ଉତ୍ତର ପୂର୍ବ ରାଜ୍ୟ ଆସାମରୁ ଆସିଥିବା ଏ ଚିତ୍ର ଦେଶକୁ ଲଜ୍ଜିତ କରିଛି ସଭ୍ୟ ସମାଜକୁ ବ୍ୟତିବ୍ୟସ୍ତ କରିଛି । ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ଏହି ଜଲ୍ହାଦଙ୍କୁ କଠୋରରୁ କଠୋର ଶାସ୍ତି ଦେବାକୁ ଦାବି ଜୋର ଧରିଛି ।