ଧରାଦେଉଥିଲେ ନା ଡନ୍ ଗ୍ୟାଙ୍ଗକୁ ଜବରଦସ୍ତୀ ଆସୁଥିଲେ ସୁନ୍ଦରୀ?

ଧରାଦେଉଥିଲେ ନା ଡନ୍ ଗ୍ୟାଙ୍ଗକୁ ଜବରଦସ୍ତୀ ଆସୁଥିଲେ ସୁନ୍ଦରୀ?
 

ଓଡ଼ିଆ ଗସିପ୍ ବ୍ୟୁରୋ: ହାଇଦର ଗିରଫ ହେବା ପରେ ଏବେ ହାଇଦରର ଯୁବତୀ ସହଯୋଗୀଙ୍କୁ ନେଇ ଚର୍ଚ୍ଚା । ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ୍ ପସରବିନ୍ଧାର ଯୁବତୀଙ୍କର ରହିଛି ବହୁ ଚର୍ଚ୍ଚିତ ହାଇଦର ଗ୍ୟାଙ୍ଗ୍ ସହ ଲିଙ୍କ୍ । ଗୋଟିଏ ପଟେ ହାଇଦର ଲିଙ୍କ୍ ରେ ଯୁବତୀଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟପଟେ  ପରିବାରଲୋକେ ସଫେଇ ଦେଇଛନ୍ତି ତାଙ୍କ ଝିଅର ମାନସିକ ସ୍ଥିତି ଠିକ୍ ନାହିଁ ।

ପରିବାରଲୋକଙ୍କ କହିବା କଥା ଯେ, ତାଙ୍କୁ ତାଙ୍କର ଜଣେ ବନ୍ଧୁ ଫୋନ୍ ଯୋଗେ କହିଥିଲେ ଯେ, ଭୁବନେଶ୍ବରକୁ ନେଇ ଏକ କମ୍ପ୍ୟୁଟର ଦୋକାନରେ ଚାକିରୀ କାରାଇଦେବେ । ସେଥିପାଇଁ ସେ ଭୁବନେଶ୍ବର ଚାଲିଯାଇଥିଲେ । ତେବେ ସେ ଅନ୍ୟ ଝିଅଙ୍କ ସହ ମିଶି ହାଇଦର ସହିତ ଲିଙ୍କ୍ ରଖିଛନ୍ତି । କିନ୍ତୁ ଯୁବତୀ ଜଣଙ୍କ ଜଣେ ବଡ ଅଭିନେତ୍ରୀ ହେବାର ସ୍ବପ୍ନ ଦେଖିବା ସହ ବହୁ ଆଲବମ୍ ରେ ଅଭିନୟ କରିଥିବା ଜଣାପଡିଛି । ଯାହାର ଗୁମର ଏବେ ଧରାପଡିଛି । ଗୋଟିଏ ପଟେ ପରିବାର ଲୋକେ ଝିଅର ମାନସିକ ସ୍ଥିତି ଠିକ୍ ନଥିବା କହୁଥିବା ବେଳେ ଅନ୍ୟପଟେ ସେ ଭୋଗରାଇର କେଉଁ ପ୍ରଡକ୍ସନରେ ଅଭିନୟ କରି ରାଜଧାନୀକୁ ଆସିଛନ୍ତି ତାହାର ତଦନ୍ତ କରାଯିବା ଜରୁରୀ ହୋଇପଡିଛି ।

ସୂଚନାଯୋଗ୍ୟ ଯେ, ବାଲେଶ୍ବର ଜିଲ୍ଲା ଭୋଗରାଇ ଅଞ୍ଚଳର ଯୁବତୀକୁ ସମ୍ବଲପୁର ଜେଲରେ ହିଁ ପ୍ରଥମ ଥର ପାଇଁ ଭେଟିଥିଲା ଗ୍ୟାଙ୍ଗଷ୍ଟର ହାଇଦର । କୁଆଡେ ହାଇଦରର କଅଁଳ ବୟସ ଝିଅ ଭାରି ପସନ୍ଦ । ସେ ଇଚ୍ଛା ଅନୁସାରେ ଅଳ୍ପ ବୟସର ଝିଅମାନଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିଲା । ଡାକ୍ତରଖାନାରେ ତାର ଏ ଲାଳସା ଅନାୟସରେ ପୁରଣ ବି ହୋଇଯାଉଥିଲା । ହାଇଦରର ପୁଅ ଆଝାରୁଦ୍ଦିନ୍ ଏଥିରେ ସହଯୋଗ କରୁଥିଲା । ବାଛି ବାଛି ଅବୁ ପାଇଁ ନୂଆନୂଆ ହସିନା ପଠାଉଥିଲା ବୋଲି କୁହାଯାଉଛି ।

ତେବେ ଏସବୁ ଚର୍ଚ୍ଚା ଆଲୋଚନାର ଠୋସ୍ ପ୍ରମାଣ ମିଳିନାହିଁ । ତା ସହ ଜଣେ ହାର୍ଡକୋର କ୍ରିମିନାଲକୁ ଏପରି ସୁଯୋଗ ମିଳୁଥିଲା କି ନା ତାହା ମଧ୍ୟ ଅସ୍ପଷ୍ଟ । ଏହା ସତ କି ଗୁଜବ ତାହାର ତଦନ୍ତ ପୋଲିସର ଦାୟିତ୍ବ । ଆହୁରି ବି ଚର୍ଚ୍ଚା ହୁଏ, ଡିସେମ୍ବର ୫ ତାରିଖରେ ଭୁବନେଶ୍ବରରୁ କିଛି ଅଳ୍ପ ବୟସ୍କ ହସିନାଙ୍କୁ ନେଇ ସମ୍ବଲପୁର ଯାଇଥିଲା ଅଜୁ। ହାଇଦର ସାମ୍ନାରେ ଏହି ଝିଅମାନଙ୍କୁ କୁଆଡେ ପରେଡ୍ ବି  କରାଯାଇଥିଲା । ଯିଏ ପସନ୍ଦ ଆସୁଥିଲା ତାକୁ ସେ ଗେହ୍ଲି ଡାକୁଥିଲା । ହାଇଦରର ଜୀବନକୁ ରଙ୍ଗୀନ କରିବା ଲାଗି ତାକୁ ରୁମ୍ ବି ଯୋଗାଇ ଦିଆଯଉଥିଲା ।

ଏହିଭଳି ଢଙ୍ଗରେ ଅର୍ଚ୍ଚନା, ହାଇଦର ସମ୍ପର୍କରେ ଆସିଥିଲା । ତା ପରେ ହାଇଦରକୁ ମେଡିକାଲରେ ଭେଟିବା ଓ ତାର ନିର୍ଦ୍ଦେଶ ଆଉ ଆଦେଶ ଠିକଣା ଯାଗାରେ ପହଞ୍ଚାଇବା ଏବଂ କଥାବାର୍ତ୍ତା ପାଇଁ ମୋବାଇଲ ଯୋଗାଇ ଦେବା କାମ କରୁଥିଲା ସଂପୃକ୍ତ ଯୁବତୀ । ଏଥିପାଇଁ ଯୁବତୀଙ୍କୁ ମୋଟା ଆକାରରେ ଟଙ୍କା ପାଉଥିଲା। ତେବେ ଏହି କଥାର ଆରମ୍ଭ କେଉଁଠୁ ତାହା ଜଣାପଡିନାହିଁ ।

ସମ୍ବଲପୁର ଜେଲ୍  ହେଉ ଅବା ଏସସିବି ମେଡିକାଲ, ହାଇଦର ମନେ ପକାଇବା କ୍ଷଣି ହାଇଦର ପାଖରେ ପହଞ୍ଚି ଯାଉଥିଲା ସଂପୃକ୍ତ ଯୁବତୀ।  ସମ୍ବଲପୁରରେ କାମ ଯୋଗାଇ ଦିଆଯିବା ସହ ମୋଟା ଅଙ୍କର ଟଙ୍କା ମିଳିବ ବୋଲି କହି ସବୁ ଝିଅଙ୍କୁ ସମ୍ବଲପୁରର ଏକ ହୋଟେଲରେ ରଖାଯାଇଥିଲା । ତେବେ ହାଇଦର ଗିରଫ ପରେ ଗେହ୍ଲିକୁ ପଚରାଉଚୁରା ସମୟରେ ସେ ହାଇଦର ପାଇଁ କାନ୍ଦି ପକାଇଥିବା ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି । ସେପଟେ ହାଇଦରର ଆବଶ୍ୟକତା ପୂରଣ କରିବାରେ କେଉଁ କେଉଁ ଜେଲ୍‌ କର୍ମଚାରୀ ସଂପୃକ୍ତ ଥିଲେ ଏହାର ତଦନ୍ତ ଆରମ୍ଭ ହୋଇଛି ।

Share this story