ପରକୀୟା ପ୍ରୀତି ପ୍ରସଙ୍ଗ ଉଠା ୱେବ୍ ମିଡିଆର ଛେଡଖାନିକୁ ଧୋଇ ଦେଲେ ବିଦ୍ୟାଶ୍ରୀ

bidyashree
ଓଡ଼ିଆ ଗସିପ୍ ବ୍ୟୁରୋ:  ଯିଏ ଯାହା କଲା ଶେଷରେ କିଳା ଯାଇ ଅନ୍ୟଠି ବାଜିଲା । କହିବାର କଥା ହେଉଛି ଯେ, ରାଜ୍ୟରେ ଯେତିକି ସ୍ୱାମୀ-ସ୍ତ୍ରୀ ବିବାଦ, ଅପରାଧ ହେଉଛି ତାକୁ ନେଇ ବିଦ୍ୟାଶ୍ରୀଙ୍କୁ ଯୋଡ଼ୁଛନ୍ତି କିଛି ନିର୍ଦ୍ଧିଷ୍ଟ ୱେବ୍, ଟିଭି ଓ ପ୍ରିଣ୍ଟ ମିଡିଆ । ଆଉ ଏହାକୁ ନେଇ କ୍ଷୁବ୍ଧ ହୋଇଛନ୍ତି ସ୍ୱର୍ଗତ ମାନବ ପ୍ରେମୀ ଆଦିତ୍ୟ ଦାସଙ୍କ ବିଧବା ପତ୍ନୀ ବିଦ୍ୟାଶ୍ରୀ । ସେ ନିଜ ଫେସବୁକ୍ ପୋଷ୍ଟ ଜରିଆରେ ରାଗ ଶୁଝାଇଛନ୍ତି ।

ସେହି ସବୁ ଅନାମଧେୟ ୱେବ୍ ପୋର୍ଟାଲର ନା ନେବା ସହ କାହିଁକି ମିଛ ସତ କହି ତାଙ୍କୁ ମାନସିକ ନିର୍ଯ୍ୟାତନା ଦେଉଛ ବୋଲି ପ୍ରଶ୍ନ କରିଛନ୍ତି । କେବଳ ଏତିକି ନୁହେଁ ବିଦ୍ୟାଶ୍ରୀ ମଧ୍ୟ ବିଦ୍ୟାଭାରତୀ ପ୍ରସଙ୍ଗରେ ନିନ୍ଦୁକମାନଙ୍କ ସଫ୍ଟ ଟାର୍ଗେଟ ହେଉଥିବା ସେ ଅଭିଯୋଗ ଆଣିଛନ୍ତି ।

ଦେଖନ୍ତୁ ସୋସିଆଲ ମିଡିଆରେ ଭାଇରଲ ହେଉଥିବା ଏହି ଭିଡ଼ିଓ....

Share this story