ଚାଷୀଙ୍କ ସହ ହେଉଥିବା ଠକେଇକୁ ସହିପାରିଲେନି ଉପ-ଜିଲ୍ଲାପାଳ: ବେଶ ବଦଳାଇ ସାର ଦୋକାନରେ ପଶିଲେ, ଆଉ ତା ପରେ..
Aug 11, 2021, 21:05 IST

ଓଡ଼ିଆ ଗସିପ ବ୍ୟୁରୋ: ଚାଷୀଙ୍କ ସହ ହେଉଥିବା ଠକେଇକୁ ଆଉ ସହିପାରିଲେନି ଉପ-ଜିଲ୍ଲାପାଳ। ବେଶ ବଦଳାଇ ସାରା ଦୋକାନରେ କୃଷକ ବେଶରେ ଯାଇ ପହଁଞ୍ଚିଥିଲେ ବିଜୟଓ୍ବାଡାର ଉପ-ଜିଲ୍ଲାପାଳ ଜି ସୂର୍ଯ୍ୟା ପରବିନ୍ ଚନ୍ଦ। ସାର ଦୋକାନୀମାନେ କୃଷକଙ୍କୁ ଠକୁଥିବା ଖବର ପାଇ ଉପ- ଜିଲ୍ଲାପାଳ କାଇକାଲୁରୁ ଓ ମୁଡିନେପଲ୍ଲୀ ବ୍ଲଡ ସାର ଦୋକାନକୁ ସାର କିଣିବାକୁ ଯାଇଥିଲେ।
ବହୁ ଦୋକାନୀମାନେ Diammonium phosphate (DAP) ଓ ୟୁରିଆ ଏମଆରପିରୁ ଅଧିକ ଦାମ୍ରେ ବିକ୍ରି କରୁଛନ୍ତି। ଏପରିକି ସେମାନେ ଖାଦ୍ୟର କୌଣସି ବିଲ୍ ମଧ୍ୟ ଦିଅନ୍ତି ନାହିଁ। ସେ ସାରର ଗୋଦାମ ଭରିକି ରଖିଥିଲେ। ଅର୍ଥାତ ସେ ଜମାଖୋରି କରିକି ମଧ୍ୟ ରଖିଥିଲେ। @sushilrTOI ଏହି ଫଟୋ ସେୟାର କରିଛି।
ଏଥିରେ ଆପଣ ଦେଖି ପାରିବେ ଯେ, ଯେଉଁ ବ୍ୟକ୍ତି ସାର ନେଉଥିବାର ଦେଖାଯାଉଛନ୍ତି ଯେ, ଜଣେ ଆଇଏଏସ୍ ଅଧିକାରୀ ପରବୀନ ଚନ୍ଦ। ଅଞ୍ଚଳର ଜଣେ ଦୋକାନୀ ତାଙ୍କୁ କୃଷକ ଭାବି ଠକେଇକୁ ନେଇ ଅଭିଯୋଗ କରିଥିଲେ।
ଏହାପରେ ସେ ନିଜେ ଯାଞ୍ଚ କରିବା ପାଇଁ ଶୁକ୍ରବାର ଏହି ପଦକ୍ଷେପ ନେଇଥିଲେ। ସେ ଯେଉଁ ଦୁଇ ଦୋକାନୀଙ୍କୁ ଧରିଥିଲେ ତାଙ୍କର ଦୁଇଟି ଦୋକାନକୁ ସିଜ୍ କରିଦେଇଥିଲେ। ଯେଉଁ ୟୁରିୟା ୨୬୬ ଟଙ୍କା ୫୦ ପଇସା ଥିଲା ତାକୁ ଦୋକାନୀ ୨୮୦ ଟଙ୍କାରେ ବିକ୍ରି କରୁଥିଲେ। କେବଳ ସେତିକି ନୁହେଁ ସେ ଗ୍ରାହକଙ୍କ ଆଧାର ଡିଟେଲ୍ସ ମଧ୍ୟ ନେଉନଥିଲେ।