ଟ୍ରେଣ୍ଡ କରୁଛି: ‘ଗୁଣ୍ଡା ରାମଦେବ’ ‘ମହାଗୁଣ୍ଡା ରାମଦେବ’, ‘ରାମଦେବଙ୍କୁ ଗିରଫକର

ram dev

ଓଡ଼ିଆ ଗସିପ୍ ବ୍ୟୁରୋ: ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛନ୍ତି ଯୋଗଗୁରୁ ବାବା ରାମଦେବ । କୋଭିଡ୍‌-୧୯ ଚିକିତ୍ସା ନିମନ୍ତେ ଏଲୋପାଥି ଔଷଧ ବିଷୟରେ ବିବାଦୀୟ ମନ୍ତବ୍ୟ ଦେଇ ବିବାଦକୁ ଆସିଛନ୍ତି ରାମଦେବ । ବିବାଦୀୟ ବୟାନ ଦେଇଥିବା ରାମଦେବଙ୍କୁ ଗିରଫ କରିବା ଲାଗି ଟ୍ୱିଟରରେ ହାସ୍ ଟାଗ୍ କ୍ରିଏଟ ହୋଇଛି । ଯେମିତିକି .....

ଗୁଣ୍ଡା ରାମଦେବ’ ‘ମହାଗୁଣ୍ଡା ରାମଦେବ’, ‘ରାମଦେବଙ୍କୁ ଗିରଫକରଆଦି ଟ୍ରେଣ୍ଡ୍‌କରୁଛନ୍ତି। ସେମାନେ କରନ୍ତୁ। ଆମ ଲୋକେ ଏଭଳି ‌‘ଟ୍ରେଣ୍ଡ୍‌ପ୍ରତି ଅଭ୍ୟସ୍ତ ହୋଇଯାଇଛନ୍ତି ଏବଂ ଆମ ଟ୍ରେଣ୍ଡ୍‌ସର୍ବଦା ଶୀର୍ଷରେ ପହଞ୍ଚେ ବୋଲି ସମ୍ପ୍ରତି ସାମାଜିକ ଗଣମାଧ୍ୟମରେ ପ୍ରସାରଣ ହେଉଥିବା ରାମଦେବଙ୍କୁ ଗିରଫକର ଟ୍ରେଣ୍ଡ୍‌ର ପ୍ରତ୍ୟୁତ୍ତର ଦେଇ ବୁଧବାର ଦିନ ଏକ ନୂଆ ଭିଡିଓରେ ରାମଦେବ କହିଛନ୍ତି।

ସୂଚନାଯୋଗ୍ୟ, ରାମଦେବ ଚଳାଇଥିବା ବିଭ୍ରାନ୍ତିକର ପ୍ରଚାର ବନ୍ଦ କରିବା ଲାଗି ପଦକ୍ଷେପ ଗ୍ରହଣ କରାଯାଉ ବୋଲି ନିବେଦନ କରି ଇଣ୍ଡିଆନ୍‌ ମେଡିକାଲ୍‌ ଆସୋସିଏସନ୍‌’ (ଆଇଏମ୍‌ଏ ) ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପତ୍ର ଲେଖିଛି। ଉକ୍ତ ପତ୍ରରେ ଆଇଏମ୍‌ଏପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରିଛି ଯେ, କୋଭିଡ୍ ଟିକାକରଣ ବିଷୟରେ ଭୟ ବିସ୍ତାରକରାଉଥିବା ଅଭିଯୋଗରେ ପତଞ୍ଜଳି ଉତ୍ପାଦର ମାଲିକଙ୍କୁ ବୁକ୍‌କରାଯାଉ।

ସବୁ ସର୍ବସାଧାରଣ ଉଦ୍‌ବୋଧନରେ ଟିକାକରଣର ମହତ୍ତ୍ବ ବଖାଣୁ ଥିବାରୁ ଆଇଏମ୍‌ଏପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କରିଛି। ଆଗାମୀ ମନ୍‌କି ବାତ୍‌ଅଧ୍ୟାୟରେ ଟିକାକରଣ ପ୍ରସଙ୍ଗରେ ପରାମର୍ଶ ଦେବା ଲାଗି ମଧ୍ୟ ଆଇଏମ୍‌ଏପ୍ରଧାନମନ୍ତ୍ରୀଙ୍କୁ ଉକ୍ତ ପତ୍ରରେ ନିବେଦନ କରିଛି।

Share this story