ମହିଳା ଫରେଷ୍ଟରଙ୍କ ସହ ଶାରିରୀକ ସଂପର୍କ ରଖିବାକୁ ବାଧ୍ୟ କରୁଛନ୍ତି ଉପରିସ୍ଥ ଅଧିକାରୀ; ଜାଣନ୍ତୁ କିଏ କେଉଁଠି ଓ କେମିତି

Molestation

ଓଡ଼ିଆ ଗସିପ୍ ବ୍ୟୁରୋ: ମହିଳା ବନପାଳଙ୍କୁ ଉପରିସ୍ଥ ଅଧିକାରୀଙ୍କ ଦ୍ବାରା ଶାରୀରିକ ଓ ମାନସିକ ନିର୍ଯାତନା । ଏଭଳି ସାଂଘାତିକ ଅଭିଯୋଗ ଆସିଛି ଖୋର୍ଦ୍ଧା ଜିଲ୍ଲା ଚିଲିକା ନୂଆପଡା ଫରେଷ୍ଟ ରେଞ୍ଜରୁ । ମହିଳା ଫରେଷ୍ଟରଙ୍କ ସହ ଶାରିରୀକ ସଂପର୍କ ରଖିବାକୁ ବାଧ୍ୟ କରୁଛନ୍ତି ଉପରିସ୍ଥ ଅଧିକାରୀ । ଏନେଇ ମହିଳା ବନପାଳ   ଦୁଇ ଜଣ ଉପରିସ୍ଥ ଅଧିକାରୀଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଛନ୍ତି । ମହିଳା ଫରେଷ୍ଟରଙ୍କୁ ନିର୍ଯାତନା ଦିଆଯିବାର ତଥ୍ୟ ପ୍ରମାଣ ଲାଗିଛି News7 ଓଡ଼ିଆ ନ୍ୟୁଜ୍ ଚ୍ୟାନେଲ ହାତରେ, ଏନେଇ ଚ୍ୟାନେଲ ପକ୍ଷରୁ ମଧ୍ୟ ସପୃକ୍ତ ଅଡିଓକୁ ପ୍ରସାରଣ କରାଯାଇଛି ।  ଏହି ମହିଳା କର୍ମଚାରୀ  ଚିଲିକା ନୂଆପଡା ସେକ୍ସନର ନର୍ସରୀ ଦାୟିତ୍ବ ରେ ଥିବାବେଳେ ବାଲୁଗାଁ ରେଞ୍ଜର ପ୍ରମୋଦ କୁମାର ପଣ୍ଡା  ସଂପୃକ୍ତ ମହିଳା କର୍ମଚାରୀଙ୍କୁ ତାଙ୍କ ସହ ଶାରିରୀକ ସଂପର୍କ ରଖିବାକୁ ଫୋନ୍‌ରେ ବାଧ୍ୟ କରୁଛନ୍ତି । ଶୁ ଏହି ରସିକିଆ ରେଞ୍ଜର କିଭଳି ଏଥିପାଇଁ ଚାପ ପକାଇବାକୁ ଚେଷ୍ଟା କରୁଛନ୍ତି ।  

କେବଳ ଏତିକି ନୁହେଁ ଏହି ମହିଳା ଫରେଷ୍ଟରଙ୍କ ମାଧ୍ୟମରେ ନର୍ସରୀ ପାଇଁ ଆସୁଥିବା ସରକାରୀ ଟଙ୍କାକୁ ଆତ୍ମସାତ୍‌ କରିବା ପାଇଁ ରେଞ୍ଜର, ଦାୟିତ୍ବରେ ଥିବା ଡିଏଫ୍‌ଓ ଏବଂ ଜଣେ ଫରେଷ୍ଟ ଗାର୍ଡ ରୀତିମତ ଯୋଜନା ବି କରିଛନ୍ତି । ହେଲେ ଏଥିରେ ଫରେଷ୍ଟର ଶୁଭସ୍ମିତା ଦାସ ରାଜି ନହେବାରୁ ତାଙ୍କୁ ମାନସିକ ନିର୍ଯାତନା ସହ ଚାକିରି ନେଇଯିବାର ଭୟ ଦେଖାଉଛନ୍ତି । ଗତ ଡିସେମ୍ବର ମାସରୁ ମାର୍ଚ୍ଚ ମାସ ମଧ୍ୟରେ ମୋଟ ୪ଲକ୍ଷ ୯୦ ହଜାର ୫୩୪ ଟଙ୍କା ନର୍ସରୀ ପାଇଁ ଆସିଥିବା ବେଳେ ଚିଲିକା ବନ୍ୟପ୍ରାଣୀ DFO ଦାୟିତ୍ବରେ ଥିବା ACF ଶରତ ଚନ୍ଦ୍ର ମିଶ୍ର ୧ ଲକ୍ଷ ୫୦ ହଜାର ଟଙ୍କା ଚଳୁ କରିଛନ୍ତି । ସରକାରୀ ଅର୍ଥ ର ୩୦ ପ୍ରତିଶତ ଖର୍ଚ୍ଚକରି ବାକି ଟଙ୍କାର ଜାଲ ଭାଉଚର କରିବା ନେଇ ଶୁଭସ୍ମିତା ଦାସଙ୍କୁ ପ୍ରବର୍ତ୍ତାଯାଉଛ । ହେଲେ ସେ ଏଥିରେ ରାଜି ନହେବାରୁ ତାଙ୍କୁ ଗାଳି ଗୁଲଜ କରାଯାଉଛି । ତାଙ୍କୁ ବିଭିନ୍ନ ବାହାନା ଦେଖାଇ ଚାକିରି ନେଇଯିବାର ଭୟ ଦେଖଯାଉଛି । DFO ଦାୟିତ୍ବରେ ଥିବା ଶରତ ମିଶ୍ର ନୂଆପଡା ନର୍ସରୀର ଗାର୍ଡ ଅନିଲ ସାହୁ ଓ ବାଲୁଗାଁ ରେଞ୍ଜର ପ୍ରମୋଦ କୁମାର ପଣ୍ଡାଙ୍କ ସହାୟତାରେ ଏହି ସରକାରୀ ଅର୍ଥ ହରିଲୁଟ କରିଥିବା ଶୁଭସ୍ମିତା ଅଭିଯୋଗ କରିଛନ୍ତି  ।ରେଞ୍ଜର  କିପରି ଓ କେବେ ଟଙ୍କା Dfoଙ୍କୁ ଦେଇଛନ୍ତି ଏହି ଅଡିଓ କ୍ଲିପ୍‌ ନ୍ୟୁଜ୍‌ ସେଭେନ୍‌ ହାତରେ ଲାଗିଛି ।

ଏହିସବୁ ଅନିୟମିତତା କାର୍ଯ୍ୟକୁ ଶୁଭସ୍ମିତା ବିରୋଧ କରିବା ପରେ ତାଙ୍କ ବିରୋଧରେ ରେଞ୍ଜର ପ୍ରମୋଦ ପଣ୍ଡା ଏବଂ ଡିଏଫ୍‌ ଶରତ ମିଶ୍ରଙ୍କ  ମହିଳା ଫରେଷ୍ଟରଙ୍କ ପ୍ରତି ଅଧିକ ବଢିବାରେ ଲାଗିଛି ବୋଲି ସେ ଅଭିଯୋଗ କରିଛନ୍ତି । ଏନେଇ ଶୁଭସ୍ମିତା କିଛିଦିନ ତଳେ ଆରସିସିଏଫ୍‌ଙ୍କୁ ଲିଖିତ ଅଭିଯୋଗ କରିଥିଲେ ସୁଦ୍ଧା ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । କେବଳ ବିଭାଗୀୟ ତଦନ୍ତ ନାଁରେ ଜଣେ ମହିଳା ଅଧିକାରୀଙ୍କୁ ତଦନ୍ତ ପାଇଁ ପଠାଇଛନ୍ତି ଆଞ୍ଚଳିକ ମୁଖ୍ୟ ବନସଂରକ୍ଷକ ।

  ଜଣେ ମହିଳା ଫରେଷ୍ଟରଙ୍କୁ ଶାରିରୀକ ଓ ମାନସିକ ନିର୍ଯାତନାର ସମସ୍ତ ସୀମା ଟପି ଯାଇଛି । ଏତେ ସବୁ ପ୍ରମାଣ ସତ୍ବେ କେଉଁ ଚାପରେ ନିର୍ଯାତନା ଦେଉଥିବା ଦୁଇ ଉପରିସ୍ଥ ଅଧିକାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । କୌଣସି ଚାପରେ ବିଭାଗୀୟ ତଦନ୍ତ ଦିଗହରା ହେଉଛି କି ?  ଏହା ଏବେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି ।  

Share this story