ଲୁଟେରାମାନଙ୍କୁ ପଛରୁ ଗୋଡ଼ାଇବା ବେଳେ ମାଡ଼ିଗଲା ଟ୍ରଲର, ଚାଲିଗଲା ୩ ଜୀବନ...

Three people lost their life after chasing behind looters

ଓଡ଼ିଆ ଗସିପ ବ୍ୟୁରୋ: ଲୁଟେରାଙ୍କ ପାଇଁ ଦୁର୍ଘଟଣା । ଆଉ ଏଇ ଦୁର୍ଘଟଣାରେ ଚାଲିଗଲା ୩ ଜୀବନ । ସୁନ୍ଦରଗଡ ବିଲେଇମୁଣ୍ଡା ଛତାବର ନିକଟରେ ଘଟିଛି ଏ ଦୁର୍ଘଟଣା ।

ଟ୍ରଲର ଧକ୍କାରେ ଏକ ସଂସ୍ଥାର ୨ କର୍ମଚାରୀଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ଘଟିଛି । ଦୁର୍ଘଟଣା ଘଟାଇବା ପରେ ଘଟଣା ସ୍ଥଳରେ ଓଲଟି ପଡିଥିଲା ଟ୍ରଲର । ଟାୟାର ଚୋରି କରୁଥିବା ଲୁଟେରାଙ୍କୁ ଧରିବାକୁ ଯାଇ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି ।

ଆହୁରି ପଢ଼ନ୍ତୁ : ବସ୍ତୁ ଟିପ୍ସ (Vastu tips): ଆର୍ଥିକ ପ୍ରତିବନ୍ଧକ କାରଣରୁ ଜୀବନ କଷ୍ଟସାଧ୍ୟ ହୋଇପଡିଛି କି ? ତେବେ ଆଜି ହିଁ ନଡ଼ିଆରେ କରନ୍ତୁ ଏହି ପ୍ରତିକାର...

କାଲିଠାରୁ ଘଟଣା ସ୍ଥଳରେ ଏକ ବୋଲେରୋ ଦୁର୍ଘଟଣାଗ୍ରସ୍ତ ହୋଇ ରହିଥିଲା । ଆଜି ଉକ୍ତ ବୋଲେରୋରୁ କିଛି ଲୁଟେରା ଟାୟାର ଚୋରି ଉଦ୍ୟମ କରୁଥିଲେ । ଉଭୟ ପକ୍ଷ ଧସ୍ତାଧସ୍ତି ହେବା ପରେ ଲୁଟେରାମାନେ ଦଉଡ଼ିଥିଲେ ।

ଲୁଟେରାମାନଙ୍କୁ ପଛରୁ ଗୋଡ଼ାଇବା ବେଳେ ମାଡ଼ି ଯାଇଥିଲା ଟ୍ରଲର । ଦୁର୍ଘଟଣାରେ ଠିକା ସଂସ୍ଥାର ୨ କର୍ମଚାରୀ ଓ ଜଣେ ସନ୍ଦିଗ୍ଧ ଲୁଟେରାଙ୍କ ମୃତ୍ୟୁ ଘଟିଛି ।

Share this story