ଚାକିରୀ ଦେବା ନାଁରେ ଲକ୍ଷାଧିକ ଟଙ୍କା ଲୁଟୁଥିଲା ଏହି ଠକ: ଆପଣ ବି ହୋଇଛନ୍ତି କି ଠକାମୀର ଶିକାର?

Crime


ଓଡ଼ିଆ ଗସିପ ବ୍ୟୁରୋ:ଭଦ୍ରକ ରେଳ ଷ୍ଟେସନ ନିକଟରୁ ଠକକୁ କାବୁ କରି ନିକଟସ୍ଥ ଜିଆରପି ଥାନାରେ ଜିମାଦେଲେ ଲୋକେ । ଚାକିରୀ ଦେବା ନାଁରେ ଲକ୍ଷାଧିକ ଟଙ୍କା ଲୁଟୁଥିଲା ଏହି ଠକ । ଧରାପଡିଥିବା ଠକର ନାମ ଅନିଲ ସାହୁ ବୋଲି ସୂଚନା ମିଳିଛି ।

ସୂଚନାଯୋଗ୍ୟ ଯେ ଏହି ଠକକୁ ଭଦ୍ରକ ଜିଲ୍ଲା ଚରମ୍ପା ରେଳ ଷ୍ଟେସନ ନିକଟରେ ଠାବ କରାଯାଇ ଜିଆରପି ପୋଲିସ ନିକଟରେ ଜିମା ଦେଇଛନ୍ତି । କନସଲଟାନ୍ସି ସଂସ୍ଥା କରି ଚାକିରୀ କରାଇଦେବା ନାଁରେ ଲକ୍ଷାଧିକ ଟଙ୍କା ଲୁଟୁଥିଲା ଅନିଲ । ଏନେଇ ଭୁବନେଶ୍ୱର ମଂଚେଶ୍ୱର ଥାନାରେ ଲିଖିତ ଅଭିଯୋଗ ହୋଇଥିବା ନେଇ ସୂଚନା ମିଳିଛି ।

ଶତାଧିକ ଲୋକଙ୍କ ଠାରୁ ପାଖାପାଖି ୫୦ ଲକ୍ଷରୁ ଅଧିକ ଟଙ୍କା ନେଇ ଫେରାର ଥିବା ନେଇ ଅଭିଯୋଗ ହୋଇଛି । ସୋସିଆଲ ମିଡିଆରେ ବିଜ୍ଞାପନ ଦେଇ ବେକାର ଯୁବକ ଯୁବତୀଙ୍କୁ ଟାର୍ଗେଟ କରାଯାଉଥିଲା  । ତେବେ ମଞ୍ଚେଶ୍ୱର ପୋଲିସ ଅଭିଯୁକ୍ତକୁ ଭଦ୍ରକ ଜିଆରପି ନିକଟରୁ ନେଇଯାଇଥିବା ସୂଚନା ମିଳିଛି ।

Share this story