ଏଇ ଦୁନିଆରେ ଏମିତି ବି ଲୋକ ଅଛନ୍ତି ଯିଏକି 12 ବର୍ଷ ଧରି ଶବ ସହ ସେକ୍ସ କରିଛନ୍ତି; ଏମିତି ସାମ୍ନାକୁ ଆସିଲା ସତ...

Sex with many women

ଓଡ଼ିଆ ଗସିପ୍ ବ୍ୟୁରୋ: ଶବଗୃହରେ ୧୨ ବର୍ଷ ଭିତରେ ୧୦୦ ଜଣ ମହିଳାଙ୍କ ଶବ ସହ ଜଣେ ୬୭ ବର୍ଷୀୟ ବୃଦ୍ଧ ଦୁଷ୍କର୍ମ କରୁଥିବା ଭଳି ଲୋମହର୍ଷକ ଘଟଣା ସାମ୍ନାକୁ ଆସିଛି । ଇଂଲଣ୍ଡରୁ ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି ।

ଦୁଷ୍କର୍ମକାରୀ ନାମ ଡେଭିଡ ଫୁଲର ବୋଲି ଜଣାପଡ଼ିଛି । ପୁଲିସ ସୂତ୍ରରୁ ପ୍ରକାଶ, ଡେଭିଡ ହିଥଫିଲ୍ଡ ହସ୍ପିଟାଲରେ ଜଣେ ଇଲେକ୍ଟ୍ରିସିଆନ ଭାବେ କାମ କରୁଥିଲା ।

ସେ ୧୯୮୭ ମସିହାରୁ ୧୨ ବର୍ଷ ଯାଏଁ ଉକ୍ତ ହସ୍ପିଟାଲର ଶବଗୃହରେ ମହିଳାଙ୍କ ଶବ ସହ ଦୁଷ୍କର୍ମ କରୁଥିଲା ଓ ତାର ଭିଡିଓ ରେକର୍ଡିଙ୍ଗ କରୁଥିଲା । ସେ ଯୌନବିକାରଗ୍ରସ୍ତ ବୋଲି ସନ୍ଦେହ କରାଯାଉଛି ।

୧୯୮୭ରେ ଡେଭିଡ ଦୁଇ ମହିଳାଙ୍କୁ ହତ୍ୟା କରିଥିଲା । ଏହି ହତ୍ୟା ଘଟଣାର ଯାଞ୍ଚ ବେଳେ ପୁଲିସକୁ ସନ୍ଦେହ ହୋଇଥିଲା । ଆଉ ପୁଲିସ ଧୀରେ ଧୀରେ ଦୁଷ୍କର୍ମ ମାମଲାର ଖୁଲାସା କରିଥିଲା ।

ଶେଷରେ ଡେଭିଡ ନିଜେ ସ୍ୱୀକାର କରିଥିଲା ଯେ ସେ ପ୍ରାୟ ୧୦୦ଜଣ ମହିଳାଙ୍କ ଶବ ସହ ଶବଗୃହରେ ଏହିଭଳି ନୀଚ୍ଚ କାମ କରିଥିଲା । ୨୦୨୦ ଡିସେମ୍ବର ୩ ତାରିଖରେ ପୁଲିସ ଡେଭିଡକୁ ଗିରଫ କରିଥିଲା ।

Share this story