ଏମିତି ଚାଲିଥିଲା ରାଜ କୁନ୍ଦ୍ରାଙ୍କର ପର୍ଣ୍ଣୋଗ୍ରାଫି ବ୍ୟବସାୟ , ଏବେ ସୁଦ୍ଧା ୧୧ ଗିରଫ…ଜାଣନ୍ତୁ ପୂରା କାହାଣୀ

ଓଡ଼ିଆ ଗସିପ ବ୍ୟୁରୋ: ଫେବ୍ରୁଆରୀ ୨୦୨୧ରେ ରାଜ୍ କୁନ୍ଦ୍ରା ଓ କିଛି ଅନ୍ୟ ଲୋକଙ୍କ ବିରୋଧରେ ପର୍ଣ୍ଣଗ୍ରାଫିକ୍ କଣ୍ଟେଣ୍ଟ ତିଆରି କରିବା ପାଇଁ ଅଭିଯୋଗ ଦାଖଲ ହୋଇଥିଲା । ଏବେ ଏହି ମାମଲାରେ ମୁମ୍ୱାଇ ପୁଲିସ୍ର କ୍ରାଇମ୍ ବ୍ରାଞ୍ଚ ରାଜ୍ କୁନ୍ଦ୍ରାଙ୍କୁ ମଧ୍ୟ ଗିରଫ କରିନେଇଛି ଏବଂ ତାଙ୍କୁ ପଚରାପଚରି କରାଯାଉଛି ।
ଏହି ମାମଲାରେ ଏବେସୁଦ୍ଧା ୧୧ଜଣ ଲୋକଙ୍କୁ ଗିରଫ କରାଯାଇ ସାରିଛି । ଏଥିରେ ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କର ସ୍ୱାମୀ ରାଜ କୁନ୍ଦ୍ରାଙ୍କର ନାମ ମଧ୍ୟ ସାମିଲ ଅଛି । ରାଜ୍ କୁନ୍ଦ୍ରାଙ୍କୁ ବର୍ତ୍ତମାନ ୨୩ ତାରିଖ ଯାଏ ପୁଲିସ୍ କବଜାକୁ ନିଆଯାଇଛି । ଆସନ୍ତୁ ଜାଣିବା ଅନ୍ୟ ଅଭିଯୁକ୍ତ ଓ ତାଙ୍କର ଲିଙ୍କ୍ସ ବିଷୟରେ –
ରାଜ କୁନ୍ଦ୍ରାଙ୍କ ସହ ୧୧ଲୋକ ଏହି ମାମଲାରେ ଗିରଫ –
ଏହି ମାମଲାରେ ରାଜ କୁନ୍ଦ୍ରାଙ୍କ ବ୍ୟତୀତ , ୟାସମିନ୍ ଖାନ୍ , ପ୍ରତିଭା ନଳାୱଡେ , ମୋନୁ ଯୋଶୀ , ଭାନୁ ସୂର୍ଯ୍ୟମ୍ ଠାକୁର , ମହମ୍ମଦ ସୈଫୀ , ବନ୍ଦନା ତିୱାରୀ , ଉମେଶ କାମତ , ଦିପାଙ୍କର ଖାସନବିସ , ତନବୀର ହାଶମୀ , ରାଜକୁନ୍ଦ୍ରା ଓ ରାୟନ ଜନ୍ ଥୋରପେଙ୍କୁ ମଧ୍ୟ ଗିରଫ କରାଯାଇଛି ।
୪ ଫେବ୍ରୁଆରୀରେ ପୁଲିସ୍କୁ ଖବର ମିଳିଲା କି ରୋୱା ଖାନ୍ ଓ ତାଙ୍କର ସ୍ୱାମୀ ଶାନ୍ ବାନାର୍ଜ ମଧରେ ଏକ ଘର ଭଡ଼ା ନେଇ ପର୍ଣ୍ଣୋଗ୍ରାଫି କଣ୍ଟେଣ୍ଟର ସୁଟିଂ କରୁଥିଲେ । ଏହି କୋଠାରେ ପୁଲିସ୍ ପହଞ୍ଚି ୫ଜଣଙ୍କୁ ଗିରଫ କରିଥିଲା । ପୁଲିସ୍ର ତଦନ୍ତ ଓ ଗିରଫ କରାଯାଇ ଥିବା ୫ଜଣ ଲୋକଙ୍କୁ ଜେରା ବେଳେ ୬ଷ୍ଠ ବ୍ୟକ୍ତି ବିଷୟରେ ଜଣା ପଡ଼ିଥିଲା । ଏହି ନାମ ଥିଲା ଗହନା ବଶିଷ୍ଟ । ତାଙ୍କୁ ୬ ଫେବ୍ରୁଆରୀରେ ଗିରଫ କରାଗଲା ।
ଗହନା ବଶିଷ୍ଟଙ୍କୁ ଯେବେ ପଚରାପଚରି କରାଗଲା ସେ ଉମେଶ କାମତାଙ୍କ ନାମ ନେଇଥିଲେ । ଉମେଶଙ୍କୁ ୮ ଫେବ୍ରୁଆରୀ , ୨୦୨୧ରେ ଗିରଫ କରାଗଲା । ଏହାପରେ ପୁଲିସ୍କୁ ଏହା ବିଷୟରେ ଜଣାପଡ଼ିଲାକି ଦିପାଙ୍କର ଖାସାବିସ୍ ନାମକ ଜଣେ ବ୍ୟକ୍ତି , ଯିଏ କି ଏହି ପର୍ଣ୍ଣଗ୍ରୋଫିକ୍ ଭିଡ଼ିଓ ସବୁ ହଟ୍ହିଟ୍ ନାମକ ଏକ ୱେବସାଇଟ୍ରେ ଅପଲୋଡ୍ କରୁଥିଲେ । ଦିପାଙ୍କର ପ୍ରକୃତରେ ହଟ୍ହିଟ୍ ୱେବସାଇଟ୍ର ଡାଇରେକ୍ଟର ଓ କୋ-ଓନର । ଦୀପାଙ୍କରଙ୍କୁ ଏହି ମାମଲାରେ ୯ ଫେବ୍ରୁଆରୀରେ ଗିରଫ କରାଗଲା । ଗହନା ବଶିଷ୍ଟ ହିଁ ତନବୀର ହାଶମୀଙ୍କ ନାମ ଖୁଲାସା କରିଥିଲେ , ଯିଏ ଏହି ମାମଲାରେ ସଂପୃକ୍ତ ଥିଲେ । ତାଙ୍କୁ ୧୦ ଫେବ୍ରୁଆରୀ ଦିନ ଗିରଫ କରାଯାଇ ଥିଲା ।
ଉମେଶ କାମତ କଥାବାର୍ତ୍ତା ସମୟରେ Kenrin Pvt Ltd କମ୍ପାନୀ ବିଷୟରେ କହିଥିଲେ । ଏହାର ମାଲିକ ପ୍ରଦୀପ ବକ୍ସି ଥିଲେ ଏବଂ ଏହି ବ୍ୟକ୍ତି ରାଜ୍ କୁନ୍ଦ୍ରାଙ୍କର ନିକଟତର ଥିଲେ । ତାଙ୍କର ସାହାଯ୍ୟରେ ରାଜ କୁନ୍ଦ୍ରା ହଟ୍ସୁଟ୍ ନାମରେ ଏକ ଆପ୍ ତିଆରି କରାଯାଇ ଥିଲା । ରାଜ କୁନ୍ଦ୍ରା ଉମେଶ କାମତଙ୍କୁ କୋର୍ଡିନେଟ୍ କରିବା କଥା କହିଥିଲେ । ମାମଲାର ବଡ଼ ମୋଡ ସେତେବେଳେ ଆସିଲା ଯେବେ ଜଣେ ୟାସମିନ୍ ଖାନ୍, ମୋନୁ ଯୋଶୀ ଓ ଦିପାଙ୍କରଙ୍କ ବିରୋଧରେ ଅଭିଯୋଗ ଦାଖଲ କରିଥିଲେ । ଉମେଶ କାମତ ଏହି ସମୟରେ ଖୁଲାସା କରିଥିଲେ କି ରାଜ କୁନ୍ଦ୍ରା ଆଇଟି ଏକ୍ସପର୍ଟଙ୍କ ସାହାଯ୍ୟରେ ହଟ୍ସଟ୍ସକୁ ପରିଚାଳନା କରୁଛନ୍ତି । ଆଇଟି ଏକ୍ସପର୍ଟ ରାୟନ ଥୋର୍ପେ ଏହି କାମ ପାଇଁ ପ୍ରତୀକ୍ଷା ଓ ଇଶ୍ୱରଙ୍କୁ ନିଯୁକ୍ତ କରିଥିଲେ। ଇଏ ରାଜ କୁନ୍ଦ୍ରାଙ୍କର କମ୍ପାନୀ ବିୟାନ ଇଣ୍ଡଷ୍ଟ୍ରୀଜ୍ ପାଇଁ ମଧ୍ୟ କାମ କରୁଥିଲେ ।
ରିପୋର୍ଟ ମୁତାବକ, HOTSHOTSକୁ ପରିଚାଳନା କରିବାକୁ ବିୟାନ ଇଣ୍ଡଷ୍ଟ୍ରୀଜ୍ ପାଖାପାଖି ୩ ଲକ୍ଷ ଟଙ୍କା Kenrin Pvt Ltdକୁ ପ୍ରତି ମାସରେ ଦେଉଥିଲା । ରାଜ କୁନ୍ଦ୍ରାଙ୍କର କମ୍ପାନୀ avalanche Technology ର ମଧ୍ୟ ଏଥିରେ ଯୋଗଦାନ ଥିଲା । ଏହି କମ୍ପାନୀ HOTSHOTSରେ ଅପଲୋଡ ହେଉଥିବା କଣ୍ଟେଣ୍ଟକୁ ପାୟରେସିରୁ ରକ୍ଷା କରୁଥିଲା । ଏଥିପାଇଁ ପ୍ରତି ମାସରେ ୨ଲକ୍ଷ ଟଙ୍କା ଚାର୍ଜ କରାଯାଉ ଥିଲା । ରାଜ କୁନ୍ଦ୍ରା HS Tech Down , HS account ଓ HS operationd ନାମରେ ଏକ ହ୍ୱାଟ୍ସଆପ୍ ଗ୍ରୁପ୍ କରିଥିଲେ । ଏହି ଗ୍ରୁପ୍ ମାଧ୍ୟମରେ ହିଁ ରାଜ୍ କୁନ୍ଦ୍ରା ଭିଡ଼ିଓର କଣ୍ଟେଣ୍ଟ ଓ ଆକ୍ଟରଙ୍କର ପେମେଣ୍ଟ ଆଦି ଫାଇନାଲ କରୁଥିଲେ ।
ପୁଲିସ୍ ଏହି ମାମଲାରେ ଉମେଶ କାମତ, ରାଜ କୁନ୍ଦ୍ରା ଓ ପ୍ରଦୀପ ବକ୍ସିଙ୍କର ଇମେଲ୍ ଯାଞ୍ଚ କରିଥିଲେ । ପୁଲିସ୍ ଏହା ବି ଜାଣିବାକୁ ପାଇଲା କି ହଟ୍ସୁଟ୍ ଆପ୍ର ଆରମ୍ଭ ଜୁଲାଇ ୨୦୧୯ରେ କରାଯାଇ ଥିଲା ଏବଂ ଏହାକୁ ରାଜ୍ କୁନ୍ଦ୍ରାଙ୍କର କମ୍ପାନୀ Arms Prime Media ଦ୍ୱାରା Kenrin Pvt Ltd କୁ ୨୫୦୦୦ ଡଲାରରେ ବିକ୍ରି କରିଦିଆ ଯାଇଥିଲା । ଏବେ ପୁଲିସ୍ ରାଜ କୁନ୍ଦ୍ରାଙ୍କୁ ଚ୍ୟାଟ୍ସ ଓ ମେଲ୍ସ ଆଦି ବିଷୟରେ ଜେରା ପଚରା ପଚରି କରିବ ।