ବିଦ୍ୟାଶ୍ରୀଙ୍କ ଆତ୍ମହତ୍ୟା ପାଇଁ ଦାୟୀ ରହିବେ ଏମାନେ

ଓଡ଼ିଆ ଗସିପ୍ ବ୍ୟୁରୋ: ଯଦି କେବେ ଭବିଷ୍ୟତରେ ସ୍ୱର୍ଗତ ମାନବ ପ୍ରେମୀ ଆଦିତ୍ୟ ଦାଶଙ୍କ ବିଧବା ପତ୍ନୀ ବିଦ୍ୟାଶ୍ରୀ ଆତ୍ମହତ୍ୟା କରିବେ ତେବେ ଦାୟୀ ରହିବେ ଶୁଭାଶିଷ ଷଡ଼ଙ୍ଗୀ, ମନୋଜ ସିଂ, ପପୁ ,ବିକାଶ ବରାଳ, ରାକେଶ ଜେନା ଇତ୍ୟାଦି । ମାନସିକ ନିର୍ଯ୍ୟାତନା ଦେବା କାରଣରୁ ସେ ଯଦି କେବେ ଆତ୍ମହତ୍ୟା କରନ୍ତି ତେବେ ଏମାନେ ହିଁ ଦାୟୀ ରହିବେ ବୋଲି ଲାଇଭ୍ ଭିଡିଓରେ କହିଛନ୍ତି ।
ସୂଚନା ଥାଉ କି, ଫେସବୁକରେ ଲାଇଭ୍ ଭିଡିଓ କରି ଏକାଥରରେ ଗୁଡ଼ାଏ ନିଦ ବଟିକା ଖାଉଥିବାର ଦେଖିବାକୁ ମିଳିଛି । ଏହା ପୂର୍ବରୁ ସେ ୩୦ଟି ସ୍ଲିପିଂ ପିଲ୍ ଖାଇଛନ୍ତି ବୋଲି ଭିଡିଓରେ ପ୍ରକାଶ କରିଛନ୍ତି । ସେ ଏକ ଡାଏରି ଦେଖାଉଛନ୍ତି ଓ ତାଙ୍କ ମୃତ୍ୟୁ ପାଇଁ ଯେଉଁମାନେ ସବୁ ଦାୟୀ ସେ ସେମାନଙ୍କ ନାମ ସେ ଡାଏରିରେ ଲେଖିଛନ୍ତି ବୋଲି କହିଛନ୍ତି ।
ସେ ଆହୁରି ବି କହିଛନ୍ତି କି ଯେପରି ଆଦିତ୍ୟଙ୍କ ମୃତ୍ୟୁ ପଛର କାରଣ ମୁଁ ବୋଲି କିଛି ଲୋକ ଅପବାଦ ରଚୁଛନ୍ତି, ସେହିପରି ମୋ ପରିବାର ଲୋକଙ୍କୁ ମୋ ମୃତ୍ୟୁର କାରଣ ବୋଲି କୁହାନଯାଉ । ସେଥିପାଇଁ ମୁଁ ଏ ଲାଇଭ୍ ଭିଡିଓ ସହ ଡାଏରି ଛାଡ଼ି ଯାଉଛି ।
ଯେଉଁମାନେ ତାଙ୍କ ମୃତ୍ୟୁ ଲାଗି ଦାୟୀ ସେମାନଙ୍କ ନାମ ସେ କହୁଥିବା ଦେଖିବାକୁ ମିଳିଛି । ଏଥିସହ ସେ କାନ୍ଦି କାନ୍ଦି କହୁଛନ୍ତି – ମତେ ନ୍ୟାୟ ମିଳୁ ।