ପ୍ରେମ ବିବାହ କରି ଘରୁ ପଳାଇଥିଲା ଯୁବତୀ; ଭଡ଼ା ଘରେ ରଖିଥିଲା ସ୍ୱାମୀ, ହେଲେ କାହିଁକି ଦଉଡ଼ି ଦେଇ ଆତ୍ମହତ୍ୟା କଲା ସ୍ତ୍ରୀ ଜାଣନ୍ତୁ....

crime

ଓଡିଆ ଗସିପ୍ ବ୍ୟୁରୋ: ଉତ୍ତର ପ୍ରଦେଶ ଆଗ୍ରାରେ ଜଣେ ଯୁବତୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । ଏହି ମାମଲା ଆଗ୍ରା ନିକଟ ଶାହାଗଞ୍ଜ ଥାନା ଚିଲ୍ଲୀ ପାଡ଼ା ଅଞ୍ଚଳର । ଏଠାରେ ଜଣେ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ଶୁଣିବାକୁ ମିଳୁଛି ଯେ, ଯୁବତୀ ଜଣଙ୍କ ବର୍ଷକ ତଳେ ଜଣେ ସଂଖ୍ୟାଲଘୁ ଯୁବକଙ୍କ ସହ ଘରୁ ପଳାଇ ଯାଇଥିଲା ।

ପ୍ରେମ ବିବାହ କରି ଉଭୟେ ଆଗ୍ରା ଛାଡ଼ି ବାହାରକୁ ଚାଲିଯାଇଥିଲେ । ସେପଟେ ଯୁବତୀଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଓ ସମ୍ପର୍କୀୟ ସମେତ ବିଜେପି ନେତାମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଆଉ ଏହା ପରେ ଦୁଇ ସମୁଦାୟ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି । ଏପରିକି ସେହି ଅଞ୍ଚଳରେ ପଥର ମାଡ଼ ଭଳି ଘଟଣା ଘଟିଯାଇଛି । କଥା ଗୁଳିମାଡ଼ ଯାଏ ବି ଯାଇଛି ।

ସୂଚନା ଅନୁସାରେ ଗୋଟିଏ ବର୍ଷ ପୂର୍ବରୁ ମୃତ୍ୟୁ ଯୁବତୀ ବର୍ଷା ଅରମାନଙ୍କୁ ପ୍ରେମ ବିବାହ କରିଥିଲେ । ଅରମାନଙ୍କ ସହ ବର୍ଷା କିଛି ଦିନ ଯାଏ ଶାହଗଞ୍ଜଦ ଚିଲ୍ଲୀ ପାଡ଼ା ଅଞ୍ଚଳରେ ରହିଥିଲେ । ହେଲେ ଗତ ଶୁକ୍ରବାର ଯୁବତୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି । ବଡ଼ କଥା ହେଉଛି ବର୍ଷାଙ୍କ ମୃତ୍ୟୁ ପରେ ଅରମାନ ସେଠାରେ ଫେରାର ମାରିଛି ।

ସେପଟେ ଖବର ମିଳିବା ପରେ ନିକଟସ୍ଥ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ପୋଲିସ ଉପସ୍ଥିତିରେ ପୂର୍ବରୁ ଉପସ୍ଥିତ ଥିବା ଉଭୟ ସମୁଦାୟର ଲୋକଙ୍କ ମଧ୍ୟରେ ଯୁକ୍ତିତର୍କ ଆହୁରି ବଢ଼ିଯାଇଥିଲା  । ଉତ୍ୟକ୍ତ ଜନତା ପୋଲିସ ଉପରକୁ ପଥରମାଡ଼ ସହ ଫାୟାରିଙ୍ଗ କରିବାକୁ ପଛାଇ ନଥିଲେ ।

ଏହା ପରେ ସ୍ଥାନୀୟ ବିଜେପି ନେତା ତଥା ବିଧାୟକ ରାମ ପ୍ରତାପ ସିଂହ ଚୌହ୍ବାନ ଏବଂ ଯୋଗେନ୍ଦ୍ର ଯଦବ ଉପାଧ୍ୟାୟ ଥାନାରେ ପହଞ୍ଚି ଯାଇଥିଲେ । ବିଧାୟକଙ୍କ ଉପସ୍ଥିତିରେ ବିଜେପି କର୍ମକର୍ତ୍ତାମାନେ ଥାନାରେ ଜମକରି ନାରାବାଜି କରିଥିଲେ   । ବିଜେପି ବିଧାୟକ ଅରମାନ, ତାଙ୍କ ପରିବାର ଲୋକଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିବାକୁ ଦାବି କରି ଅଡ଼ି ବସିଥିଲେ  ।

ସେପଟେ ମୃତ ବର୍ଷାଙ୍କ ପାର୍ଥୀବ ଶରୀରକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି । ଆଗ୍ରା ଏସଏସପି ସୁଧୀର କୁମାରଙ୍କ ସୂଚନା ଅନୁସାରେ ଯୁବତୀ ଜଣଙ୍କ ଅନ୍ୟ ଧର୍ମର ଜଣେ ଯୁବକଙ୍କ ସହ ବିବାହ କରିଥିଲେ । ଯୁବତୀଙ୍କ ସନ୍ଦିଗ୍ଧ ଅବସ୍ଥାରେ ମୃତ୍ୟୁ ହୋଇଛି  ମାମଲାର ଯାଞ୍ଚ ଚାଲିଛି, ଅପରାଧୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।

Share this story