ଦୁଇ ଜଣଙ୍କୁ ପ୍ରେମ କରି ଯୁବତୀ ହଟହଟା, ଆଉ ତା ପରେ...

ଓଡ଼ିଆ ଗସିପ୍ ବ୍ୟୁରୋ: ଦୁଇ ଜଣଙ୍କୁ ପ୍ରେମ କରି ଯୁବତୀ ହଟହଟା । ଦୁଇ ଜଣଙ୍କୁ ପ୍ରେମ କରୁଥିଲେ ଜଣେ ଯୁବତୀ । ଉଭୟଙ୍କୁ ସମୟ ଦେଇ କଥା ହେଉଥିଲେ । କିନ୍ତୁ ଉଭୟ ପ୍ରେମିକ ଏହାର ଟେର୍ ବି ପାଉନଥିଲେ । ହଠାତ୍ ପ୍ରେମିକାର ଏଭଳି ଚାଲବାଜି ଜାଣି ପକାଇଲେ ପୁରୁଣା ପ୍ରେମିକ ।
ନୂଆ ପ୍ରେମିକ ପାଖରେ ବସିଥିବା ବେଳେ ଯୁବତୀଙ୍କୁ ଧରି ନିସ୍ତୁକ ଛେଚିଲେ ପୁରୁଣା ପ୍ରେମିକ । ଏହାକୁ କେନ୍ଦ୍ର କରି ଉଭୟ ପ୍ରେମିକ ହାତାହାତି ହୋଇଗଲେ । କଥା ଥାନା ପର୍ଯ୍ୟନ୍ତ ଗଲା । ଶେଷରେ ଆପୋଷ ବୁଝାମଣାରେ ୩ଜଣ ଥାନାରୁ ମୁକୁଳିଛନ୍ତି । ଭୁବନେଶ୍ୱର ଇନ୍ଫୋସିଟି ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି ଏପରି ଘଟଣା।
ଖବର ଅନୁଯାୟୀ, ଭୁବନେଶ୍ୱର ଶୈଳଶ୍ରୀ ବିହାର ଅଞ୍ଚଳରେ ରହି ସଂପୃକ୍ତ ଯୁବତୀ ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ପାଠ ପଢୁଛନ୍ତି । ସେ ତାଙ୍କ କଲେଜର ଜଣେ ସହପାଠୀକୁ ଦେଖା କରିବାକୁ ଇନଫୋସିଟି ପାଖକୁ ଡାକିଥିଲେ । ଦୁହେଁ ଦୀର୍ଘ ସମୟ ଯାଏଁ କଥା ହେଉଥିବା ବେଳେ ହଠାତ୍ ସେଠାରେ ତାଙ୍କର ପୁରୁଣା ପ୍ରେମିକ ପହଞ୍ଚିଥିଲେ ।
ଯୁବତୀଙ୍କୁ ପଚାରିଥିଲେ ଏ ପୁଅ ସହ ଏଠାରେ କାହିଁକି ଗପୁଛ । ଯୁବତୀ କହିଥିଲେ ଏ ମୋ ସାଙ୍ଗ । ପୁରୁଣା ପ୍ରେମିକ ଯୁବତୀଙ୍କ ମିଛକୁ ଧରିପକାଇ କହିଥିଲେ ମୋତେ ପ୍ରେମ କରୁଛୁ ପୁଣି ଏ ପିଲାକୁ ବି ପ୍ରେମ କରୁଛୁ । ଦୁହିଁଙ୍କ ଭିତରେ ବଚସା ହେବାରୁ ଯୁବତୀଙ୍କ ଗାଲରେ ଦୁଇ ଚାପୁଡ଼ା ମାରିଥିଲେ ପୁରୁଣା ପ୍ରେମିକ ।
ଏହା ଦେଖି ନୂଆ ପ୍ରେମିକ କହିଥିଲେ ମୁଁ ତାଙ୍କୁ ୨ ବର୍ଷ ହେବ ଭଲ ପାଉଛି । ତୁ କାହିଁକି ମୋ ପ୍ରେମିକାକୁ ମାଡ଼ ମାରିଲୁ କହି ପୁରୁଣା ପ୍ରେମିକଙ୍କ ସହ ମାରପିଟ୍ କରିଥିଲେ । ସ୍ଥାନୀୟ ଲୋକେ ଏହା ଦେଖି ପିସିଆର ଭ୍ୟାନକୁ ଫୋନ କରିଥିଲେ। ପୁଲିସ ପହଞ୍ଚି ସମସ୍ତଙ୍କୁ ୩ଜଣଙ୍କୁ ଥାନାକୁ ନେଇଥିଲା । ସେଠାରେ ଆପୋଶ ବୁଝାମଣା ପରେ ଛାଡିଥିଲା ପୋଲିସ।