ସୁଖର ସଂସାର ଚୁନା କରିଦେଲା କରୋନା; ବୋହୂକୁ ଘରୁ ତଡିଦେଲେ ଶ୍ୱଶୁର

ଓଡ଼ିଆ ଗସିପ୍ ବ୍ୟୁରୋ: ଜନ୍ମ ଜନ୍ମର ସାଥୀକୁ ନେଇ ଗଲା କରୋନା । ମା’ ପରି ଶାଶୁକୁ ବି ଛାଡ଼ିଲାନି ମହାମାରୀ । କରୋନାରେ ସ୍ୱାମୀ ଓ ଶାଶୁଙ୍କ ମୃତ୍ୟୁ ପରେ ମହିଳାଙ୍କୁ ଘରୁ ତଡ଼ିଦେଲେ ଶଶୁର । ଅଦୃଶ୍ୟ ଆତଙ୍କରେ ଲୋକେ ଗୃହବନ୍ଦୀ ଥିବା ବେଳେ ମାନବିକତାରେ ବି ତାଲାବନ୍ଦର ପ୍ରଭାବ ପଡ଼ିଛି ।
ମହିଳା ଜଣକ ଏବେ ବାରଦ୍ୱାର ବୁଲିବା ସହ ତାଙ୍କ ବିରୁଦ୍ଧରେ ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରିଥିବା ଅଭିଯୋଗ କରିଛନ୍ତି ଶାଶୁଘର ଲୋକ । ଏନେଇ ମହିଳା ଜଣକ ପୋଲିସରେ ଅଭିଯୋଗ କରିଛନ୍ତି। ପୋଲିସ ଏହି ମାମଲାର ତଦନ୍ତ କରୁଛି । ସେପଟେ ଅଭିଯୋଗର ଅନେକ ଦିନ ପରେ ମଧ୍ୟ ମହିଳାଙ୍କୁ ଘରେ ପଶେଇ ଦେଉନାହାନ୍ତି ଶାଶୁଘର ଲୋକ ।
ରାମପୁରମ୍ ଶ୍ୟାମନାଗରର ମହେନ୍ଦ୍ର ଶୁକ୍ଳା ଏପ୍ରିଲ ୨୭, ୨୦୧୮ ରେ ବି-ବ୍ଲକରେ ରହୁଥିବା ବ୍ୟବସାୟୀ ଶିବମ୍ ବାଜପାୟୀଙ୍କ ସହ ଝିଅ ପୁନମର ବିବାହ କରାଇଥିଲେ । ଖୁବ ଧୁମଧାମରେ ହୋଇଥିବା ବିବାହ, ଯାନିଯୌତୁକ ଦେଇ ସାଧ୍ୟମତେ ଝିଅର ବିବାହ କରାଇଥିଲେ । ବିବାହ ପରେ ଖୁବ୍ ଖୁସିରେ ଥିଲା ଝିଅ, ହସଖୁସରେ ସମୟ କଟିଯାଉଥିଲା । ହେଲେ କରୋନା ଆସିବା ପରେ ଗୋଟିଏ ଝଟକାର ଜୀବନର ମୋଡ଼ ବଦଳିଗଲା । କ୍ଷଣିକରେ ସୁନାର ସଂସାର ଚୂନା ହୋଇଗଲା ।
କରୋନା ସଂକ୍ରମିତ ହୋଇ ଏପ୍ରିଲ ୨୩ରେ ଶୁଭମଙ୍କ ଜୀବନ ଚାଲିଗଲା । ଆଉ ସ୍ୱାମୀଙ୍କ ମୃତ୍ୟର କିଛି ଘଣ୍ଟା ପରେ ଶାଶୁ ନିରୂ ବାଜପାୟୀ ମଧ୍ୟ କରୋନରେ ପ୍ରାଣ ହରାଇଥିଲେ । ସ୍ୱାମୀଙ୍କୁ ହରାଇ ଭାଙ୍ଗି ପଡ଼ିଥିବା ପୁନମ୍ ମା’ ପରି ଶାଶୁଙ୍କ ମୃତ୍ୟୁ ପରେ ଆହୁରି ଏକା ହୋଇଗଲେ । ସେପଟେ ତାଙ୍କ ଦିଅର କରୋନା ସଂକ୍ରମଣ ହୋଇଥିବା କହି ତାଙ୍କୁ ବାପଘରକୁ ପଠାଇ ଦେଇଥିଲେ । ହେଲେ ଦିଅରଙ୍କ ଚାଲ ବୁଝି ପାରିନଥିଲେ ପୁନମ୍ ।
ପରେ ମେ ୨୦ ରେ ଘରକୁ ଫେରିବା ପରେ ଶାଶୁଘର ଲୋକେ ପୁନମଙ୍କୁ ଘରେ ପଶିବାକୁ ଦେଲେନି । ବାପା ଓ ଭାଇଙ୍କ ସହ ଆସିଥିବା ପୁନମ୍ ଗେଟ ବାହାରେ ଛିଡ଼ା ହୋଇ ଯେତେ ଡାକିଲେ ବି କେହି ଶୁଣିଲେନି । ଝରକା ଫାଙ୍କରୁ ଧମକ ଦେଇ ଶଶୁର କହିଥିଲେ, ଏଘରେ ତା’ର ଆଉ କେହି ନାହିଁ ।
ଘଣ୍ଟା ଘଣ୍ଟା ଘର ବାହାରେ ଛିଡ଼ା ହେବା ପରେ ପୁଣି ବାପାଭାଇ ସହ ଘରକୁ ଫେରିଗଲେ ପୁନମ୍ । ଏନେଇ ସେ ପୋଲିସରେ ଅଭିଯୋଗ କରିଛନ୍ତି । ହେଲେ ଅଭିଯୋଗ ପରେ ମଧ୍ୟ ତାଙ୍କୁ ଘରେ ଭର୍ତ୍ତି କରିନଥିଲେ ଶାଶୁଘର ଲୋକ । ଘର ଥାଇ ମଧ୍ୟ ଏବେ ପୁନମ୍ ବାରଦ୍ୱାର ବୁଲୁଛନ୍ତି ।