ସ୍ତ୍ରୀ କହିଲା ମୁଁ କିଛି କହୁନି ବୋଲି ତମେ କରୁଛ ଲୀଳା, ତମ ପ୍ରେମ ପ୍ରେମ ଆଉ...

ସ୍ତ୍ରୀ କହିଲା ମୁଁ କିଛି କହୁନି ବୋଲି ତମେ କରୁଛ ଲୀଳା, ତମ ପ୍ରେମ ପ୍ରେମ ଆଉ...

ଓଡ଼ିଆ ଗସିପ୍ ବ୍ୟୁରୋ: ମାରାମାରି , ପିଟାପିଟି ଓ ଲାଞ୍ଛନାର ଲମ୍ବା ତାଲିକା । ସ୍ୱାମୀ-ସ୍ତ୍ରୀ ଓ ସେକୁ ଥାନା ଆଗରେ ହାଇଡ୍ରାମା । ପୋଲିସ ଥାନା ଆଗରେ ନ୍ୟାୟ ମାଗିବାକୁ ଯାଇ ଆଣ୍ଠୁଭାଙ୍ଗି ମିଡିଆ ଆଗରେ କଇଁ କଇଁ କାନ୍ଦିବା ସହ ପ୍ରତାରକ ସ୍ୱାମୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ କାକୁତି ମିନତୀ ହେଲେ ନେହୁରା ବି କଲେ ।

ହଁ, ଆପଣ ଶୀର୍ଷକରୁ ଅନୁମାନ କରିପାରୁଥିବେ ଘଟଣା କେତେ ସାଙ୍ଘାତିକ ହୋଇଥିବା । ଏବେ ପ୍ରଶ୍ନ ଉଠୁଛି ଉଗ୍ର ଆଧୁନିକତା ସମୟରେ ଉଦ୍ଧତ ପଣିଆର ସବୁ ସୀମା ଡେଇଁଗଲେ କି ପୋଲିସ ସ୍ୱାମୀ? କାହିଁକି ଏମିତି କଣ ହେଲା ଯେ, ସ୍ତ୍ରୀ ସ୍ୱାମୀଙ୍କୁ ନେଇ ସନ୍ଦେହ କଲେ ସ୍ତ୍ରୀ ଆଉ କହିଲେ ପର ସ୍ତ୍ରୀ ସହ ନିଇତି ରାତିରେ ଶୋଉଛି ମୋ ସ୍ୱାମୀ । ପର ପ୍ରେମିକାକୁ କରୁଛି ପ୍ୟାର ଆଉ ମେତେ ଦୁର୍ ଦୁର୍ ମାର୍ ମାର୍ ।

ହିଁ ଏହି ଘଟଣା ପରେ କୁହାଯାଇପାରିବ ଯେ, ପତି-ପତ୍ନୀ ଔର ୱ ମଧ୍ୟରେ ସନ୍ଦେହ ଯେବେ ଘର ବସେ ସେବେ ସବୁ ସମ୍ପର୍କ ଛିନ୍ନ ହୋଇଯାଏ । ଆଉ ଆପଣାର ପର ହୋଇଯାଏ ଆଉ କାହା ପାଇଁ ପର ହୋଇଯାଏ ନିଜର ଅତି ଆପଣାର । ଏମିତି ଫିଲ୍ମ କାହାଣୀ ଭଳି ଭୁବନେଶ୍ୱରେ ଦୁଇ ପୋଲିସ କପୁଲଙ୍କ ଖଣ୍ଡଯୁଦ୍ଧର କାହାଣୀ କାଲି ଦେଖିବାକୁ ପାଇଛନ୍ତି ଓଡ଼ିଶାବାସୀ ।

ଏମିତିରେ ତ ସ୍ୱାମୀ-ସ୍ତ୍ରୀ ମଧ୍ୟରେ ରାଗ ରୁଶା, ମାନ ଓ ଅଭିମାନ ସାଧାରଣ କଥା । କଥାରେ ଅଛି ସଂସାର ଭିତରେ ଘର କରିଥିଲେ ପଥର ପଡ଼ିଲା ସହି । ହେଲେ ସହିବାକୁ ନାରାଜ ଅତ୍ୟାଧୁନିକ ଭାରତବାସୀ । ଯଦି ସ୍ୱାମୀ-ସ୍ତ୍ରୀ ଉଭୟରେ ଚାକିରିଆ ତେବେ କଥା ସରିଲା । ଚାକିରୀ ତ ଚାକିରୀ ପୁଣି ପୋଲିସ ଚାକିରୀ ।

କଥାରେ ନାଇଁ ଚାକିରି କରିବ ପୋଲିସ ମାଛ ଖାଇବ ଇଲିସି । ଇଲିସ ଖାଇବେ କଣ ପୋଲିସ କପୁଲଙ୍କ ଖଣ୍ଡ ଯୁଦ୍ଧ ଏବେ ଭୁବନେଶ୍ୱରରୁ ବାହାରି ରାଜ୍ୟରେ ଚର୍ଚ୍ଚା ସାଉଁଟିଲାଣି । ଯିଏ ଶୁଣିଲା, ଦେଖିଲା ଓ ଭାବିଲା କେତେ କଥା ନାକ ଟେକି କହୁଛନ୍ତି । କେତେ କଥା ଫୁସୁରୁ ଫାସୁରୁ ହେଉଛନ୍ତି ଇତ୍ୟାଦି ଇତ୍ୟାଦି । ତେବେ ଆପଣ ଟିଭିରେ ଏ ସମ୍ପର୍କିତ ଖବର ଦେଖିଥିବେ ।ଏଠାରେ କିନ୍ତୁ ଆମେ ଆପଣଙ୍କୁ ପୁରା ଘଟଣାକୁ ଜଣାଉଛୁ ।...

କଥା କଣ କି ଗତକାଲି ଅର୍ଥାତ 24 ମାର୍ଚ୍ଚରେ ଭୁବନେଶ୍ୱରରେ ହଠାତ ଚର୍ଚ୍ଚାକୁ ଆସିଥିଲା ପୋଲିସ-ପୋଲିସ ପାଟିପିଟିର ଖବର । ମାନେ ସ୍ୱାମୀ ଓ ସ୍ତ୍ରୀ ଉଭୟେ ଓଡ଼ିଶା ପୋଲିସରେ କନେଷ୍ଟବଲ ପଦବୀରେ ଅଛନ୍ତି । ଦୁହେଁ ଦଶନ୍ଧିରୁ ଅଧିକ ସମୟ ହେବ ଘର ସଂସାର ମଧ୍ୟ କଲେଣି । ତେବେ ଅସୁବିଧା ରହିଲା କେଉଁଠି ? ଅସୁବିଧା ହେଉଛି ରାଗ ଓ ସନ୍ଦେହ । ହଁ ଏହି ଦୁଇଟି କାରଣକୁ ନେଇ ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଝଗଡ଼ା ଉଗ୍ର ରୂପ ନେଇଛି ଏବଂ ଦୁହେଁ ମାରାମାରୀ ପର୍ଯ୍ୟନ୍ତ କଥା ଯାଇଛି । ଦୁହେଁ ଏବେ ଅଲଗା ଅଲଗା ହୋଇ ରହୁଛନ୍ତି, ସ୍ତ୍ରୀଙ୍କ ଅଭିଯୋଗ ପର ଝିଅ ସହ ସ୍ୱାମୀଙ୍କ ଖରାପ ସମ୍ପର୍କ ରହିଛି । ସ୍ୱାମୀ ଏହାକୁ ଖଣ୍ଡନ କରୁଥିଲେ ମଧ୍ୟ ଏହା ଅଭିଯୋଗ ନୁହେଁ ସତ ବୋଲି ସ୍ତ୍ରୀ ଦାବି କରୁଛନ୍ତି । ଏହା ସହ ସ୍ତ୍ରୀ, ସ୍ୱାମୀ ଓ ନିଜ ଝିଅ ସହ ରହିବାକୁ କାକୁତି ମୀନତି ହେଉଥିବା ବେଳେ ସ୍ୱାମୀଙ୍କ ଏକା ଜିଦ୍ ମୁଁ ଛାଡପତ୍ର ଦେବି ।

ସେପଟେ ଥାନାରେ ଦୁଇ ପୋଲିସ୍ କନେଷ୍ଟବଲ ଦ୍ୱାରସ୍ଥ ହୋଇଥିବା ବେଳେ ଉଭୟେ ଅଭିଯୋଗ ପତ୍ର ଦାଖଲ କରିଛନ୍ତି । ଏବେ ତଦନ୍ତ ଓ ପୋଲିସର ପରବର୍ତ୍ତୀ ପଦକ୍ଷେପକୁ ଅପେକ୍ଷା ।....

 

Share this story