ଦୁଷ୍କର୍ମ ମାମଲା ନେଇ ଥାନାକୁ ଯାଇଥିଲେ ବିଧବା ମହିଳା; ଥାନାରେ ପୋଲିସ କଲା ଏମିତି କୁକର୍ମ ଆଉ ତା ପରେ...

crime

ଓଡ଼ିଆ ଗସିପ୍ ବ୍ୟୁରୋ: କଥାରେ ଅଛି ଶହେ ଦୋଷୀ ଖସି ଯାଆନ୍ତୁ ହେଲେ ଜଣେ ନିର୍ଦ୍ଦୋଷ ଦଣ୍ଡ ନ ପାଉ । ହେଲେ ବର୍ତ୍ତମାନର ସମୟରେ ଏସବୁର ମାନେ କିଛି ନାହିଁ । କାହିଁକିନା ସେ ପୋଲିସ ଥାନା ହେଉ ଅବା ଅନ୍ୟ କୌଣସି ସ୍ଥାନ । ଅସହାୟଙ୍କୁ ସାହାଯ୍ୟ କରିବାକୁ ସତେ ଯେମିତି କାହା ପାଖରେ ସମୟ ନାହିଁ । ଏମିତି ଜଣେ ବିଧବା ମହିଳାଙ୍କ କଥା କହିବୁ ଯାହା ଆପଣଙ୍କୁ ଚକିତ କରିବ ।

ଥାନାକୁ ଦୁଷ୍କର୍ମ ମାମଲା ନେଇ ଜଣେ ମହିଳା ସେ ବି ପୁଣି ଜଣେ ବିଧବା ମହିଳା । ହେଲେ ପୋଲିସ ବାବୁ କଣ କଲେ ? ଏତଲା ରୁଜୁ କରିବା ପରିବର୍ତ୍ତେ କମ୍ପରମାଇଜ କରିବା ପାଇଁ କହିଲେ ଓ ପ୍ରବର୍ତ୍ତାଇଲେ ପରବର୍ତ୍ତୀ ସମୟରେ ଏଥିପାଇଁ ଚାପ ମଧ୍ୟ ପକାଇଲେ । ସଂପୃକ୍ତ ବିଧବା ମହିଳା ଜଣଙ୍କ ନିଜ ଦିଅର ଉପରେ ହିଁ ଆଣିଥିଲେ ଦୁଷ୍କର୍ମ ଅଭିଯୋଗ । ଅଭିଯୋଗ ଅନୁସାରେ ମହିଳାଙ୍କ ସ୍ୱାମୀ କରୋନାରେ ଚାଲିଗଲେ ଆଉ ଏହା ପରେ ଭାଉଜଙ୍କ ଉପରେ ଖରାପ ନଜର ପକାଇଥିଲା କୁଳାଙ୍ଗାର ଦିଅର । ପଢ଼ନ୍ତୁ ପୁରା ଖବର....

ମହାମାରୀ କରୋନା କାଳରେ କେତେ କେତେ ସବୁ ଅମାନବୀୟ ଘଟଣା ଘଟୁଛି ତାହା କଳ୍ପନା କରିହେଉନି । ଏମିତି ଅନେକ ଅପରାଧ ଘଟୁଛି ଯାହାକୁ ନେଇ ଭାବିଲା ବେଳକୁ ଦେହ ଥରି ଯାଉଛି । ଏମିତି ଏକ ଘଟଣା ଘଟିଛି ଉତ୍ତର ପ୍ରଦେଶରେ । ...

ଏଠାରେ ଜଣେ ବିଧବା ମହିଳାଙ୍କୁ ତାଙ୍କ ନିଜ ଦିଅର ଦୁଷ୍କର୍ମ କରୁଥିବାର ସାଙ୍ଘାତିକ ଅଭିଯୋଗ ଆସିଛି । ଅଭିଯୋଗ ଏହା ଯେ, ମହାମାରୀ କରୋନା କାଳରେ ସଂପୃକ୍ତ ମହିଳାଙ୍କ ସ୍ୱାମୀଙ୍କ ମୃତ୍ୟୁ ହୋଇଯାଇଥିଲା । ଏହା ପରେ ମହିଳା ଜଣଙ୍କ ବିଧବା ହୋଇ ଘରେ ଏକା ଏକା ମନ ଖରାପରେ ରହୁଥିଲେ । ଏହାର ସୁଯୋଗ ନେଇ ସଂପୃକ୍ତ ଭାଉଜଙ୍କ ଦିଅର ଖରାପ ନଜର ପକାଇଥିଲା । କଳ ବଳ କୈଶଳ ଲଗାଇ ଭାଉଜଙ୍କୁ ଡରାଇ ଧମକାଇ ସେକ୍ସ କରିଚାଲିଲା । ଆଉ ଶେଷରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି ସଂପୃକ୍ତ ମହିଳା ।

କେବଳ ସେତିକି ନୁହେଁ ମହିଳାଙ୍କ ଅଭିଯୋଗ ଅନୁସାରେ ଦିଅର ଏବଂ ନଣଦ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ମଧ୍ୟ ଦେଉଥିଲେ । ଘଟଣା କାନପୁର ନିକଟସ୍ଥ ବିନାୟକପୁରର । ଗତ ମେ 26ରେ ମହିଳାଙ୍କ ସ୍ୱାମୀଙ୍କ ନିଧନ ହୋଇଥିଲା । ଏହାର ସୁଯୋଗ ନେଇ ତାଙ୍କ ଉପରେ ଅତ୍ୟାଚାର ଆରମ୍ଭ କରିଦେଇଥିଲେ ସମସ୍ତେ ।

Share this story