ପାରଳାଖେଣୁଣ୍ଡିର ପାପର କାହାଣୀ: ସାମ୍ନାକୁ ଆସିବ ତ ସତ? ତମକୁ ବିଦ୍ୟାରାଣ ଯାହା ସତ ତାହା କୁହ ବିଦ୍ୟାଭାରତୀ

ACF ସୌମ୍ୟ ରଞ୍ଜନ ମହାପାତ୍ର ଓ ତାଙ୍କ ପତ୍ନୀ ବିଦ୍ୟାଭାରତୀ
ସେ ଅନ୍ୟ ମହିଳାଙ୍କ ସହ କଥା ହୁଅନ୍ତି। ଥରେ ଫୋନ୍‌ରେ କଥା ହେବାବେଳେ ଧରାପଡ଼ିଥିଲେ। ବିବାହର ମାତ୍ର ୩ ମାସ ପରେ ସୌମ୍ୟଙ୍କ ଅନ୍ୟ ଝିଅଙ୍କ ସହ ସମ୍ପର୍କ ଥିବା ନେଇ ଜାଣିଥିଲେ ବୋଲି ବିଦ୍ୟାଭାରତୀ କହିଛନ୍ତି।

ଓଡ଼ିଆ ଗସିପ୍ ବ୍ୟୁରୋ: ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ନୂଆ ମୋଡ଼ ଆସିଛି। ସ୍ୱାମୀଙ୍କ ପରକୀୟା ପ୍ରୀତି ନେଇ ଅଭିଯୋଗ ଆଣିବା ସହ ଗଣମାଧ୍ୟମ ସମ୍ମୁଖରେ ମୁହଁ ଖୋଲିଛନ୍ତି ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ। ସୌମ୍ୟଙ୍କର ଝିଅଙ୍କ ସହ ସମ୍ପର୍କ ଥିଲା ବୋଲି ପତ୍ନୀ କହିଛନ୍ତି।  ସୌମ୍ୟ ଝିଅଙ୍କୁ  I LOVE YOU ମେସେଜ୍ ପଠାଉଥିଲେ। ଏ ସମ୍ପର୍କରେ ସେ ଜାଣିବା ପରେ ସୌମ୍ୟ ମୋବାଇଲ ପାସୱାର୍ଡ ବଦଳାଇ ଦେଇଥିଲେ।

ଏପରିକି ହ୍ୱାଟସ ଆପ୍ ଚାଟ୍ ଓ କଣ୍ଟାକ୍ଟସ୍‌ ଲିଷ୍ଟ ସବୁ ଡିଲିଟ୍‌ କରି ଦେଇଥିଲେ ବୋଲି ବିଦ୍ୟାଭାରତୀ ଅଭିଯୋଗ କରିଛନ୍ତି। ଫୋନରେ ସେ ଅନ୍ୟ ମହିଳାଙ୍କ ସହ କଥା ହୁଅନ୍ତି। ଥରେ ଫୋନ୍‌ରେ କଥା ହେବାବେଳେ ଧରାପଡ଼ିଥିଲେ। ବିବାହର ମାତ୍ର ୩ ମାସ ପରେ ସୌମ୍ୟଙ୍କ ଅନ୍ୟ ଝିଅଙ୍କ ସହ ସମ୍ପର୍କ ଥିବା ନେଇ ଜାଣିଥିଲେ ବୋଲି ବିଦ୍ୟାଭାରତୀ କହିଛନ୍ତି।

ଶ୍ୱଶୁର ଘର ଲୋକ ଆଣିଥିବା ଅଭିଯୋଗ ଉପରେ  ବିଦ୍ୟାଭାରତୀ କହିଛନ୍ତି, ‘ଏହା ସମ୍ପୁର୍ଣ୍ଣ ମିଥ୍ୟା। ଏଗ୍ରିମେଣ୍ଟ ସମ୍ପର୍କରେ କିଛି ଜାଣି ନାହିଁ। ବ୍ୟାଚଲର ପାର୍ଟି ପ୍ରସଙ୍ଗକୁ ମଧ୍ୟ ବିଦ୍ୟାଭାରତୀ ଅସ୍ୱୀକାର କରିଛନ୍ତି। ତାହା ବ୍ୟାଚଲର ପାର୍ଟି ନଥିଲା, ବିବାହ ପରବର୍ତ୍ତୀ ଭୋଜି ଥିଲା। କରୋନା ଯୋଗୁ ସାଙ୍ଗମାନଙ୍କୁ ବିବାହରେ ଡାକି ପାରି ନଥିଲି। ତେଣୁ ବିବାହ ପରେ ଏକ ଭୋଜି ଦେଇଥିଲି।

ସୌମ୍ୟ ଓ ତାଙ୍କ ମଧ୍ୟରେ ବହୁତ ଭଲ ସମ୍ପର୍କ ଥିଲା ବୋଲି ବିଦ୍ୟାଭାରତୀ କହିଛନ୍ତି। ଶ୍ୱଶୁର ଓ ଶାଶୁଙ୍କ ସହ ପ୍ରତ୍ୟେକ ଦିନ କଥା ହୁଏ ବୋଲି ସେ କହିଛନ୍ତି। ଆମ୍ବୁଲାନ୍ସ ଅଟକିବା ପ୍ରସଙ୍ଗରେ  ବିଦ୍ୟାଭାରତୀ କହିଛନ୍ତି, ଏଟିଏମ୍ କାର୍ଡ ଓ କିଛି ଜିନିଷ ପାଇଁ କେବଳ ଘରକୁ ଯାଇଥିଲି।

ଅନ୍ୟପକ୍ଷରେ ଝିଅ-ଜ୍ୱାଇଁଙ୍କ ମଧ୍ୟରେ ସମ୍ପର୍କ ଭଲ ଥିଲା ବୋଲି ବିଦ୍ୟାଭାରତୀଙ୍କ ବାପା କହିଛନ୍ତି। ଝିଅ-ଜ୍ୱାଇଁଙ୍କ ମଧ୍ୟରେ କୌଣସି ମନୋମାଳିନ୍ୟ ନଥିଲା। ଯାହାବି ମନୋମାଳିନ୍ୟ ଥିଲା ତାହା ସମାଧାନ ହୋଇଥିଲା। ଝିଅର ଶାଶୁଘର ଲୋକ ଭଲ ଏବଂ ଜ୍ୱାଇଁ ମୋର ଦେବତା ବୋଲି ବିଦ୍ୟାଭାରତୀଙ୍କ ବାପା କହିଛନ୍ତି।

Share this story