ଘର ଭଡ଼ା ଲଗାଇ ଦିଦି ପାଉଛନ୍ତି 50 ହଜାର; କୋଟିପତି ଅଙ୍ଗନବାଡ଼ି ଦିଦିଙ୍କ ଘରେ ପଶିଲା ଭିଜିଲାନ୍ସ...

anganwadi
ଓଡ଼ିଆ ଗସିପ୍ ବ୍ୟୁରୋ: କୋଟି କୋଟି ସମ୍ପତ୍ତିର ମାଲିକାଣି ଅଙ୍ଗନବାଡ଼ି ଦିଦି । ଭିଜିଲାନ୍ସ ରେଡ୍ ପରେ ନାଲି ଆଖି ଦେଖାଇ କହୁଛନ୍ତି ଆମର ଚାଲିଛି ସିମେଣ୍ଟ ବ୍ୟବସାୟ ଆଉ ଘର ଭଡ଼ା ବାବଦକୁ ଆସୁଛି ମାସକୁ 50 ହଜାର ଟଙ୍କା । ଅଙ୍ଗନୱାଡି କର୍ମୀଙ୍କ ଘରେ ପୁଣି ଏତେ ସମ୍ପତ୍ତି ? କେଉଁଠୁ ଆସିଲା ? ଖାଲି ସେତିକି ନୁହେଁ, ଭିଜିଲାନ୍ସ ପାଖରେ ମଧ୍ୟ ପହଞ୍ଚିଗଲା କଥା। ଏବେ ଭିଜିଲାନ୍ସ ଜାଲରେ ପଡିଛନ୍ତି ସଂପୃକ୍ତ ଅଙ୍ଗନୱାଡି କର୍ମୀ।

ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଭୁବନେଶ୍ୱର କୋରୋଡକଣ୍ଟା ଅଙ୍ଗନବାଡି କେନ୍ଦ୍ରର ଅଙ୍ଗନବାଡି ଦିଦି କବିତା ମଥନ ଘରେ ଚଢ଼ାଉ କରିଛି ଭିଜିଲାନ୍ସ। ଏକା ସାଙ୍ଗରେ ୬ଟି ସ୍ଥାନରେ ଆଜି ରେଡ ହୋଇଛି। କେନ୍ଦ୍ରାପଡା, ଜଗତସିଂହପୁର ଏବଂ ଖୋର୍ଦ୍ଧାକୁ ମିଶାଇ ୬ଟି ସ୍ଥାନରେ ଚଢ଼ାଉ କରିଥିଲା ଭିଜିଲାନ୍ସ।

ଆପଣଙ୍କୁ ପୁଣି ଥରେ କହି ରଖୁଛୁ ଯେ, ଭୁବନେଶ୍ବର କୋରଡ଼କଣ୍ଟା ଅଙ୍ଗନବାଡ଼ି କର୍ମୀଙ୍କ ପାଖରୁ ମିଳିଲା ୪ କୋଟି ଟଙ୍କାର ସମ୍ପତ୍ତି।

ଭୁବନେଶ୍ବରରେ ଗୋଟିଏ ଚାରି ମହଲା, ଗୋଟିଏ ତିନି ମହଲା, ୨ଟି ଦୁଇ ମହଲା କୋଠା, ୧୪ଟି ପ୍ଲଟ, ଗୋଟିଏ ଚାରି ଚକିଆ, ୩ଟି ଦୁଇ ଚକିଆ, ୨ଲକ୍ଷ୨୦ ହଜାର ଟଙ୍କାର ବୀମା, ୬ଲକ୍ଷ ୩୬ ହଜାର ଟଙ୍କାର ଗହଣା ମିଳିଛି ।

Share this story