ରସିକିଆ ହେଡ ମାଷ୍ଟରଙ୍କୁ ଗୁଡେଇ ତୁଡେଇ ପିଟିଲେ ନର୍ସ

Hm ଙ୍କୁ ମାଡ

ଓଡ଼ିଆ ଗସିପ ବ୍ୟୁରୋ: ସରକାରୀ ସ୍କୁଲ୍‌ର ପ୍ରଧାନଶିକ୍ଷକଙ୍କୁ ମାଡ। କାର୍ଯ୍ୟାଳୟରେ ପଶି ତାଙ୍କୁ ଜଣେ ମହିଳା ନର୍ସ ମାଡ଼ ମାରିବାର ଭିଡିଓ ଭାଇରାଲ୍‌ ହୋଇଛି। କର୍ଣ୍ଣାଟକର ବେଲଗାବୀ ଜିଲ୍ଲାର ଏକ ସରକାରୀ ସ୍କୁଲ୍‌ ହେଡ୍‌ ମାଷ୍ଟର ସୁରେଶ ନର୍ସଙ୍କୁ ମେସେଜ୍‌ କରିଥିଲେ।

ଏହା ପରେ ନର୍ସ ନିଜର ବନ୍ଧୁ ପରିଜନଙ୍କୁ ଡାକି ତାଙ୍କୁ ମାଡ଼ ମାରିଛନ୍ତି। ଭିଡିଓ ଭାଇରାଲ୍‌ ହେବା ପରେ ଦୁଇ ଅନ୍ୟ ମହିଳା ମଧ୍ୟ ତାଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି।

ମିଳିଥିବା ସୂଚନା ଅନୁସାରେ, ହେଡ ମାଷ୍ଟର ଜଣଙ୍କ ନର୍ସଙ୍କୁ ଭେଟିଥିଲେ। ନର୍ସ ଜଣଙ୍କ ଦୁଇ ସପ୍ତାହ ପୂର୍ବରୁ ଟିକାକରଣ ଅଭିଯାନ ପାଇଁ  ଏକ ପ୍ରାଥମିକ ସ୍ବାସ୍ଥ୍ୟ  କେନ୍ଦ୍ରରେ କାର୍ଯ୍ୟ କରୁଥିଲେ।

ତାଙ୍କର ଫୋନ୍‌ ନମ୍ବର ପାଇବା ପରେ ରସିକିଆ ମାଷ୍ଟର ତାଙ୍କୁ ଅଶ୍ଳୀଳ ମେସେଜ୍‌ ଓ ଫଟୋ ପଠାଉଥିଲା । ଏପରିକି ଶାରୀରିକ ସମ୍ପର୍କ ରଖିବାକୁ ବି ମେସେଜ୍‌ ମାଧ୍ୟମରେ କହୁଥିଲା ଅଭିଯୁକ୍ତ।

ନର୍ସ ବାରମ୍ବାର ତାଗିଦ କରିଥିଲେ ହେଁ ସେ ଶୁଣିନଥିଲେ। ଅଭିଯୁକ୍ତ ସୁରେଶ ଚାଓ୍ବଲାଗୀ ଦେଗ୍ରାମ ସରକାରୀ ସ୍କୁଲ୍‌ରେ ପ୍ରଧାନଶିକ୍ଷକ ଥିବା ବେଳେ କତୁର ତାଲୁକ ହେଡ୍‌ ମାଷ୍ଟର୍ସ ଆସୋସିଏସନ୍‌ର ଅଧ୍ୟକ୍ଷ ଅଛନ୍ତି । ନର୍ସଙ୍କ ଅଭିଯୋଗ ପରେ  ଶିକ୍ଷା ବିଭାଗ ତାଙ୍କୁ ନିଲମ୍ବନ କରିଛି ।

Share this story