ରାକ୍ଷସ ପାଲଟି ଯାଇଛନ୍ତି ତାଲିବାନ ଆତଙ୍କବାଦୀ: ନାରୀଙ୍କ ମୃତଦେହ ସହ କରୁଛନ୍ତି ସେକ୍ସ

ମୁସ୍କାନ ନାମକ ଜଣେ ଆଫଗାନୀ ମହିଳା କହିଛନ୍ତି ଯେ, ସେ ଆଫଗାନିସ୍ତାନର ପୋଲିସ ବିଭାଗରେ କାମ କରନ୍ତି । ସେ କାବୁଲରେ ନିୟୋଜିତ ଥିଲେ । କିନ୍ତୁ ତାଲିବାନ ଭୟରେ ଦେଶ ଛାଡିବାକୁ ବାଧ୍ୟ ହୋଇଛନ୍ତି । ସେ ଏବେ ଭାରତ ଆସି ନୂଆଦିଲ୍ଲୀରେ ରହୁଛନ୍ତି ।
ସେ ଆହୁରି କହିଛନ୍ତି ଯେ, ତାଲିବାନୀମାନେ ମହିଳାଙ୍କୁ ଅପହରଣ କରି ନେଉଛନ୍ତି । ପ୍ରଥମେ ଗୁଳି କରି ହତ୍ୟା କରୁଛନ୍ତି । ଏହି ହତ୍ୟାକାଣ୍ଡର ସେମାନେ ଭିଡିଓ ରେକର୍ଡିଂ ମଧ୍ୟ କରିଥାନ୍ତି । ପ୍ରତି ପରିବାରର ଜଣଙ୍କୁ ସେମାନେ ଉଠାଉ ନେଉଛନ୍ତି । ଏପରିକି ଆତଙ୍କବାଦୀମାନେ ମହିଳାଙ୍କ ମୃତଦେହକୁ ବଳାତ୍କାର କରିବା ସହ ଶାରୀରିକ ସମ୍ପର୍କ ରଖୁଛନ୍ତି । ମହିଳା ଜୀବିତା ନା ମୃତ ସେନେଇ ରାକ୍ଷାସମାନଙ୍କୁ କୌଣସି ଫରକ ପଡେ ନାହିଁ । ଯାହା ବାବଦରେ କଳ୍ପନା କରିବା ବି ଅସମ୍ଭବ ।
ତାଲିବାନର ବର୍ବରତା ବାବଦରେ ମୁସ୍କାନଙ୍କ କହିବା କଥା ହେଲା, ଯେଉଁ ମହିଳାମାନେ ପୋଲିସ ଓ ସେନାରେ କାମ କରନ୍ତି ସେମାନଙ୍କ ପ୍ରତି ବେଶୀ ବିପଦ ରହିଛି । ପରିବାର ଉପରେ ବି ବିପଦ ରହିଥାଏ । ୨୦୧୮ରେ ତାଙ୍କର ଜଣେ ସହଯୋଗୀ ମହିଳାଙ୍କ ପିତାଙ୍କୁ ତାଲିବାନୀମାନେ ଗୁଳି କରି ହତ୍ୟା କରିଥିଲେ । ତାଙ୍କ ଦାଦାଙ୍କୁ ମଧ୍ୟ ଆତଙ୍କବାଦୀମାନେ ଗୁଳି ମାରିଦେଇଥିଲେ ବୋଲି ସେ କହିଛନ୍ତି ।