ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ଆସିଲା ଲାଏ ଡିଟେକସନ୍ ରିପୋର୍ଟ
Sep 29, 2021, 14:34 IST

ଓଡ଼ିଆ ଗସିପ୍ ବ୍ୟୁରୋ: ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ଆସିଲା ଲାଏ ଡିଟେକସନ୍ ରିପୋର୍ଟ।
ପତ୍ନୀ ବିଦ୍ୟାଭାରତୀ, ଡିଏଫଓ ସଂଗ୍ରାମ କେଶରୀ ବେହେରା ଓ ରୋଷେୟା ମନ୍ମଥ କୁମ୍ଭଙ୍କ ଲାଏ ଡିଟେକସନ୍ ରିପୋର୍ଟକୁ ତର୍ଜମା କରୁଛନ୍ତି କ୍ରାଇମବ୍ରାଞ୍ଚ। ତିନି ଜଣଙ୍କ ବୟାନକୁ ତାଳମେଳ କରାଯାଉଛି।
କ୍ରାଇମବ୍ରାଞ୍ଚ ADG ସଞ୍ଜୀବ ପଣ୍ଡା ଏନେଇ ସୂଚନା ଦେଇଛନ୍ତି। ପୂର୍ବ ବୟାନ ଓ ଲାଏ ଡିଟେକ୍ସନ୍ ରିପୋର୍ଟକୁ ମେଳ କରାଯାଉଛି।
ରିପୋର୍ଟ ଆଧାରରେ ଖୁବ୍ଶୀଘ୍ର ତଦନ୍ତ ଆଗକୁ ବଢିବ। ଗଜପତି ଡିଏଫଓ ସଂଗ୍ରାମ କେଶରୀ ବେହେରା, ରୋଷେୟା ମନ୍ମଥ କୁମ୍ଭଙ୍କ ଓ ବିଦ୍ୟା ଭାରତୀଙ୍କର ପଲିଗ୍ରାଫ ଟେଷ୍ଟ ହୋଇଥିଲା।
ଗତ ୧୮ ତାରିଖରେ ଡିଏଫଓ ଏବଂ ରୋଷେୟାଙ୍କ ଟେଷ୍ଟ ହୋଇଥିବା ବେଳେ ୨୦ ତାରିଖ ଦିନ ପ୍ରଶ୍ନବାଣର ସମ୍ମୁଖୀନ ହୋଇଥିଲେ ବିଦ୍ୟାଭାରତୀ।