ବିବାହର ୬ ମାସ ଯାଏଁ ସ୍ତ୍ରୀକୁ ଉପଭୋଗ କଲା ସ୍ୱାମୀ; ଏହା ପରେ ସେକ୍ସ ବେଳେ ଭିଡିଓ ଶୁଟ କରି କଥା କଥାରେ ଭାଇରଲ ଧମକ ଦେଇ କଲେ....

Viral video

ଓଡ଼ିଆ ଗସିପ ବ୍ୟୁରୋ: ଦିନକୁ ଦିନ ଅପବିତ୍ର ହେବାରେ ଲାଗିଛି ସ୍ୱାମୀ ସ୍ତ୍ରୀଙ୍କ ମଧରେ ସମ୍ପର୍କ । କେବେ ସ୍ୱାମୀ ପ୍ରତାରଣାର ଶିକାର ହେଉଛି ତ ପୁଣି କେତେବେଳେ ନାରୀଟିଏ ସହେ ସ୍ୱାମୀର ଅକଥନୀୟ ନିର୍ଯ୍ୟାତନା । ଏଇ ଯେମିତି....

ଯାଜପୁର ରେ ଜଣେ ଜନୈକ ଙ୍କ ଘରେ ଗୃହ ଲକ୍ଷ୍ମୀ ଅର୍ଥାତ୍ ଘର ବୋହୂ କୁ ଅସମ୍ମାନ କରିବା ଅଭିଯୋଗ ସାମ୍ନା କୁ ଆସିଛି । ଯାଜପୁର ଜିଲ୍ଲା କୁଆଖିଆ ଥାନା ଅଧୀନ କେଉଟଲଗିଆ ଅଞ୍ଚଳ ର ଲକ୍ଷ୍ମୀପ୍ରିୟା ମାନପୂର୍ ଅଞ୍ଚଳ ର ଲୋକନାଥ ପଣ୍ଡା ଙ୍କ ପୁଅ ସୁବ୍ରତ ପଣ୍ଡା ଙ୍କୁ ୨୦୧୫ ମସିହା ରେ ବିବାହ କରିଥିଲେ । ପ୍ରଥମେ କେଇଟା ମାସ ସମ୍ପର୍କ ବେଶ୍ ସୁରୁଖୁରୁରେ ଚାଲିଥିଲା ।

ପରେ ପରେ ସୁବ୍ରତ ମଦ ପିଇ ଆସି ଆରମ୍ଭ କଲେ ନିର୍ଯାତନା ଓ ମାଡ଼ । ପର୍ତିଦିନ ମଦ ପିଇ ଆସି ନିଜ ସ୍ତ୍ରୀ ଙ୍କୁ ଉଲଗ୍ନ କରି ରୁଲ୍ ବାଡି ରେ ମାଡ଼ ମାରି ଦେହ ହାତ ଫଟେଇ ଦେଉଥିଲେ । ଏହି ସମୟ ରେ ଶାଶୁ ଆସି ମୁଁହ ରେ କନା କୁ ବିଣ୍ଡ କରି ଲକ୍ଷ୍ମୀ ଙ୍କ ମୁଁହ ରେ ଯାକି ଦେଉଥିଲେ ।

ଏହାର କାରଣ ପୁଣି ଏଇୟା ଯେ ସେ କାନ୍ଦିଲେ ବା ପାଟି କଲେ ସେଠାକାର ପଡିଶା ଘରେ ଲୋକ ଖରାପ ଭାବିବେ ବୋଲି । ସ୍ବାମୀ ନିଜ ସ୍ତ୍ରୀ କୁ ଉଲଗ୍ନ କରି ଫୋଟ ଭିଡିଓ ରଖିଛି । ବର୍ତ୍ତମାନ ଧମକ ଦେଉଛି ଯେ ସେସବୁ ସେ ସୋସିଆଲ ମିଡିଆରେ ଛାଡ଼ିଦେବ।

ଏ ନେଇ ଲକ୍ଷ୍ମୀପ୍ରିୟା ଥାନା ରେ ଏତଲା ଦେଇଥିଲେ । ପୋଲିସ ସୁବ୍ରତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏପରି ନୃଶଂସ ଙ୍କୁ ସହଜ ରେ ଛାଡ଼ିଦେବା ଉଚିତ୍ ନୁହେଁ । ଉଚିତ୍ ଶାସ୍ତି କାମ୍ୟ ସେମାନଙ୍କ ପାଇଁ ।

Share this story