ଝରାଫୁଲଠୁ ଧାର ନେଇଥିଲା ଧୋକାବାଜ ପ୍ରେମିକ, ମାଗିବାରୁ ମାରି ଫେଙ୍ଗିଦେଇଥିଲା ମିଳିଲା EXCLUSIVE ପ୍ରମାଣ

ଝରାଫୁଲଠୁ ଧାର ନେଇଥିଲା ଧୋକାବାଜ ପ୍ରେମିକ, ମାଗିବାରୁ ମାରି ଫେଙ୍ଗିଦେଇଥିଲା ମିଳିଲା EXCLUSIVE ପ୍ରମାଣ

ଓଡ଼ିଆ ଗସିପ୍ ବ୍ୟୁରୋ: ପ୍ରେମିକ ପ୍ରବର ପ୍ରେମିକାଠାରୁ ଟଙ୍କା ଧାର ନେଇଥିଲା । ମାଗିବାରୁ ଏମିତି ପ୍ଲାନ କରି ମାରିଦେଲା ଯାହାକୁ ନେଇ ଲୋକେ ତ ଲୋକେ ପୋଲିସ ମଧ୍ୟ ଚକ୍ରବ୍ୟୁହରେ ପଡ଼ିଯାଇଥିଲା । ଅତ୍ୟାଧିକ ନିଶାସେବନ ପରେ ସେକ୍ସ ନା କଳି ଝଗଡ଼ା ଏହାର ଉତ୍ତର ଖୋଜୁ ଖୋଜୁ ଯେଉଁ ସତ ସାମ୍ନାକୁ ଆସିଲା ତାହା ଆମ ସମସ୍ତଙ୍କ ହୋସ୍ ଉଡ଼ାଇ ଦେଲା । ଓଡ଼ିଶାରେ ଚାଞ୍ଚଲ୍ୟ ଖେଳାଇ ଦେଇଥିବା ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ପ୍ରସଙ୍ଗ ପୁଣି ଥରେ ଖବରର ଶିରୋନାମାକୁ ଆସିଲା ଆଉ ଆଖି ଟେରା କଲା ଭଳି ପ୍ରମାଣ ଦେଖି ପୋଲିସ ବାବୁ ବି ଚକିତ ହୋଇଗଲେ ।

ପୁଣି ଥରେ ଝରାଫୁଲକୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସିଛି, ନୂଆ ପ୍ରମାଣ ସହ ନୂଆ ପ୍ଲଟ ମଧ୍ୟ ନଜରକୁ ଆସିଛି । ଶେଷରେ ପୋଲିସ ପ୍ରଶାସନ ପାଇଁ ମଧ୍ୟ ଆଶ୍ୱସ୍ତିକର ଖବର ଆସିଛି । ସମସ୍ତେ ଝରାଫୁଲର ଯୌବନକୁ ଉପଭୋଗ କରିବା ପରେ କାମାକ୍ତ ପ୍ରେମିକ ହତ୍ୟା କରି ରାସ୍ତା କଡ଼କୁ ଫିଙ୍ଗିଦେଇଥିଲା ବୋଲି ଚର୍ଚ୍ଚା ହେଉଥିଲା । ଏହା ପରେ ଅନେକ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିଥିଲା କାହାଣୀର ଦିଗ ମଧ୍ୟ ତଦନ୍ତ ସହ ନୂଆ ନୂଆ ରଙ୍ଗ ନେଉଥିଲା । ସବୁ ପରେ ଏବେ ସମସ୍ତଙ୍କ ସାମ୍ନାରେ ସାଙ୍ଘାତିକ ସତ ଉଭା ହୋଇଛି ।

ଏହି ବହୁ ଚର୍ଚ୍ଚିତ ରମାଦେବୀ ଛାତ୍ରୀ ଝରାଫୁଲ ହତ୍ୟାକାଣ୍ଡ ଘଟଣାରୁ ଏବେ ପରଦା ହଟାଇଛି ପୋଲିସ । ଟଙ୍କା ନେଣଦେଣକୁ କେନ୍ଦ୍ର କରି ହୋଇଥିଲା ଝରାଫୁଲର ହତ୍ୟାକାଣ୍ଡ । ଝରାଫୁଲ ହତ୍ୟାକାଣ୍ଡରେ ସଂପୃକ୍ତ ଅନ୍ୟତମ ଅଭିଯୁକ୍ତ ଶକ୍ତି ସ୍ୱାଇଁଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିବା ସମୟରେ ରହସ୍ୟର ଉନ୍ମୋଚନ କରିଛି ପୋଲିସ । ସାମ୍ବାଦିକ ସମ୍ମିଳନୀରେ ଝରାଫୁଲ ହତ୍ୟାକାଣ୍ଡ ନେଇ ସବିଶେଷ ତଥ୍ୟ ଦେଇଛନ୍ତି ଯାଜପୁର ଏସପି ରାହୁଲ ପି ଆର ।

ସୂଚନା ମୁତାବକ ଝରାଫୁଲ ଠାରୁ ପ୍ରେମିକ ରାକେଶ ସ୍ୱାଇଁ ବିଭିନ୍ନ ସମୟରେ ଟଙ୍କା ଧାର ସୁତ୍ରରେ ନେଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ସେ ନେଇଥିବା ଟଙ୍କା ଆଉ ଫେରାଉନଥିଲା । ଝରାଫୁଲ ଟଙ୍କା ଫେରାଇବାକୁ ଜିଦ ଧରିବାରୁ ରାକେଶ ତାକୁ ହତ୍ୟା କରିବାକୁ ଯୋଜନା କରିଥିଲା ।

ଗତ ଜାନୁଆରି ୨୬ ତାରିଖ ଦିନ ରାକେଶ ଭୁବନେଶ୍ୱରର ଏକ ହୋଟେଲରେ ଝରାଫୁଲକୁ ରଖିଥିଲା । ସେଠାରେ ଝରାଫୁଲକୁ ଜୋରଜବରଦସ୍ତ ମଦ ପିଇଆଦେଇଥିଲା । ସେ ବେହୋସ ହେବା ପରେ ତାକୁ ଅଣନିଶ୍ୱାସି କରି ଝରାଫୁଲକୁ ହତ୍ୟା କରିଥିଲା । ହତ୍ୟା ପରେ ତାର ଶବକୁ ଶକ୍ତି ସ୍ୱାଇଁ ସହିତ ଏକ ସ୍କୁଟି ସାହାଯ୍ୟରେ ତା ପରଦିନ କୁଆଖିଆ ଥାନା ମୁଳାପାଳ ଛକ ନିକଟସ୍ଥ ରାସ୍ତା କଡରେ ଫୋପାଡ଼ି ଦେଇ ଉଭୟ ଫେରାର ହୋଇଯାଇଥିଲା । ପୂର୍ବରୁ ଏହି ହତ୍ୟାକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ୱାଇଁ ଏବଂ ଅମରେଶ ରାଉତକୁ ପୋଲିସ ଗିରଫ କରିଥିଲା ।

Share this story