ମନ୍ଦିରରେ ଦୀପ ଜାଳୁଥିଲା ପରିବାର, ଘରେ କଳାକନା ବୁଲାଇଲା ଚୋର

ମନ୍ଦିରରେ ଦୀପ ଜାଳୁଥିଲା ପରିବାର, ଘରେ କଳାକନା ବୁଲାଇଲା ଚୋର

ଓଡ଼ିଆ ଗସିପ୍ ବ୍ୟୁରୋ: ଗତକାଲି ସାରା ଦେଶ ଦେବଙ୍କ ଦେବ ମହାଦେବଙ୍କ ଜାଗର ପାଳନ କରିଛନ୍ତି । ରାତି ସାରା ମନ୍ଦିରରେ ରହି ମହାଦେବଙ୍କୁ ପୂଜା କରିଛନ୍ତି । ଆଉ ଏହାର ସୁଯୋଗ ନେଇ ମାତିଥିଲେ ଚୋର । ଯେଉଁ ପରିବାରର ସମସ୍ତ ସଦସ୍ୟ ମନ୍ଦିରରେ ରହି ମହାଦେବଙ୍କୁ ଭକ୍ତିରେ ନିମଗ୍ନ ରହିଥିଲେ ଠିକ୍ ସେତିକି ବେଳେ ଘରର ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଲୁଟି ନେଇଚନ୍ତି ଲୁଟେରା ।

କେନ୍ଦୁଝର ଜିଲ୍ଲା ବାରିଆ ଥାନା ଅନ୍ତର୍ଗତ କଂସରା ଗାଁରୁ ଆସିଛି ଏହି ଅଭିଯୋଗ । ଗତକାଲି ରାତିରେ ଜାଗର ଥିବାରୁ କଂସରା ଗାଁର ନନ୍ଦନ ବାରିକଙ୍କ ପୁରା ପରିବାର ମନ୍ଦିରକୁ ଯାଇ ଶିବ ଆରାଧନାରେ ବସିଥିଲେ ।

ଘରେ କେହି ନଥିବାର ସୁଯୋଗ ପାଇଁ ଦୁର୍ବୃତମାନେ ଘରର କବାଟ ଭାଙ୍ଗି, ଲକ୍ଷାଧିକ ଟଙ୍କାର ସୁନା ଗହଣା ଓ ନଗଦ ୩୫ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ପାଇବା ପରେ ବାରିଆ ଥାନା ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । ଦୁର୍ବୃତମାନେ ଛାଡି ଯାଇଥିବା କିଛି ଜିନିଷକୁ ପୁଲିସ ଜବତ କରିଥିବା ସୂଚନା ମିଳିଛି ।

Share this story