ଏହି କାରଣ ପାଇଁ  ଦୁର୍ଘଟଣା ଗ୍ରସ୍ତ ହେଲା CDS ବିପିନ୍ ରାଓ୍ବତଙ୍କ ହେଲିକପ୍ଟର IAF Mi-17V5 

Cds

ଓଡ଼ିଆ ଗସିପ ବ୍ୟୁରୋ : ତାମିଲନାଡୁର କୁନ୍ନୁରର ନିଳଗିରି ଜଙ୍ଗଲ ମଧ୍ୟରେ କ୍ରାସ କରିଥିବା ଏମଆଇ ୧୭ ହେଲିକ୍ପଟରରେ ସିଡିଏସ ବିପିନ ରାୱତ ଓ ତାଙ୍କ ପତ୍ନୀ ଥିଲେ ବୋଲି ସେନା ସ୍ପଷ୍ଟ କରିଛି ।

ଏହା ସହିତ ଏହି ଦୁର୍ଘଟଣାରେ ୧୧ ଜଣ ସହିଦ ହୋଇଥିବା ଜଣା ପଡିଛି ।

ରାୱତଙ୍କ ସହିତ ତାଙ୍କ ପତ୍ନୀ ମଧୁଳିକା ମଧ୍ୟ ଥିଲେ । ବାୟୁସେନା ଦୁର୍ଘଟଣାର କାରଣ ଜାଣିବାକୁ ତଦନ୍ତ ଆଦେଶ ଦେଇଥିବା ବେଳେ ସେନା ହେଲିକପ୍ଟରରେ ସିଡିଏସ ଥିବା କଥା ସ୍ପଷ୍ଟ କରିଛି ।

ଏହା ମଧ୍ୟରେ କେନ୍ଦ୍ର କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଦୁର୍ଘଟଣାକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କଥା ହୋଇଛନ୍ତି ।

ଚେନ୍ନାଇରୁ ମିଳୁଥିବା ସୂଚନା ଅନୁସାରେ ଏହି ଦୁର୍ଘଟଣାରେ ୧୧ ଜଣଙ୍କ ମୃତଦେହ ଘଟଣାସ୍ଥଳରୁ ମିଳିଛି । ଅନ୍ୟପକ୍ଷରେ ଯଦି ଦେଖିବା ଏହି ହେଲିକପ୍ଟରରେ ମୋଟ ୧୪ ଜଣଙ୍କ ମଧ୍ୟରୁ ୧୧ ଜଣଙ୍କ ମୃତ୍ୟୁ ହେବା ପରେ ଏବେବି ୩ ଜଣ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି ।

ଏହି ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ୧୧ ଜଣଙ୍କ ପରିଚୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ସୂଚନା ଅନୁସାରେ ଆଉ କିଛି ସମୟ ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସଂସଦରେ ଏହି ଦୁର୍ଘଟଣାକୁ ନେଇ ସ୍ପଷ୍ଟ ସୂଚନା ଦେବେ ।

Share this story