ବେଡ୍ ରୁମରେ ବି ସୁରକ୍ଷିତ ନାହାନ୍ତି ଭାଉଜ; ଭାଇମାନଙ୍କୁ ଆଉ ଭରସା ନାହିଁ, ଛି ଲଜ୍ୟା ଲଜ୍ୟା...

bhauja

ଓଡ଼ିଆ ଗସିପ ବ୍ୟୁରୋ: ଆମ ସମାଜରେ ଏବେ ଧୀରେ ଧୀରେ ଅସମାଜିକତା ତଥା ଅମାନବିକତା ର ପ୍ରଭାବ ବଢ଼ିବାରେ ଲାଗିଛି । ଆମେ କହିଛନ୍ତି ଯେ , ଆମେ ଏବେ ଏକ ଅତ୍ୟାଧୁନିକ ତଥା ଗ୍ଲବଳାଇଜଡ଼ ଦେଶରେ ବସବାସ କରୁଛୁ ଏହାର କାରଣ ହେଉଛି ଆମ ଚିନ୍ତା କରିବାର ତଥା ଜୀବନ ଯାପନ ପ୍ରଣାଳୀ ରେ ଉନ୍ନତି ଘଟିଛି ।

କିନ୍ତୁ ଏହାର ବିପରୀତ ପଟ ଟୀକୁ ଦେଖିଲେ ଜଣା ଯାଏ ଯେ ଆମେ ଉନ୍ନତି ନୁହେଁ ବରଂ ନିଜର ଅବନତି କରୁଛନ୍ତି । ତେବେ ଏହି ଅତ୍ୟାଧୁନିକତା ର ପ୍ରଭାବ ରେ ଆମ ଦେଶର ଯୁବ ପିଢୀ ଏବେ ଆମ ସଂସ୍କୃତି ଓ ପରମ୍ପରା କୁ ଭୁଲିଯାଇ ଏମିତି ସବୁ କାର୍ଯ୍ୟ କରୁଛନ୍ତି ତାହା ଅତ୍ୟନ୍ତ ଲଜ୍ୟା ଜନକ ଅଟେ ।

ଏମାନେ ଏତେ ଖରାପ ଗତିରେ ଆଗୁଛନ୍ତି ଯେ ସ୍ୱାମୀ-ସ୍ତ୍ରୀ ସମ୍ପର୍କ ପରି ଏକ ପବିତ୍ର ସମ୍ପର୍କର ମୁଲ୍ୟ କୁ ନ ବୁଝି ଏହାକୁ ଏମାନେ ପାଦରେ ଆଡେଇ ଦେଇ ନିଜର ପାପ ପ୍ରେମ ସହ ବ୍ୟସ୍ତ ରହୁଛନ୍ତି ।ତେବେ ଏହିଭଳି ଏକ ଘଟଣା ବିଷୟରେ ଆମେ ଆପଣଂକୁ ଜଣେଇବାକୁ ଯାଉଛୁ ଯାହା ଜାଣିଲେ ଆପଣଂକୁ ମଧ୍ୟ ଆଚମ୍ବିତ କରିଦେବ ।

ତେବେ ଏହିପରି ଘଟଣା ଟି ଦେଖିବାକୁ ମିଳିଥିଲା କଟକ ଜିଲ୍ଲାର ବାଙ୍କୀ ଥାନା ଅନ୍ତର୍ଗତ ତୁଳସୀପୁର ଗ୍ରାମରେ। ଏହି ଗ୍ରାମର ଅମିତ ନାମକ ଜଣେ ଯୁବକ ନିଜ ପତ୍ନୀ ଙ୍କର ସହ ଥିବା ସମସ୍ତ ପ୍ରାଇଭେଟ ଭିଡ଼ିଓ ତଥା ଅଶୀଳ ଭିଡ଼ିଓ କୁ ସୋସିଆଲ ମିଡ଼ିଆ ରେ ସେୟାର କରିଛନ୍ତି। ତେବେ ଏହା ପଛରେ ଥିବା କାରଣ ଜାଣିଲେ ଆପଣଙ୍କ ମୁଣ୍ଡ ଖରାପ ହୋଇଯିବ।

ସୂଚନା ଅନୁସାରେ, ଅମିତ ୬ ମାସ ତଳେ ଜଣେ ଯୁବତୀ ଙ୍କୁ ପରିବାର ର ମତରେ ବିବାହ କରିଥିଲେ। ତେବେ ବିବାହ ସମୟରେ କୌଣସି ଯୌତୁକ ନେବେ ନାହିଁ ବୋଲି କହିଥିଲେ। ମାତ୍ର ବିବାହ ସାରି ବହୁ ଘରେ ପହଞ୍ଚୁ ପହଂଚୁ ଆରମ୍ଭ ହୋଇଯାଇଥିଲା ଯୌତୁକ ନିର୍ଯ୍ୟାତନା ଭଳି କୁପ୍ରଥା। ଉଭୟ ମା , ପୁଅ ଏବଂ ବାପ ମିଶି ଅତ୍ୟାଚାର କରୁଥିଲେ ବହୁ ଉପରେ। ଶେଷରେ ଏ ସବୁ ସହି ନପାରି ଯୁବତୀ ଜଣଙ୍କ ନିଜ ବାପ ଘରକୁ ପଳେଇ ଯାଇଥିଲେ।

ତେବେ ସେ ବାପ ଘରେ ରହିଥିବା ସମୟରେ ଅମିତ , ତାଙ୍କର ନିଜ ପତ୍ନୀ ସହ ଥିବା ସମସ୍ତ ଅନ୍ତରଙ୍ଗ ଭିଡ଼ିଓ କୁ ସ୍ତ୍ରୀ ର ଫେସବୁକ ଆକାଉଣ୍ଟ ରେ ସେୟାର କରିଥିଲେ। ଏହା ଦେଖି ଯୁବତୀ ଜଣଙ୍କ ଥାନା ରେ ଅଭିଯୋଗ କରିଥିଲେ ମାତ୍ର କୌଣସି ନିଷ୍ପତ୍ତି ନନେବାରୁ ସେ ମହିଳା କମିଶନଙ୍କ ପାଖରେ କେସ କରିଥିଲେ ।ଏବଂ ତାଙ୍କର ଡିମାଣ୍ଡ ଥିଲା କି ତାଙ୍କ ସ୍ୱାମୀ ଙ୍କର ଠାରୁ ଡିଭର୍ସ ନେବେ ଏବଂ ସବୁ ସାଠିଫିକଟ ଓ ତାଙ୍କର ୫୦ ହଜାର ଟଙ୍କା ।କିନ୍ତୁ ଏଥିରେ ରାଜି ନଥିଲେ ଅମିତ।

ତେବେ ନିକଟରେ ଅମିତ ହାଇକୋର୍ଟ ରୁ ବେଲ ଆଡ଼ର୍ର ପାଇ ଘରେ ରହିଛନ୍ତି କିନ୍ତୁ ମହିଳା କମିଶନଙ୍କ ସହ ଯୁବତୀ ଘରେ ପହଞ୍ଚିବା ବେଳକୁ ଘରେ କେହି ବି ନାହାନ୍ତି ସମସ୍ତେ କୁଆଡେ ପଳେଇଛନ୍ତି। ତେବେ ଆଇନ କି ଆଶା କରି ଅପେକ୍ଷା କରିଛନ୍ତି ନ୍ୟାୟ ପାଇଁ ଯୁବତୀ।

Share this story