ପ୍ରେମର ପାରା ପ୍ରବଳ ଚଢିଥିଲା ବୋଲି; ସ୍ୱାମୀର ବୋଲ ମାନିଲାନି ସ୍ତ୍ରୀ: ପୋଲିସ ସାମ୍ନାରେ ପର ପୁରୁଷକୁ କଲା ନିଜର

ଓଡ଼ିଆ ଗସିପ ବ୍ୟୁରୋ: ପ୍ରେମିକ ଲୁଚି ଛପି ନିଜ ପ୍ରେମିକାକୁ ଉଡେଇ ନେଇଥିବା ଖବର ଆପଣ ନିଶ୍ଚୟ ଶୁଣିଥିବେ। କିନ୍ତୁ ଉତ୍ତର ପ୍ରଦେଶ ବନ୍ଦାୟୁରେ ଏମିତି ଏକ ଘଟଣା ଘଟିଛି ଯାହା ଆପଣଙ୍କୁ ଚକିତ କରିଦେବ। ଏଠାରେ ପୋଲିସ ଉପସ୍ଥିତରେ ସ୍ୱାମୀ, ସ୍ତ୍ରୀ ଏବଂ ପ୍ରେମିକର ନାଟକ ପ୍ରାୟ ଅଧ ଘଣ୍ଟା ଧରି ଚାଲିଥିଲା।
ପୋଲିସ ଏହି ଦୃଶ୍ୟକୁ ମୂକ ଦର୍ଶକ ଭାବରେ ଦେଖୁଥିଲା ଏବଂ ଜଣେ ଯୁବକ ପ୍ରେମିକାକୁ ତା ସ୍ୱାମୀଙ୍କଠାରୁ ଛଡ଼ାଇ ନେଇ ସମସ୍ତଙ୍କ ସାମ୍ନାରେ ପଳାଇଥିଲା। ଗର୍ଲଫ୍ରେଣ୍ଡ ମଧ୍ୟ ପ୍ରେମିକ ସହ ବାଇକରେ ବସି ଚାଲି ଯାଇଥିଲା।
ମାମଲା ବନ୍ଦୟୁ ଜିଲ୍ଲା ଫେଜଗଂଜ ଥାନା ଅଞ୍ଚଳର। ଶୁକ୍ରବାର ଦିନ ଏମଏଫ ରାଜପଥ ଶ୍ମଶାନ ନିକଟରେ ହଠାତ ୧୫-୨୦ ଲୋକ ଜମା ହୋଇଥିଲେ। ଜଣେ ଯୁବକ ବିବାହିତା ମହିଳାଙ୍କୁ ତାଙ୍କ ସ୍ୱାମୀ ଠାରୁ ଛଡେଇବାକୁ ଚେଷ୍ଟା କରୁଥିଲେ। ସେଠାରେ ଉପସ୍ଥିତ ଲୋକେ ପ୍ରଥମେ କିଛି ବୁଝି ପାରିନଥିଲେ। କିଛି ସମୟ ପରେ ଲୋକେ ସତ କଣ ଜାଣିପାରିଲେ।
ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲା। ପଚାରପଚାରି କରିବାକୁ ଏହା ପ୍ରେମ ପ୍ରସଙ୍ଗ ବୋଲି ଜଣାପଡିଲା। ଯୁବକ ଓ ସ୍ୱମୀ ସ୍ତ୍ରୀଙ୍କ ମଧ୍ୟରେ ତାମସା ଚାଲିଥିଲା ଓ ଲୋକେ ଏବଂ ପୋଲିସ ମୁକ ଦର୍ଶକ ଭଳି ଚାହିଁ ରହିଥିଲେ।
ଯୁବକ ଜଣକ ଧନରୀ ଅଞ୍ଚଳର। ବିବାହିତା ମହିଳା ଓ ଯୁବକଙ୍କର ବହୁ ଆଗରୁ ପ୍ରେମ ସମ୍ପର୍କ ଥିଲା। କିନ୍ତୁ ଯୁବତୀଙ୍କ ବାହାଘର ଅନ୍ୟ ଯୁବକ ସହ ହୋଇଯାଇଥିଲା। କିନ୍ତୁ ବାହାଘର ପରେ ବି ଯୁବକ ଓ ଯୁବତୀ ପରସ୍ପର ସହ କଥାବାର୍ତ୍ତା ଓ ସାକ୍ଷାତ କରିଥିଲେ। ଏ ସମ୍ପର୍କରେ ଯୁବତୀଙ୍କ ଶାଶୂଘର ଲୋକ ଜାଣିବାକୁ ପାଇଲେ ଓ ତାଙ୍କୁ ବିରୋଧ କଲେ। ଯୁବତୀ ସବୁ କଥା ନିଜ ପ୍ରେମିକକୁ କହିଥିଲେ।
ଶୁକ୍ରବାର ଦିନ ଯୁବକ ୧୫-୨୦ ଜଣଙ୍କୁ ଧରି ବାଇକରେ ଯୁବତୀଙ୍କୁ ନେବା ପାଇଁ ଆସିଲା। ପ୍ରେମିକକୁ ଦେଖି ଯୁବତୀ ତା ପାଖକୁ ଚାଲି ଯାଇଥିଲେ। କିନ୍ତୁ ଯୁବତୀଙ୍କ ସ୍ୱାମୀ ଫିଲ୍ମି ଷ୍ଟାଇଲରେ ତାଙ୍କ ହାତ ଧରି ଦେଇଥିଲେ। ଏହାପରେ ଯୁବକ ପ୍ରେମିକାର ହାତ ଛଡାଇ ପ୍ରେମିକାକୁ ବାଇକରେ ବସାଇ ସେଠାରୁ ଫେରାର ହୋଇଯାଇଥିଲା। ପ୍ରାୟ ଅଧା ଘଣ୍ଟା ଚାଲିଥିଲା ଏହି ହାଇ ଭୋଲ୍ଟେଜ ଡ୍ରାମାକୁ ନେଇ ଲୋକେ ନାନା ଚର୍ଚ୍ଚା କରୁଛନ୍ତି।