ସ୍କୁଲରେ ଶୋଇଥିବା ବେଳେ ଶିକ୍ଷକଙ୍କୁ ଅତି ନିର୍ମମଭାବେ ହାଣିଲେ ଦୁର୍ବୁତ୍ତ

Teacher attacked brutally in odisha

ଓଡ଼ିଆ ଗସିପ ବ୍ୟୁରୋ: ସ୍କୁଲରେ ଶୋଇଥିବା ବେଳେ ଜଣେ ଶିକ୍ଷକଙ୍କୁ କେହି ଦୁର୍ବୁତ୍ତ ହାଣି ଦେଇଥିବା ଜଣାପଡିଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ତେଲକୋଇ ଥାନା ଅନ୍ତର୍ଗତ କରଦାଙ୍ଗି ପଞ୍ଚାୟତ ରଗଡା ଗାଁରେ ।

ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଅଘଟଣ । ଗୁରୁତର ଶିକ୍ଷକ ହେଲେ ଛାମୁଣ୍ଡା ଗାଁର ଛବିଲାଲ ମହାକୁଡ । ସେ ରଗଡା ଗାଁ ପ୍ରାଥମିକ ସ୍କୁଲରେ ଶିକ୍ଷକତା କରନ୍ତି ।

ସୂଚନା ଅନୁଯାୟୀ, ଗତକାଲି ରଗଡା ଗାଁ ନିକଟ ସଂତେଇଭଞ୍ଜ ଗାଁରେ ହିଙ୍ଗୁଳା ମା’ଙ୍କ ଯାତ୍ରା ଦେଖି ଶିକ୍ଷକ ଜଣଙ୍କ ରାତି ଅଧିକା ହେବାରୁ ସ୍କୁଲରେ ଶୋଇପଡିଥିଲେ । ସ୍କୁଲରେ ଶୋଇଥିବା ବେଳେ କେହି ର୍ଦୁବୃତ୍ତ ସ୍କୁଲର କବାଟ ତାଡି ଶିକ୍ଷକଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ କରିଛି ।

ଶିକ୍ଷକଙ୍କ ବାଁ ଗୋଡ ଓ ମୁଣ୍ଡରେ ଶକ୍ତ ଆଘାତ ଲାଗିଛି । ତାଙ୍କୁ ପ୍ରଥମେ ତେଲକୋଇ ମେଡିକାଲ ପରେ କେନ୍ଦୁଝର ଏବଂ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି ।

Share this story